ବଂଶଲ ପ୍ରଭାରୀ ଭାର ନେବା ପରେ ଅପରାଜିତାଙ୍କ ପକ୍ଷ ଛେଦନ ଆରମ୍ଭ : ଛାଡିପାରନ୍ତି ଦଳ !

Odisha bjp

ରାଜ୍ୟ ବିଜେପିରେ ଆରମ୍ଭ ହେଲା ଅପରାଜିତାଙ୍କ ପକ୍ଷ ଛେଦନ । ନେତୃତ୍ୱଙ୍କ ଚାପରେ ମୁହଁ ଖୋଲିପାରୁ ନାହାନ୍ତି ଅପରାଜିତା । ଓଡିଶାରେ ସୁନିଲ ବଂଶଲଙ୍କୁ ଦାୟିତ୍ୱ ପରେ ଏବେ ଦଳରେ ଅନେକ ନେତାଙ୍କର ପକ୍ଷ ଚ୍ଛେଦନ ହେବା ନେଇ ଆଶଙ୍କା ଦେଖାଦେଲାଣି । ଦଳରେ ଦୁଇଗୋଷ୍ଠୀ ଭିତରେ ଚାଲିଥିବା ଅନ୍ତଃ କନ୍ଦଳ ସମାଧାନ ବଦଳରେ ଆହୁରି ଚରମ ସୀମାରେ ପହଞ୍ଚିବା ନେଇ ଆଶଙ୍କା ଦେଖାଦେଇଛି । 

 ବଂଶଲଙ୍କୁ ଓଡିଶାରେ ଦାୟିତ୍ୱ ପରେ ଉତ୍ତରପ୍ରଦେଶ ଭଳି ଓଡିଶା ବିଜେପି ହେବକି ଦୁଇ ଭାଗ ? ଗୋଷ୍ଠୀ କନ୍ଦଳକୁ ସମାଧାନରେ ଫେଲ ମାରିବେ କି ବଂଶଲ ? କାହିଁକି ନା ଉତ୍ତରପ୍ରଦେଶ ବିଜେପିରେ ଯୋଗୀ ଶାହା କନ୍ଦଳ ଚରମ ସୀମାରେ ପହଞ୍ଚିଛି ।  ଯେଉଁଠି ସୁନିଲ ବଂଶଲ ସଂଗଠନ ଦାୟିତ୍ୱ ନେଉଥିଲେ ସେଠି ଅବସ୍ଥା ବିଗିଡିଛି । ଆଉ ଠିକ ସେହିଭଳି ଓଡିଶା ବିଜେପିରେ ଅମିତ ଶାହାଙ୍କ ଗୁଡବୁକରେ ନଥିବା ନେତାଙ୍କୁ ଚାପିଦେବା ପାଇଁ ସୁନୀଲ ନିଯୁକ୍ତି ପାଇଥିବା ଏକ ପ୍ରକାର ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି । ଆଉ ଏମିତିରେ ବି ଶାହାଙ୍କ ଗ୍ରସ୍ତ ସମୟରେ ଓଡିଶା ବିଜେପିରେ ଗୋଷ୍ଠୀ କନ୍ଦଳ ଜଳଜଳ ହୋଇ ଦେଖା ଯାଉଥିଲା । ରାଜ୍ୟ ବିଜେପିର କ୍ଷେତ୍ର ପ୍ରସ୍ତୁତି ବଦଳରେ ଅଘୋଷିତ ନେତୃତ୍ୱକୁ ସାମ୍ନାକୁ ଆଣିବା ପାଇଁ ଶାହା ଏହି ପଦକ୍ଷେପ ନେଇଥିବା ଚର୍ଚ୍ଚା ହେଉଛି ।

ଅପରାଜିତାଙ୍କୁ ଦବାଇ ରଖିବା ପରେ ବୈଜୟନ୍ତ ପଣ୍ଡାଙ୍କ ରାଜନୈତିକ କ୍ୟାରିୟରକୁ ଶେଷ କରିବା ପାଇଁ ଏକ ପ୍ରକାର ଚେଷ୍ଟା କରାଯାଉଛି । କାରଣ ଶାହା ଚାହାନ୍ତି, ଓଡ଼ିଶାରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେପି ନେତୃତ୍ୱ ଭାବେ ବଛାଯାଉ ।  ଅନ୍ୟପଟେ ବିଜେପିର କିଛି ବିଧାୟକ ମଧ୍ୟ ଶାହାଙ୍କ ନିଷ୍ପତ୍ତି ରେ ଅସନ୍ତୁଷ୍ଠ ଅଛନ୍ତି । ସେହି ବିଧାୟକ ମାନେ ଓଡିଶାରେ ବିଜେପି ଓ ବିଜେଡିର ଫ୍ରେଣ୍ଡସିପ ପଲିଟିକ୍ସକୁ ବିରୋଧ କରିଆସୁଛନ୍ତି । ଖାଲି ଏତିକି ନୁହଁ ରାଜ୍ୟରେ ବିଜେପି ସରକାର ଆସିଲେ ସେମାନଙ୍କୁ ମନ୍ତ୍ରୀ ପଦ ମିଳିବା ନେଇ ମଧ୍ୟ ସ୍ୱପ୍ନ ଦେଖିଛନ୍ତି । କିନ୍ତୁ ଶାହାଙ୍କର ଏହି ପଦକ୍ଷେପ ପରେ ସେମାନଙ୍କ ସ୍ୱପ୍ନ ଅଧୁରା ହୋଇରହିବ । ଆଉ ଚର୍ଚ୍ଚା ହେଉଛି ବିଜେପିର ନରମ ବିରୋଧ ପାଇଁ ମଧ୍ୟ ସେମାନେ ଅନେକ ସ୍ଥାନରେ ନିଜର ଆସନ ଟିକୁ ହରାଇ ପାରନ୍ତି । ଆଉ ଏଥିପାଇଁ ଦଳ ଡିଆଁ ମଧ୍ୟ ପ୍ରସ୍ତୁତ ହେଲେଣି ।

 ଅପରାଜିତା ଷଡଙ୍ଗୀ ଖୁବଶୀଘ୍ର ଦଳ ଛାଡିବା ନେଇ ଏକ ପ୍ରକାର ଚର୍ଚ୍ଚା ମଧ୍ୟ ହେଉଛି । ଅପରାଜିତାଙ୍କ ଲୋକପ୍ରିୟତା ଦଳରେ ଯେତିକି ବୃଦ୍ଧି ପାଇଛି, ଅନେକ ନେତା ତାଙ୍କୁ ମାନୁଥିବା ବେଳେ ପୁରୁଖା ନେତାଙ୍କୁ ମତେଇ ରଖିଛନ୍ତି । ତେବେ ଦେଖିବାକୁ ବାକି ରହିଲା ଧର୍ମେନ୍ଦ୍ରଙ୍କ ଲିଡ଼ରସିପରେ ଅପରାଜିତା କେତେ ଦିନ ଦଳରେ ରହୁଛନ୍ତି ? ନା ସ୍ୱାଧୀନ ଭାବେ କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି ?

Share this story