ଚମକାଇଦେବା ଭଳି ତଦନ୍ତ ରିପୋର୍ଟ : ଦିବଙ୍ଗତ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ମୃତ୍ୟୁ ପଛରେ ଶଶିକଳାଙ୍କ ହାତ !

sasikala jay alita

ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିବଂଗତ ଜୟଲଳିତାଙ୍କ ମୃତ୍ୟୁକୁ ନେଇ ବଡ ଖବର ସାମ୍ନାକୁ ଆସିଛି ।କେଉଁ ପରିସ୍ଥିତିରେ ଜୟଲଳିତାଙ୍କ ମୃତ୍ୟୁ ହୋଇଥିଲା ତାର ସତ୍ୟତା ଜାଣିବା ପାଇଁ ତାମିଲନାଡୁ ସରକାର ଏକ ପ୍ୟାନେଲ ଗଠନ କରିଥିଲେ । ଏବେ ଏହି ପ୍ୟାନେଲ ନିଜର ରିପୋର୍ଟ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରିଛି । ଯେଉଁଥିରେ ଆମ୍ମାଙ୍କ ମୃତ୍ୟୁ ପଛରେ ଭିକେ ଶଶିକଳାଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛି ଯାଂଚ କମିଟି । ରିପୋର୍ଟରେ କୁହାଯାଇଛି କି ଜୟଲଳିତା ଓ ଭିକେ ଶଶିକଳାଙ୍କ ଭିତରେ ସର୍ମ୍ପକ ଭଲ ନଥିଲା । 

ଜୟଲଳିତାଙ୍କର ଆନଜିଓପ୍ଲାଷ୍ଟ ଆବଶ୍ୟକତା ନଥିଲା । ଉପସ୍ଥିତ ଡାକ୍ତରଙ୍କ ପରାମର୍ଶ ଅନୁସାରେ ସମସ୍ତ ନିଷ୍ପତ୍ତି ନିଆଯାଇଥିଲା । ଏବଂ ଜୟଲଳିତାଙ୍କୁ ବିଦେଶ ନେଇ ଚିକିତ୍ସା ପାଇଁ କୌଣସି ପଦକ୍ଷେପକୁ ସେ ରୋକି ନ ଥିଲେ । ସେ ଯେକୌଣସି ତଦନ୍ତର ସମ୍ମୁଖୀନ ହେବାକୁ ସେ ପ୍ରସ୍ତୁତ ବୋଲି ଶଶୀକଳା କହିଛନ୍ତି । ଜୟଲଳିତାଙ୍କ ମୃତ୍ୟୁର ତଦନ୍ତ ହେବା ପରେ ରିପୋର୍ଟ ସାର୍ବଜନୀନ ହୋଇଛି । ଯେଉଁଥିରେ ଆମ୍ମାଙ୍କ ମୃତ୍ୟୁ ପଛରେ ଭିକେ ଶଶିକଳାଙ୍କ ଭୂମିକାକୁ ନେଇ ଯାଞ୍ଚ କମିଟି ପ୍ରଶ୍ନ ଉଠାଇଛି ।

ପ୍ୟାନେଲ ସୁପାରିଶ କରିଛି କି ଜୟଲଳିତଙ୍କା ମୃତ୍ୟୁର ପୁଣି ଥରେ ତଦନ୍ତ କରାଯାଉ । ଆମ୍ମାଙ୍କ ମୃତ୍ୟୁର ଯାଞ୍ଚ ପ୍ରାକୃତିକ ନୁହେଁ ଏକ ଷଡଯନ୍ତ୍ର ଭାବେ ଗ୍ରହଣ କରାଯାଇ କରାଯାଇ ତଦନ୍ତ କରାଯାଉ । ମଙ୍ଗଳବାର ତାମିଲନାଡୁ ସରକାର ବିଧାନସଭାରେ ଜୟଲଳିତାଙ୍କ ମୃତ୍ୟୁର ଯାଞ୍ଚ ରିପୋର୍ଟକୁ ଉପସ୍ଥାପନ କରିଥିଲେ । ଏହି ଯାଞ୍ଚ କମିଟିରେ ୩ଜଣ ଅବସରପ୍ରାପ୍ତ ବିଚାରପତି ଥିଲେ । ୨୦୧୬ ମସିହା ଡିସେମ୍ବର ୫ ତାରିଖରେ ଚେନ୍ନାଇ ଆପୋଲରେ ମୃତ୍ୟୁ ହୋଇଥିଲା । ଡାକ୍ତର କହିଥିଲେ ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଆମ୍ମାଙ୍କ ମୃତ୍ୟୁକୁ ନେଇ ଏଆଇଏଡିଏମକେ ନେତା ଓ ପନୀରସେଲଭମ ପ୍ରଶ୍ନ ଉଠାଇଥିଲେ । ପରେ ପଲାନୀସସ୍ୱାମୀ ସରକାର ଗଠନ କରିବା ପରେ ମୃତ୍ୟୁ ମାମଲାର ଯାଂଚ ପାଇଁ ଏକ ପ୍ୟାନେଲ ଗଠନ କରିଥିଲେ ।

Share this story