ମାଡୁଆ ମନ୍ତ୍ରୀ : ବିବାଦ ଓ ବିଶେଶ୍ୱର ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ

biseswara

ବିଶେଶ୍ୱର ଓ ବିବାଦ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ । ପୁଣି ଚର୍ଚ୍ଚାରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ । ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ମାଡ଼ମାରି ଧମକ ଦେଇ ଚର୍ଚ୍ଚାକୁ ଆସିଥିବା ବିଶେଶ୍ୱରଙ୍କର ପୁଣି ଦେଖିବାକୁ ମିଳିଛି ଦାଦାଗିରି । ଏଥର ପ୍ଲାଟଫର୍ମ ହେଲା ସୋସିଆଲ ମିଡ଼ିଆ । ସୋସିଆଲ ମିଡିଆରେ ଦେଉଛନ୍ତି ଖୋଲା ଧମକ । ପ୍ରସ୍ତାବିତ ରାସଗୋବିନ୍ଦପୁର ବିମାନ ବନ୍ଦର ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଭେଟି ଆଲୋଚନା କରିଥିବା ନେଇ ତାଙ୍କର ଏକ ଫେସବୁକ ପୋଷ୍ଟରୁ ଏ ବିବାଦ ସୃଷ୍ଟି ହୋଇଛି । କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି କେନ୍ଦ୍ରମନ୍ତ୍ରୀ ଏହି ସୂଚନା ଦେବା ପରେ ମୟୁରଭଞ୍ଜର ବହୁ ବୃଦ୍ଧିଜୀବି ନାନା ପ୍ରଶ୍ନ ଉଠାଇଥିଲେ । କେନ୍ଦ୍ରମନ୍ତ୍ରୀଙ୍କ ପାରିବା  ପଣିଆ ନେଇ ମଧ୍ୟ କିଛି ଲୋକ ପ୍ରଶ୍ନ କରିଥିଲେ । 

ରାସଗୋବିନ୍ଦପୁରରେ ପ୍ରସ୍ତାବିତ ବିମାନ ବନ୍ଦର କୁ ନେଇ ସାଧାରଣରେ ସୃଷ୍ଟି ହୋଇଥିବା ଦ୍ବନ୍ଦର ଉତ୍ତର ଦେବା ପରିବର୍ତ୍ତେ କେନ୍ଦ୍ରମନ୍ତ୍ରୀ ସୋସିଆଲ ମିଡିଆରେ କିଛି ବ୍ୟକ୍ତିଙ୍କୁ ଧମକ ଦେଇଛନ୍ତି । ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଲୋକେ ପଚାରିଥିବା ପ୍ରଶ୍ନ କୁ ନେଇ ରାଗି ଯାଇଛନ୍ତି କେନ୍ଦ୍ରମନ୍ତ୍ରୀ । ଫେସବୁକ ପୋଷ୍ଟରେ ଯିଏ ଯାହା ପଚାରିଲେ ମାଡ଼ ହେବ ପିଠିରୁ ଚୋପା ଛାଡି ଯିବ ଭଳି ଅଗଣତାନ୍ତ୍ରିକ ଏବଂ ଅସାମ୍ବିଧାନିକ ଶବ୍ଦରେ ଧମକ ଦେଉଛନ୍ତି କେନ୍ଦ୍ରମନ୍ତ୍ରୀ । ଯେଉଁଠି ଜନତାଙ୍କ ଭୋଟର ସେ ଆଜି କେନ୍ଦ୍ରମନ୍ତ୍ରୀ ସେମାନଙ୍କୁ ଫେସବୁକରେ ଖୁବ ଧୂଲେଇ କରିଛନ୍ତି ବିଶେଶ୍ୱର । ମନ୍ତ୍ରୀଙ୍କର ଏଭଳି ଧମକ ପୂର୍ଣ୍ଣ ପୋଷ୍ଟର ସ୍କ୍ରିନସର୍ଟ ଏବେ ଭାଇରଲ ହୋଇ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି । 

ତାଙ୍କ ପୋଷ୍ଟ ରେ କିଏ କିଛି ରିଆକ୍ଟ କଲେ ମନ୍ତ୍ରୀ ସିଧା ଧମକାଉଛନ୍ତି କାହାକୁ ଜିଲ୍ଲାର ପରିଚୟ ମାଗୁଛନ୍ତି ତ କାହାକୁ କହୁଛନ୍ତି ତୁମ ଲେଖାରୁ ଜଣାପଡୁଛି ତୁମେ ଏହି ଜିଲ୍ଲାର ନୁହେଁ । ମନ୍ତ୍ରୀଙ୍କ ପୋଷ୍ଟକୁ ନେଇ ମୟୁରଭଞ୍ଜ ର କିଛି ବୁଦ୍ଧିଜୀବୀ  ଯେଉଁ ଶବ୍ଦ ବ୍ୟବହାର କରିଛନ୍ତି ତାହାକୁ ନକହିବା ଭଲ । ମନ୍ତ୍ରୀ ମଧ୍ୟ ସୋସିଆଲ ମିଡିଆରେ ଅସମ୍ଭାଧାନିକ ଶବ୍ଦ ବ୍ୟବହାର କରିବାକୁ ବି ପଛାଇନାହାନ୍ତି । ବିଶେଶ୍ୱର ତାଙ୍କ ସୋସିଆଲ ମିଡିଆରେ ଭୀଷଣ ଟ୍ରୋଲ ହେଉଛନ୍ତି । ବାରିପଦାରେ ସରକାରୀ ଅଧିକାରୀଙ୍କୁ ଖୋଲା ଧମକ , ମାଡମାରି ଥାନା ଓ କୋଟ କଚେରୀ ଦୌଡିବା ପରେ ମଧ୍ୟ ତାଙ୍କ  ବ୍ୟବହାରରେ ସୁଧାର ଆସିନାହିଁ । ଏନେଇ କେନ୍ଦ୍ରମନ୍ତ୍ରୀଙ୍କ ସହ ଯୋଗା ଯୋଗ ସତ୍ୱେ ମଧ୍ୟ ପ୍ରତିକ୍ରିୟା ମିଳିପାରିନି ।

Share this story