୨୦୧୪ ରେ ଜୁଏଲ ଥିଲେ ଜୁଏଲ : ୨୦୧୯ ରେ କିନ୍ତୁ ? 

Juel

ମୋଦି ମନ୍ତ୍ରୀମଣ୍ଡଳରେ ସ୍ଥାନ ନ ପାଇଁ କୁଆଡ଼େ ମାନସ୍ତାପରେ ଅଛନ୍ତି ବରିଷ୍ଠ ସାଂସଦ ଜୁଏଲ ଓରାମ । କାରଣ ୨୦୧୪ ରେ ଓଡ଼ିଶାରେ ପଦ୍ମ ପାଖୁଡା କେହି ଜଣେ ଯଦି ଖୋଲିବାକୁ ସକ୍ଷମ ହୋଇଥିଲେ ସେ ହେଉଛନ୍ତି ଏକ ମାତ୍ର ଜୁଏଲ । ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ରରୁ  ଜୁଏଲ ଜିତି ବିଜେପିର ସଂମ୍ମାନ ରକ୍ଷା କରିଥିଲେ । ଆଉ ବିଜେଡି ଏକାକୀ ପୋଛି ନେଇଥିଲା ବାକି ୨୦ ଆସନ । ମୋଦି ପ୍ରଥମ ଥର ପ୍ରଧାନମନ୍ତ୍ରୀ ହୋଇଥିଲେ ଆଉ ଜୁଏଲ ବି ମୋଦିଙ୍କ କ୍ୟାବିନେଟରେ ସ୍ଥାନ ପାଇଲେ । ଧର୍ମେନ୍ଦ୍ର ପ୍ରଧାନ ସମୟକ୍ରମେ ସେତେବେଳେ ଅନ୍ୟ ରାଜ୍ୟରୁ ରାଜ୍ୟସଭାକୁ ଯାଇ ମୋଦି ମନ୍ତ୍ରୀମଣ୍ଡଳରେ ରାଷ୍ଟ୍ରପାହ୍ୟା ଓ କ୍ୟାବିନେଟ ରେ ସାମିଲ ହୋଇଛନ୍ତି । ୨୦୧୯ ଦୃଶ୍ୟ ପଟରେ ବିଜେପି ର ଉଥାନ ଓ ୮ ସାଂସଦ ଲୋକସଭାକୁ ଯିବା ପରେ ଜୁଏଲଙ୍କ ଭାଗ ମନ୍ତ୍ରିମଣ୍ଡଳରେ ପଡ଼ିନଥିଲା ।

୫ ଥରର ସାଂସଦ ବିଜେପିର ଆଦିବାସୀ ଚେହେରା ଜୁଏଲ, ଯିଏକି ମୋଦି କ୍ୟାବିନେଟରେ ଆଦିବାସୀ ବ୍ୟାପାର ସମ୍ଭାଳିଥିଲେ ସେ ବାଦ ପଡିଗଲେ । ସେଥିଲାଗି ୨୦୧୯ ମନ୍ତ୍ରୀମଣ୍ଡଳର ଶପଥ ସମାରୋହକୁ ବି ଯାଇନଥିଲେ ଜୁଏଲ । ଜୁଏଲ ମୋଦିଙ୍କ ବିଶ୍ୱାସ ଭାଜନ କାହିଁକି ପୁଣି ହୋଇପାରିଲେନି ତାକୁ ନେଇ ଚର୍ଚ୍ଚାରେ ସ୍ପଷ୍ଟତା ଏ ଯାଏ ଆସିନଥିବା ବେଳେ ରାଉଲକେଲା ନୀଡ଼ ସମ୍ବୋର୍ଦ୍ଧନା ଉତ୍ସବରେ ଜୁଏଲ ନିଜକୁ ବାଜିଗର କହି ପରୋକ୍ଷରେ ସବୁ କଥା ଓଗାଳି ଦେଇଛନ୍ତି କହିଲେ ଭୁଲହବନି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ମନ୍ତ୍ରୀ ହେବାର ମାପ କାଠିକୁ ନେଇ ଅତୀତର କିଛି ଏମିତି କଥାକୁ ଦର୍ଶାଇଥିଲେ କି ବୁଝିବା ଲୋକ ବୁଝିବାରେ ଅସୁବିଧା ହେବନି । ଧର୍ମେନ୍ଦ୍ର ଙ୍କ ପିତା ଦେବେନ୍ଦ୍ର ପ୍ରଧାନଙ୍କ ସହ ତାଙ୍କର ନିର୍ବାଚନ ପ୍ରଚାର ବେଳର କଥା କୁ ମନେପକାଇଥିଲେ ।

ବୁଦ୍ଧିଜୀବୀ ଓ ରାଜନେତାଙ୍କ ଉପରେ ଅନେକ ତଫାତ ଅଛି । ଏହାକୁ ବୁଝେଇବାକୁ ଯାଇ ଜୁଏଲ ନିଜ ମନର ଅନେକ ଅକୁହା କଥା କହିଥିଲେ । ବୁଦ୍ଧି ଚାଲିଗଲେ ବୁଦ୍ଧି ସିନା ଶିକ୍ଷକ ଦିଅନ୍ତି କିନ୍ତୁ କାହା ପକେଟରୁ ପଇସା ଚାଲିଗଲେ  ତାକୁ ଫେରାଇ ଆଣିବାର ବୁଦ୍ଧି ବେପାରୀ ଦିଅନ୍ତି କହିଥିଲେ ଜୁଏଲ । ବିଜୁବାବୁଙ୍କ ନିର୍ବାଚନି ଷ୍ଟାର୍ଟେଜୀର ନଜରୀ ଦେଇ ଜୁଏଲ କିଭଳି ହାରିବାର ନିର୍ବାଚନ ଲୁଢୁଥିଲେ ତାହାର ଅବତରଣ କରିଛନ୍ତି । ଅନେକ ସମୟରେ କାହାକୁ ହରାଇବା ଲାଗି ଭୋଟ ଦେବାର ମାନସିକତା ଆପଣା ଯାଏ ବୋଲି କହିଛନ୍ତି ଜୁଏଲ । ସମ୍ବର୍ଦ୍ଧନା ଉତ୍ସବରେ ସମ୍ବୋଧିତ ବେଳେ ଜୁଏଲ ବାଜିଗର ଥିଓରୀ ଆପଣାଇଲେ ଧର୍ମେନ୍ଦ୍ରଙ୍କ ସହ ବି ବେଶ ଦୀର୍ଘ ଦିନର ବ୍ୟବଧାନ ପରେ ଏକାଠି ହେବାକୁ ମଉକା ପାଇଲେ ବୋଲି କହିଲେ । ସତ ଓ ସିରିୟସ କଥା ନ କହିଲେ ଭୋଟ ମିଳେନି । ଯଦି ସେ କିଛି ଏପଟ ସେପଟ କହିଥାନ୍ତି ତେବେ କେହି ମନରେ ଧରିବେନି  ବୋଲି ଅପିଲ କରିଥିଲେ । ରାଜନୀତିଆ ଲୋକ ଏପଟ ସେପଟ କିଛି କହିଥିଲେ କ୍ଷମା କରିଦେବାକୁ କହି ଯେମିତ ନିଜ ମନର କଥା କହି ହାଲୁକା ହେବାକୁ ଏଭଳି ଏକ ମଞ୍ଚ ଖୋଜୁଥିଲେ ଜୁଏଲ ।

Share this story