ମୋଦିଙ୍କୁ ପ୍ରଶଂସା କରି ଇସାରା ଦେଲେ କଙ୍ଗନା : ଖୁବଶୀଘ୍ର ଆରମ୍ଭ କରିବେ ରାଜନୀତି
kangana ranaourt

ଅଭିନେତାରୁ ରାଜନେତା ତାଲିକାରେ ଏବେ ଯୋଡି ହେବାକୁ ମନ ବଳାଇଲେଣି ଅଭିନେତ୍ରୀ କଙ୍ଗନା ରାଣାୱାତ୍ । ନିଜର ବେଫିକର୍ ଅନଦାଜ୍ ଓ ଖୁଲମଖୁଲା ଉତ୍ତରକୁ ନେଇ ସବୁବେଳେ ମିଡିଆରେ ଚର୍ଚ୍ଚାରେ ଥିବା ବଲିଉଡ୍ ଆକଟ୍ରେସ କଙ୍ଗନା ରାଜନୀତି କରିବାକୁ ଅଛି କଲେଣି । ସେ କହିଛନ୍ତି ଯେ ଯଦି ଜନସାଧାରଣ ଚାହାଁନ୍ତି ଓ ବିଜେପି ତାଙ୍କୁ ଟିକେଟ୍ ଦିଅନ୍ତି, ତେବେ ସେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପ୍ରସ୍ତୁତ ଅଛନ୍ତି । ଏକ ଜାତୀୟ ନ୍ୟୁଜ ଚ୍ୟାନେଲର ଏକ କାର୍ଯ୍ୟକ୍ରମରେ କଙ୍ଗନା ନିଜର ଏହି ଇଚ୍ଛା ପ୍ରକାଶ କରିଛନ୍ତି । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିବା ସହ ତାଙ୍କୁ 'ମହାନ ବ୍ୟକ୍ତି' ବୋଲି କହିଥିଲେ । ଅଭିନେତ୍ରୀ କହିଛନ୍ତି ଦୁଃଖର ବିଷୟ ଏହି କି ଯେ ଉଭୟ ପିଏମ ମୋଦି ଓ ରାହୁଲ ଗାନ୍ଧୀ ନିଜ ନିଜର ପ୍ରତିଦ୍ୱନ୍ଦ୍ୱୀ ଅଟନ୍ତି ।

ହିମାଞ୍ଚଳର ପ୍ରଦେଶ ବିଧାନସଭା ନିର୍ବାଚନ ସମ୍ପର୍କରେ ଆଲୋଚନା କରି କଙ୍ଗନା କହିଛନ୍ତି ଯେ ହିମାଚଳ ପ୍ରଦେଶ ଅଧିବାସୀ ଆମ୍ ଆଦମୀ ପାର୍ଟିର ମିଥ୍ୟା ପ୍ରତିଶ୍ରୁତିରେ ଫସିବେ ନାହିଁ । ହିମାଞ୍ଚଳର ଲୋକମାନଙ୍କର ନିଜସ୍ୱ ସୌର ଶକ୍ତି ଅଛି ଓ ଲୋକମାନେ ନିଜର ପନିପରିବା ନିଜେ ଚାଷ କରିଥାନ୍ତି । ହିମାଞ୍ଚଳର ଲୋକମାନେ ମାଗଣାରେ କିଛି ଚାହାଁନ୍ତି ନାହିଁ । ହିମାଞ୍ଚଳର ଝିଅ ହେଇଥିବାରୁ ସେ ସେଠାକାର ଲୋକଙ୍କ ସେବା କାରିବାକୁ ଇଛା ପ୍ରକାଶ କରିଛନ୍ତି । ତେବେ ୨୦୨୪ ନିର୍ବାଚନ  ପାଇଁ ସେ ନିଜକୁ ପୁରା ପ୍ରସ୍ତୁତ କରିଥିବା ଖୋଲା ଖୋଲି କହିବା ସହ ବିଜେପି ଚାନ୍ସକୁ ଅପେକ୍ଷା କରିଛନ୍ତି । କଙ୍ଗନା ଏହି କାର୍ଯ୍ୟକ୍ରମରେ କହିଛନ୍ତି ଯେ ମୁଁ ଚାହୁଁଛି ରାଜନୀତିରେ ଅଧିକ ଲୋକ ଆଗକୁ ଆସନ୍ତୁ । 

ଏହାପୂର୍ବରୁ ବଲିଉଡରୁ ଅନେକ ଅଭିନେତା ଆସି ରାଜନେତା ସାଜିଛନ୍ତି । ଏବେ ଜୟା ବଚନ, ହେମାମାଳିନୀ, ଜୟପ୍ରଦାଙ୍କ ଭଳି ଅନେକ ବଡ଼ ବଡ଼ ଅଭିନେତ୍ରୀ ସାଂସଦ  ଅଛନ୍ତି ।  ସେଇଭଳି ଶତ୍ରୁଘ୍ନ ସିନ୍ହା, ରଜନୀକାନ୍ତ, ରବି କିଶନଙ୍କ ଭଳି ବଡ଼ ବଡ଼ ହିରୋ ମଧ୍ୟ ରାଜନୀତିରେ ନିଜର ଛାପା ଛାଡିଛନ୍ତି । ଏହି ରେସରେ କଙ୍ଗନା ମଧ୍ୟ ନିଜକୁ ସାମିଲ କରିବାକୁ ପାଦ ବଢ଼ାଇଛନ୍ତି ।

Share this story