ଅର୍ଚ୍ଚନା ନାଗ ମାମଲାରେ କିଏ ଏହି ଶିବ ? ଜେରା ପରେ ଖୋଲିବନି ତ ବଦବଡ଼ିଆଙ୍କ ମୁଖା ?
ଅର୍ଚ୍ଚନା ନାଗ ମାମଲାରେ ନୂଆ ମୋଡ । ଖୋଲୁଛି ଗୋଟିଏ ପରେ ଗୋଟିଏ କଳା ସାମ୍ରାଜ୍ୟର କଳା ଚିଠା । ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ନୂଆ ଚେହରା । ଇଡି ଜାଲରେ ଏବେ ହୋଟେଲ ମାଲିକ । ପ୍ରଥମେ ପ୍ରଯୋଜକ, ବ୍ୟବସାୟୀ ପରେ ରାଜନେତା , ଆଉ ଏବେ ହୋଟେଲ ମାଲିକ । ଅର୍ଚ୍ଚନା ନାଗ ମାମଲାଟେ ତଦନ୍ତ ଭାର ଇଡି ହାତରେ ଥିବା ବେଳେ, ଆଜି ଇଡିରେ ହାଜର ହେଲେ ହୋଟେଲ ମାଲିକ ଶିବ ପ୍ରସାଦ ଦାସ । ମାଷ୍ଟରକ୍ୟାଣ୍ଟିନ ଠାରେ ଥିବା ତାଜ ହୋଟେଲରେ ହୋଇଥିଲା ଡିଲ୍ ।
ଅର୍ଚ୍ଚନା ଓ ଶ୍ରଦ୍ଧାଞ୍ଜଳୀ ଉଭୟ ସେହି ହୋଟେଲରେ ଜଣେ ବ୍ୟକ୍ତିଙ୍କୁ କରିଥିଲେ ବ୍ଲାକମେଲର ଶିକାର । ଯାହାର ଛାନଭିନ୍ କରୁଛି ଇଡି । ସେହିପରି ଅନ୍ୟପଟେ ବୁଧବାର ଦିନ ଅର୍ଚ୍ଚନାଙ୍କ ଜାମିନ ଆବେଦନ ଖାରଜ କରିଥିଲେ କୋର୍ଟ । ଭୁବନେଶ୍ୱର ନୟାପଲ୍ଲୀ ଥାନା ମାମଲାରେ ଜାମିନ ଆବେଦନ ଖାରଜ ହୋଇଛି । ଜାମିନ ଆବେଦନ ଖାରଜ କରିଛନ୍ତି ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜ୍ କୋର୍ଟ । ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ମାମଲାକୁ ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜ କୋର୍ଟଙ୍କୁ ସ୍ଥାନାନ୍ତର କରାଯାଇଥିଲା ।
ଗତ ୨୮ ତାରିଖରେ ଜିଲ୍ଲା ଓ ଦୌରା ଜଜ୍ କୋର୍ଟରେ ହୋଇଥିଲା ଉଭୟ ପକ୍ଷରୁ ଶୁଣାଣି । ଶେଷରେ ବୁଧବାର ଅର୍ଚ୍ଚନାଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି କୋର୍ଟ ।