ଯେତେ ବୁଝେଇଲେ ବି ବୁଝୁ ନାହାନ୍ତି ମୁକିମ, ରମେଶ

Sarata pattanik

ମନ ଉଣା କରୁଛନ୍ତି ମହମ୍ମଦ ମୁକିମ  ।କାହିଁକି କଂଗ୍ରେସ କାର୍ଯ୍ୟକ୍ରମରେ ହେଉନାହାନ୍ତି ସାମିଲୀ ? ସଭାପତି ହେଲେ ନାହିଁ ବୋଲି କଣ ମାଡ଼ିବେ ନାହିଁ କଂଗ୍ରେସ ଭବନ ?ମୁକିମଙ୍କ ସାଥ ଦେଉଛନ୍ତି ସାନ ଖେମୁଣ୍ଡି ବିଧାୟକ ରମେଶ ଜେନା । କେବେ ବୁଦ୍ଧି ଶିଖିବେ କଂଗ୍ରେସ  ନେତା ?ସରକାରୀ ଦଳକୁ ମାତ ଦେବା ପାଇଁ ରାଜ୍ୟ କଂଗ୍ରେସ ଯେତିକି ବଳ ଖଟାଉଛି ,ତାଙ୍କରି ନେତା ସେତିକି କେଁ କାଢ଼ୁଚ୍ଛନ୍ତି ।ପିସିସି ସଭାପତି  ନିରଞ୍ଜନ ପଟନାୟକ ଗଲେ  ଶରତ ପଟନାୟକ ଆସିଲେ ମାତ୍ର ରାଜ୍ୟରେ ଦୁଇରୁ ତିନି ନବରଂ ଖସିଥିବା କଂଗ୍ରେସ ନେତା  ଗୋଟିଏ ଘାଟରେ ପାଣି ପିଉନାହାନ୍ତି ।

ଶରତଙ୍କ ନାମ ପିସିସି ସଭାପତି ଘୋଷଣା ହେବା  ପରେ ରାଜଧାନୀରେ ଆଇସିସି ଢାଞ୍ଚାରେ ଦଳ ନବସଙ୍କଳ୍ପ ଆୟୋଜନ କରିଥିଲା  ।ଆଶା କରିଥିଲା ଏଥିରେ ସମସ୍ତେ ସାମିଲ ହେବେ ।ମାତ୍ର କଂଗ୍ରେସର ତିନି ବିଧାୟକ ତାର ପ୍ରସାଦ ବାହିନୀ ପତି,ମହମ୍ମଦ ମୁକିମ ଓ ରମେଶ ଜେନା ସେଠାକୁ ଗଲେ ନାହିଁ ।ଦିଲ୍ଲୀରୁ ଫେରିବା ପରେ ଶରତ ଶୁକ୍ରବାର କଂଗ୍ରେସ ଭବନରେ ଦାଇତ୍ୱ ଗ୍ରହଣ  କଲେ ।ଏଠାକୁ ସମସ୍ତେ ଆସିଲେ ,ମାତ୍ର ପୁଣି ତିନି ବିଧାୟକ ଅନୁପସ୍ଥିତ ରହିଲେ ।

କଂଗ୍ରେସ ବିଧାୟକ ଦଳ ନେତା ନରଶିଙ୍ଘ ମିଶ୍ରଙ୍କ ସମେତ ମୋକିବ ଓ ରମେଶ ଏଥିରେ ସାମିଲ ହେଲେ ନାହିଁ ଗତ ଥର ଆସିନଥିବା ତାର କିନ୍ତୁ ସାମିଲ ହେଲେ । କାହାର କିଛି ବ୍ୟକ୍ତିଗତ କାରଣ ଥାଇ ପାରେ ,ମାତ୍ର ଦଳ ଯେତେବେଳେ  ଏକାଠି ହୋଇ ଲଢ଼ିବା ପାଇଁ ଚାହୁଁଛି ସେତେବେଳେ ରାଜ୍ୟ ସଭାପତିଙ୍କ ସାଥ ନଦେବେ କି ବାର୍ତା ଦେଉଛି ?

କଂଗ୍ରେସର ଏବେ ନଅ ଜଣ ବିଧାୟକ ରହିଛନ୍ତି । ଏମାନଙ୍କ ମଧ୍ୟରୁ ଜଣକୁ ପିସିସି ସଭାପତି କରିବା ଲାଗି ପୂର୍ବରୁ ଦାବି ହୋଇଥିଲା ।ସେଥିରେ କଟକ  ବାରବାଟୀ ବିଧାୟକ ମହମ୍ମଦ ମୋକିମ ସଭା ଆଗରେ ଥିଲେ ।ବାଦରେ କଂଗ୍ରେସ ହାଇକମାଣ୍ଡ ପୂର୍ବତନ ପିସିସି ସଭାପତି ଶରତ ପଟନାୟକଙ୍କୁ ପୁଣି ଫେରେଇ ସେଇ ପଦବୀ ଲାଗି ବାଛିଲେ ।ବୋଧ  ହୁଏ ସେହି କାରଣକୁ ନେଇ ମୋକିମଙ୍କ ମନ ଏବେ ବି ଉଣା ଅଛି । ଆଉ ତାଙ୍କ ସାଥ ଦେଉଛନ୍ତି ରମେଶ ଜେନା ।

Share this story