ବିଜେପିର ଗୁପ୍ତ ସୂତ୍ରରୁ ଖବର: ରାଜ୍ୟସଭା ନୁହେଁ, ଲୋକସଭା ସାଂସଦଙ୍କୁ ୨୦୨୪ ରେ ମନ୍ତ୍ରୀପଦ

dharmendra pradhan hiswife

ଧର୍ମେନ୍ଦ୍ର ଲଢ଼ିବେ ନିର୍ବାଚନ। ଏଭଳି ଚର୍ଚ୍ଚା ଏବେ ଖୋଦ ବିଜେପି ପାୱାର୍ କରିଡର ରେ ଚର୍ଚ୍ଚା ଜୋର ଧରିଛି । ତେବେ କାହିଁକି ନିର୍ବାଚନ ଲଢିବାକୁ ତତ୍ପର ଧର୍ମେନ୍ଦ୍ର । ଧମେନ୍ଦ୍ରଙ୍କ ଭଳି ନେତା କାହିଁକି ଲଢିବେ ନିର୍ବାଚନ । ୨୦୨୪ ନିର୍ବାଚନ କୁଆଡେ ଧାର୍ଯ୍ୟ କରିବ ଧର୍ମେନ୍ଦ୍ରଙ୍କ ଆଗାମୀ ରାଜନୈତିକ କ୍ୟାରିୟର । ଏମିତି କଣ ହଠାତ ଘଟିଲା ଯେ ଧର୍ମେନ୍ଦ୍ର ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଲେ ।

ପଂଚାୟତ ଓ ପୌର ନିର୍ବାଚନରେ ଅନୁଗୁଳ ଜିଲ୍ଲାରେ ଧର୍ମେନ୍ଦ୍ରଙ୍କ ପାଦ ପଡିନଥିଲା । କିନ୍ତୁ ଏପ୍ରିଲରୁ ହଠାତ ବଦଳିଗଲା ତାଙ୍କ ରଣନୀତି । ୪ ମାସରେ ପାଞ୍ଚଥର ଗସ୍ତ କରିଲେଣି ଧର୍ମେନ୍ଦ୍ର । ଧର୍ମେନ୍ଦ୍ର କାଳେ ଏଥର ଢେଙ୍କାନାଳ ଲୋକସଭା ଆସନରୁ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଉଛି । ହେଲେ କାହଁକି ଏପରି ନିଷ୍ପତ୍ତି ନେଲେ ଧର୍ମେନ୍ଦ୍ର ପ୍ରଧାନ । 

ବିଭିନ୍ନ ଗଣମାଧ୍ୟମ ଆଶଙ୍କା କରିଛି ଯେ, ଏଥର ଧର୍ମେନ୍ଦ୍ର ଢେଙ୍କାନାଳ ଲୋକସଭା ଆସନରୁ ପ୍ରାର୍ଥୀ ହେବେ । ହେଲେ କଣ ଏମିତି ଘଟିଲା ଯେ ସେ ସିଧା ନିର୍ବାଚନ ଲଢିବା ପାଇଁ ବାଧ୍ୟ ହେଉଛନ୍ତି । କେନ୍ଦ୍ରମନ୍ତ୍ରୀ କୌଣସି ନିର୍ବାଚନରେ ରିସ୍କ ନେଉନଥିବା ବେଳେ ହଠାତ କାହିଁକି ଏଭଳି ରିକ୍ସ ନେଉଛନ୍ତି ତାହା ଅତ୍ୟନ୍ତ ଆଶ୍ଚର୍ଯ୍ୟକର ବିଷୟ । ଧର୍ମେନ୍ଦ୍ର ସିଧା ନିର୍ବାଚନ ଲଢେଇ କରିବାକୁ ପସନ୍ଦ କରନ୍ତି ନାହିଁ ଯାହା ଆଗରୁ ନଜିର ରହିଛି । ପୂର୍ବରୁ ଜାଣିଛେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜଣେ ସୁବିଧାବାଦୀ ନେତା । ବିନା ନିର୍ବାଚନରେ କେନ୍ଦ୍ରମନ୍ତ୍ରୀ ହେବା ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅନେକ ସମାଲୋଚନାର ଶିକାର ହେବାକୁ ପଡୁଛି । ତେଣୁ ଜଣେ ସୁବିଧାବାଦୀ ନେତା ଏପରି ସିଧା ନିର୍ବାଚନ ଲଢେଇ କରିବା ପଛରେ ରହିଛି ଏକ ବଡ କାରଣ କହିଛନ୍ତି କିଛି ସମାଲୋଚକ।

କେନ୍ଦ୍ର ବିଜେପିର ଚର୍ଚ୍ଚା ଅନୁଯାୟୀ ଏଥର ଆରଏସଏସ କାଳେ ଏକ ନୂଆ ରଣନୀତି ଆଣିବାକୁ ଯାଉଛି । ଆସନ୍ତା ସାଧାରଣ ନିର୍ବାଚନରେ ତାହା ବିଜେପିରେ ଲାଗୁ କରାଯିବ । ସେହି ରଣନୀତି ହେଲା ଯେ, ସାଧାରଣ ନିର୍ବାଚନ ପରେ ଯେଉଁ ନୂଆ ମନ୍ତ୍ରୀମଣ୍ଡଳ ହେବ ସେଥିରେ କେବଳ ଲୋକସଭା ସାଂସଦଙ୍କୁ ସାମିଲ କରାଯିବ । କୌଣସି ରାଜ୍ୟସଭା ସାଂସଦଙ୍କୁ ମନ୍ତ୍ରୀପଦ ଦିଆଯିବ ନାହିଁ । ସଂଘ ଏହି ନିଷ୍ପତି ନେବା ପରେ ଧର୍ମେନ୍ଦ୍ରଙ୍କ ପାଇଁ ବଢିଛି ଚିନ୍ତାର କାରଣ । ତେବେ ପ୍ରଶ୍ନ ଉଠୁଛି କାହିଁକି ଏଭଳି ନିଷ୍ପତ୍ତି ନେଇଛି ଆରଏସଏସ । ତାହାର କାରଣ ହେଉଛି ଯେଉଁ ରାଜ୍ୟସଭା ସାଂସଦମାନେ ମନ୍ତ୍ରୀ ହେଉଛନ୍ତି ସେମାନଙ୍କ ଦ୍ୱାରା ସଂଗଠନର କୌଣସି ଲାଭ ହୋଇପାରୁ ନାହିଁ । ସେମାନଙ୍କର କୌଣସି ନିର୍ବାଚନ ମଣ୍ଡଳୀ ନ ଥିବା ଯୋଗୁଁ, ମନ୍ତ୍ରୀ ଭାବେ ସେମାନେ ମଇଦାନକୁ ମଜବୁତ କରିପାରୁ ନାହାଁନ୍ତି । 

ଅନ୍ୟପକ୍ଷରେ ବିନା କୌଣସି ନିର୍ବାଚନରେ ସାଂସଦ ହେଉଥିବାରୁ ମନ୍ତ୍ରୀ ପରି ଗୁରୁତ୍ୱପୂର୍ଣ୍ଣ ପଦ ଦେବାର କୌଣସି ଆବଶ୍ୟକ ନାହିଁ ବୋଲି ସଂଘ ବିଚାର କରୁଛି । ବରଂ ଯେଉଁମାନେ ନିର୍ବାଚନ ଲଢି ତୃଣମୂଳ ସ୍ତରରୁ ଆସିଛନ୍ତି ସେମାନେ ମନ୍ତ୍ରୀପଦ ପାଇବା ହକଦାର ବୋଲି ସଂଘ କହିଛି । ଯଦି ସଂଘର ଏହି ନିଷ୍ପତିକୁ ଲାଗୁ କରାଯାଏ ତେବେ ଧର୍ମେନ୍ଦ୍ର ନିର୍ବାଚନ ନ ଲଢିଲେ ତାଙ୍କର ମନ୍ତ୍ରୀ ହେବା ଆଶା ମଉଳି ଯିବ । ଆଉ ଏଥିପାଇଁ ଢେଙ୍କାନାଳର ସଂଗଠନକୁ ସୁଦୃଢ କରିବାରେ ଲାଗିଛନ୍ତି । କେବଳ ସେ ଏକା ନୁହଁନ୍ତି, ତାଙ୍କ ଧର୍ମପତ୍ନୀ ମୃଦଳା ଠାକୁର ପ୍ରଧାନ ମଧ୍ୟ ଢେଙ୍କାନାଳ ଗସ୍ତରେ ଆସି ବିଭିନ୍ନ ସଂଗଠନ କାର୍ଯ୍ୟରେ ନିଜକୁ ନିୟୋଜିତ ରଖିଛନ୍ତି । ତେବେ ଦେଖାଯାଉ, କେଉଁ ପାଣି କେଉଁ ଆଡକୁ ଯାଉଛି ।

Share this story