ପାଠକଙ୍କ ବିଶ୍ୱାସରେ ବିଷ ଦିଅନ୍ତୁ ନାହିଁ ଗଣମାଧ୍ୟମ ସଂସ୍ଥା : ମାନସ ମଙ୍ଗରାଜ
manasha mangaraj

ଆଜିକାଲି ହଜିଗଲାଣି ମୂଲ୍ୟବୋଧ ଭିତ୍ତିକ ସାମ୍ବାଦିକତା । ଅଳ୍ପ ସମୟରେ କିଭଳି ରୋଚକ ସମ୍ବାଦ ପରିବେଷଣ କରାଯିବ, ସେଥିରେ ବ୍ୟସ୍ତ ରହୁଛନ୍ତି ସାମ୍ବାଦିକ । ଏହା ଜନ ସମାଜକୁ ବିଶେଷ ଭାବେ ପ୍ରଭାବିତ କରୁଛି । ଏଥିପାଇଁ ସାମ୍ବାଦିକ ଯେତିକି ଦାୟୀ, ବୈଦୁତିକ ଗଣମାଧ୍ୟମର ଦର୍ଶକ ବି ସେତିକି ଦାୟୀ । ଟୁଙ୍ଗୁରୁ ଭୋଳ ଭଳି ଅରୁଚିକର ସମ୍ବାଦ ପରିବେଷଣ କରିବା କେତେଦୂର ଯଥାର୍ଥ, ତାହା ପାଠକ, ଦର୍ଶକ ଓ ସାମ୍ବାଦିକ ବିଚାର କରିବା ଦରକାର । ଦୈନିକ ଖବରକାଗଜ ପ୍ରଗତିବାଦୀର ପ୍ରତିଷ୍ଠାତା ସ୍ବର୍ଗତ ପ୍ରଦ୍ୟୁମ୍ନ ବଳଙ୍କ ୯୦ ତମ ଜୟନ୍ତୀ ସମାରୋହର ଓ ସୁବର୍ଣ୍ଣ ଜୟନ୍ତୀରେ ଯୋଗଦେଇ ଏପରି ମତ ରଖିଛନ୍ତି ବିଜେଡିର ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ। 

 manasha

ଗୋଟିଏ ସମ୍ବାଦପତ୍ର ର ମୂଳ ପୁଞ୍ଜି ହେଉଛି ପାଠକ ମାନଙ୍କ ଭିତରେ ବିଶ୍ୱାସ ପ୍ରତିଷ୍ଠା କରିବା।  ସମାଜର ସବୁବର୍ଗର ଲୋକମାନଙ୍କ ପାଇଁ ସାମ୍ବାଦିକଟିଏ ନିଜର କଲମ ଚାଳନା କରିଥାଏ । ଆଜି କିନ୍ତୁ ଏ ସବୁର ଅଭାବ ପରିଲକ୍ଷିତ ହେଉଛି । ସ୍ୱର୍ଗତ ପ୍ରଦ୍ୟୁମ୍ନ ବଳ ଜଣେ ଦୃଢ଼, ନୀତିନିଷ୍ଠ ଓ ଉତ୍ତମ ମୂଲ୍ୟବୋଧ ଭିତ୍ତିକ ସାମ୍ବାଦିକ ଥିଲେ । ସାଧାରଣ ଜୀବନ ରେ ତାଙ୍କର ସାଲିସ ବିହୀନ କାର୍ଯ୍ୟଶୈଳୀ ସାମ୍ବାଦିକତା କ୍ଷେତ୍ରରେ ବି ଦେଖିବାକୁ ମିଳୁଥିଲେ । ଅସାଧାରଣ ବ୍ୟକ୍ତିତ୍ୱ ର ଅଧିକାରୀ ଥିଲେ ସ୍ୱର୍ଗତଃ ବଳ । ଆଜିକାଲି ର ଗଣମାଧ୍ୟମ ଯେପରି ତାତ୍କ୍ଷଣାତ ଉନ୍ମାଦନା ସୃଷ୍ଟି କଲା ଭଳି ରୋଚକ ସମ୍ବାଦ ପଛରେ ଦୌଡୁଛନ୍ତି, ତା ପର ପିଢ଼ି ପାଇଁ ଏହା ଭଲ ବାର୍ତ୍ତା ଦେଉନାହିଁ । 

ଯେଉଁମାନେ ଏଭଳି ରୋଚକ ଖବର ଦେଖି ଉତ୍ଫୁଲିତ ଓ ଆନନ୍ଦିତ ହେଉଛନ୍ତି, ସେମାନେ ସମ ପରିମାଣରେ ଦାୟୀ । ଏଥରୁ ଆମ ସମସ୍ତଙ୍କୁ ଖ୍ୟାନ୍ତ ରଖିବାକୁ ପଡିବ । ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ଭାବେ ସାଢେ ୩ ବର୍ଷ ଧରି କାର୍ଯ୍ୟ କରିଛି । ରାଜ୍ୟରେ ସମ୍ବାଦପତ୍ର ମାନଙ୍କର ଭୂମିକା ଓ ସାମ୍ବାଦିକ ମାନଙ୍କର କାର୍ଯ୍ୟଶୈଳୀ କୁ ବେଶ ଭଲ ଭାବେ ପରଖିଥିବା କହିଛନ୍ତି ମାନସ ରଞ୍ଜନ ମଙ୍ଗରାଜ ।

Share this story