ଖୋଲିଲେ ଦଳର ଗୁମର : ଜୁଏଲଙ୍କୁ ହରାଇବା ପାଇଁ କେଉଁ ନେତା ଲଢାଉଥଲେ ଟଙ୍କା ?

dharmendra juel oram

ଚର୍ଚ୍ଚା ହେଉଛି ମୋଦୀ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ନପାଇ ଅସନ୍ତୁଷ୍ଠ ରହିଛନ୍ତି ଜୁଏଲ। ସପ୍ତାହକ ତଳେ ଧର୍ମେନ୍ଦ୍ରଙ୍କ ଉପସ୍ଥିତିରେ ନିଜ ମନର ଅନେକ କଥା ଓଗାଳିଥିଲେ । ରାଉରକେଲା ନିଟ ଉତ୍ସବରେ ଆୟୋଜିତ ସଭାରେ ନିଜକୁ ବାଜିଗର ବୋଲି କହିଥିଲେ ଜୁଏଲ ଓରାମ । ସତ ଓ ସିରିୟସ କଥା କହିଲେ ଭୋଟ ମିଳେନି । ବୁଦ୍ଧିଜୀବୀ ଓ ବେପାରୀଙ୍କ ମଧ୍ୟରେ ପାର୍ଥକ୍ୟକୁ ଦର୍ଶାଇ କିଭଳି ସେ ହାରିବା ଲାଗି ନିର୍ବାଚନ ଲଢୁଥିଲେ ବୋଲି କଥାରେ ଅବତାରଣା କରିଥିଲେ । ଜୁଏଲଙ୍କ ରାଜନୈତିକ କ୍ୟାରିୟର ଓ ବରିଷ୍ଠତାକୁ ନେଇ ପୂର୍ବରୁ ଅନେକ ଚର୍ଚ୍ଚା ମଧ୍ୟ ହୁଏ । କେତେବେଳେ ଜୁଏଲ ରାଷ୍ଟ୍ରପତି ପ୍ରାର୍ଥୀ ତ କେତେବେଳେ ଓଡିଶା ବିଜେପିର ମୁଖ୍ୟମନ୍ତ୍ରୀ ପାର୍ଥୀ । ଆଉ ଏହା ସ୍ୱଭାବିକ କାହିଁକିନା ଜୁଏଲଙ୍କ ପାଖରେ ସେହିଭଳି ଦକ୍ଷତା ରହିଛି । 

ନିଟ ଉତ୍ସବରେ ଅତୀତର କିଛି କଥା କହି ପରୋକ୍ଷରେ ନିଜର ଅସନ୍ତୋଷ ଜାହିର କରିଥିଲେ । ଏହି ସମାରୋହରେ ଧର୍ମେନ୍ଦ୍ର ପ୍ରଧାନଙ୍କ ପିତା ଦେବେନ୍ଦ୍ର ପ୍ରଧାନଙ୍କ ସହ ନିର୍ବାଚନ ପ୍ରଚାର କଥା ମନେପାକାଇ କହିଥିଲେ ସବୁଠି କେମିତି ଜିତିଲେ ମନ୍ତ୍ରୀ ହେବି  କଥାର ଦୃଷ୍ଟାନ୍ତ ଦେଇଥିଲେ । ମୋଦି ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇନଥିବା ଜୁଏଲ କାଁହିକି ସମ୍ବୋର୍ଦ୍ଧନା ଉତ୍ସବରେ ପଲିଟିକାଲ ଥିଓରୀ ଓ ପ୍ରାକ୍ଟିକାଲକୁ ଅଧିକ ଫୋକସ କରିଥିଲେ ତାହା ବୁଝିବା ଲୋକକୁ ବୁଝିବା ଆଉ ବାକି ନଥିଲା । ହେଲେ ଦୀର୍ଘ ୧୦ବର୍ଷ ଧରି ବିଜେପି ଶୀର୍ଷ କମିଟିରେ ଥିବା ଜୁଏଲଙ୍କ ପୁଣି ପକ୍ଷଛେଦନ ହୋଇଛି । ସିଇସି ବା କେନ୍ଦ୍ରୀୟ ନିର୍ବାଚନ କମିଟିରୁ ତାଙ୍କୁ ବାଦ ଦିଆଯାଇଛି । କିଛିଦିନ ତଳେ କେନ୍ଦ୍ର ସ୍ଵରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ୨୪ ପାଇଁ ଓଡିଶା ନେତାଙ୍କ କାନରେ ରଣନୀତି ଫୁଙ୍କି ଯାଇଛନ୍ତି । ଓଡ଼ିଶାରେ ଏଥର ବିଜେପି କ୍ଷମତା କୁ ଆସିବା ବୋଲି ଜୋର ଦେଇ କହିଛନ୍ତି । ଆଉ ଏତିକି ବେଳେ ଓଡ଼ିଆ ଭାବରେ ବିଜେପିର ଶୀର୍ଷ କମିଟିରୁ ଜୁଏଲଙ୍କୁ ବାଦ ଦେବା ତାଙ୍କ ଅବନୀତି ବୋଲି କୁହାଯାଉଛି ।

୨୦୧୪ରେ ସାରା ଦେଶରେ ମୋଦି ଲହର ଗଡୁଥିଲା । ଓଡିଶାରେ ଏହି ଲହରକୁ ଅଟକାଇବାରେ ସମର୍ଥ ହୋଇଥିଲା ଶାସକ ଦଳ ବିଜେଡି । ନବୀନଙ୍କ ଯାଦୁ ଆଗରେ ବିଜେପିର ଅନେକ କେନ୍ଦ୍ରିୟ ନେତା ଫେଲ ମାରିଥିଲେ । ଜଣେ ନେତା ସେ ହେଉଛନ୍ତି ଜୁଏଲ ଓରାମ ଯିଏକି ବିଜେଡିକୁ ମାତ ଦେଇ ସଂସଦକୁ ଯାଇଥିଲେ । ୨୦୧୪ରେ ଏକମାତ୍ର ସାଂସଦ ଥିଲେ ଜୁଏଲ । ଯେତେବେଳେ ଓଡିଶାରେ ବିଜେପି ସାଂସଦଙ୍କ ସଂଖ୍ୟା ବଢିଲା ଜୁଏଲ ଅଲୋଡା ହୋଇଗଲେ । ଦେଶର ପ୍ରଥମ ଆଦିବାସୀ ମନ୍ତ୍ରୀ ଭାବେ ଜୁଏଲ କରିଥିଲେ ବଡ ଘୋଷଣା । ତେବେ ଏହା ପରେ ବି ପ୍ରଧାନମନ୍ତ୍ରୀଙ୍କ ଭରଷା ଜିତିପାରିନଥିଲେ ଜୁଏଲ । ଆଉ ତାଙ୍କ ସ୍ଥାନରେ ବିଶେଶ୍ୱର ଟୁଡୁଙ୍କୁ ବିଶ୍ୱାସକୁ ନେଇଥିଲେ ମୋଦୀ । ଅବଶ୍ୟ ମନକୁ ବୁଝାଉଥିବେ ସଂସଦୀୟ ବୋର୍ଡ଼ରେ ଧର୍ମେନ୍ଦ୍ର ବି ନାହାନ୍ତି ।

Share this story