ଚନ୍ଦ୍ରଶେଖରଙ୍କୁ ମିଶିବା ପରେ ଚର୍ଚ୍ଚା : ବି.ଆର. ଏସ୍ ର ହେବେ ରାଜ୍ୟ ମୁଖ୍ୟ

ବିଜେପି ଛାଡ଼ିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଗିରିଧାରୀ ଗମାଙ୍ଗେ। ଏବଂ ତାଙ୍କ ପୁଅ ଶିଶିର ଗମାଙ୍ଗୋ। ନିକଟରେ ଉଭୟ ହାଇଦ୍ରାବାଦରେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କୁ ଭେଟିବା ପରେ ଏହି ଚର୍ଚ୍ଚା ଦାନା ବାନ୍ଧିଛି । ଏପରିକି ଗିରିଧାରୀ ବିଜେପି ଛାଡ଼ି ରାଜ୍ୟରେ କେସିଆରଙ୍କ ନେତୃତ୍ବାଧୀନ ବିଆରଏସ୍ (ଭାରତ ରାଷ୍ଟ୍ର ସମିତି) ର ନେତୃତ୍ବ ନେଇ ପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ଏପରିକି ତାଙ୍କୁ ଏ ନେଇପ୍ରସ୍ତାନ୍ ମିଳିଥିବା ଶିଶିର ଗମାଙ୍ଗୋ। ଏକ ଗଣମାଧ୍ୟମରେ ବୟାନ ରଖୁଥିବା ଏନେଇ ସେମାନେ କିଛି ନିଷ୍ପତ୍ତି ନେଇନାହାନ୍ତି ବୋଲି କହିଛନ୍ତି । ତେବେ କୋରାପୁଟ ରାଜନୀତିରେ ବେଶ୍ ପ୍ରଭାବ ରଖୁଥିବା ଗମାଙ୍ଗୋ ପରିବାର ଯଦି ବିଜେପି ଛାଡ଼ନ୍ତି ତାହେଲେ ଏଥିପାଇଁ ଦକ୍ଷିଣ ଓଡ଼ିଶାରେ ବିଜେପି ସ୍ଥିତି ଆହୁରି ଦୁର୍ବଳ ହେବା ଆଶଙ୍କା କରାଯାଉଛି।
ଗତ ୧୩ ତାରିଖରେ ଉଭୟ ଗମାନେ ପିତା-ପୁତ୍ର ହାଇଦ୍ରାବାଦ ସ୍ଥିତ ପ୍ରଗତି ଭବନଠାରେ ବିଆରଏସ୍ ସଭାପତି ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କୁ ଭେଟିଥିଲେ। ଏହି ସାକ୍ଷାତ ଆଲୋଚନା ସୌଜନ୍ୟମୂଳକ ଥିଲା ବୋଲି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଥିଲା। ତେବେ ଏହି ସାକ୍ଷାତ ଅନୁଯାୟୀ ସମୟରେ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ଓଡ଼ିଶାକୁ ନେଇ ତାଙ୍କର ଯୋଜନା ଏବଂ ଭବିଷ୍ୟତର କାର୍ଯ୍ୟପନ୍ଥା ବିଷୟରେ ବ୍ୟାପକ ଆଲୋଚନା କରିଥିବା ଜଣାପଡ଼ିଛି। ସୂଚନା ତେଲଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ବଢ଼ିଲା ଚର୍ଚ୍ଚା ଚନ୍ଦ୍ରଶେଖର ଦେଇଛନ୍ତି ରାଜ୍ୟରେ ନେତୃତ୍ବର ପ୍ରସ୍ତାବ ଟିଆରଏସ (ତେଲେଙ୍ଗାନା ରାଷ୍ଟ୍ରୀୟ ସମିତି) ଜାତୀୟ ଦଳର ମାନ୍ୟତା ପାଇବା ପରେ କେ ଚନ୍ଦ୍ରଶେଖର ରାଓ ଦଳର ନାମ ବିଆରଏସ୍କୁ । ପରିବର୍ତ୍ତନ କରିଥିଲେ। ଆସନ୍ତା ଦେଶବ୍ୟାପୀ ନିଜର ଦଳର ଶାଖାକୁ ସମ୍ପ୍ରସାରଣ ଲକ୍ଷ୍ୟ ରଖୁଥିବା ଚନ୍ଦ୍ରଶେଖରଙ୍କର ଫୋକସ୍ ଓଡ଼ିଶା ଉପରେ ରହିଛି।
ଗିରିଧାରୀ ଗମାଙ୍ଗୋଙ୍କ ପରି ଜଣେ ଅଭିଜ୍ଞ ସାଂସଦ, ରାଜନେତା ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତାଙ୍କ ଦଳର ନେତୃତ୍ବ ନିଅନ୍ତି, ତାହେଲେ ଏହା ଦଳ ପାଇଁ ବେଶ୍ ଶୁଭଙ୍କର ହେବ ବୋଲି ଚନ୍ଦ୍ରଶେଖର ବିଚାର କରୁଛନ୍ତି। ଗିରିଧାରୀ ଆଦିବାସୀ ବର୍ଗରୁ ଆସୁଥିବା ବେଳେ ସେ ଯଦି ବିଆରଏସ ସହ ଯୋଡ଼ି ହୁଅନ୍ତି ତାହେଲେ ଦକ୍ଷିଣ ଓଡ଼ିଶାରେ ଦଳ ଭଲ କରିପାରିବ ବୋଲି ଚନ୍ଦ୍ରଶେଖର ବିଚାର କରୁଛନ୍ତି । ସେଥିପାଇଁ ସେ ଗମାଙ୍ଗୋଙ୍କୁ ଉପରୋକ୍ତ ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି । ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର କହିଛନ୍ତି ଯେ ଏନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଖବର ମୋପାଖରେ ନାହିଁ | ଶ୍ରୀ ଗମାଙ୍ଗୋ ମଧ୍ୟ ନିଜର ଇସ୍ତଫା ପତ୍ର ଦଳକୁ ପ୍ରଦାନ କରିନାହାନ୍ତି। ତେଣୁ ଏହା ଉପରେ ମନ୍ତବ୍ୟ ଦେବା ଉଚିତ୍ ହେବ ନାହିଁ। ତେବେ ଏପରି କିଛି ହୁଏ, ତାହେଲେ ଓଡ଼ିଶା ବିଜେପି ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ।