ଲୋକପ୍ରିୟ ନେତା ସୁର ରାଉତରାୟଙ୍କୁ ତାଙ୍କ ଦଳରେ କିଏ କରୁଛି ବିରୋଧ ?

sura rout

ସୁରଭାଇ ଟିକିଏ ଉତ୍ତେଜିତ ହେଇପଡିଲେଣି। ତାଙ୍କ ବିରୋଧରେ ଚକ୍ରାନ୍ତ ହଉଛି। ଏହି ଚକ୍ରାନ୍ତକାରୀ ମାନଙ୍କ ଯୋଗୁ ତାଙ୍କ ବିରୋଧରେ ଶୃଙ୍ଖଳାଭଙ୍ଗ ଅଭିଯୋଗର ନୋଟିସ ଆସିଛି । ଏଥିରୁ ସୁରଭାଇ ରାଗିବେ କି ନାହିଁ ? ପଦ୍ମପୁର ନିର୍ବାଚନ ହାରିବା ଯେତେ ବାଧୁନି ନେତୃତ୍ଵକୁ ତା'ଠୁ ବେଶି ବାଧୁଛି ସୁର ଓ ମୋକିମଙ୍କ କଥା। ଏହି ଦୁଇ ବିଧାୟକ ପଦ୍ମପୁରରେ କଂଗ୍ରେସ ଭୋଟ କିଣାବିକା ହେଇଛି ବୋଲି କହିଥିଲେ। ଏକଥା କ’ଣ ଭାଲୁ କହିନଥିଲେ କି ? ନିଜେ ସଭାପତି ଫଳ ବାହାରିବା ଆଗରୁ ହାରିବାର ପୂର୍ବାନୁମାନ କରିନଥିଲେ କି ? କିନ୍ତୁ ନୋଟିସ ପାଇଲେ କେବଳ ସୁର ଓ ମୋକିମ ।

ଧାମନଗର କଂଗ୍ରେସ ଘର ପୁରା ଭାଙ୍ଗି ଯାଇଥିଲା । ତେଣୁ ସେଠାରେ ଦଳର ଅମାନତ ଯିବା ଟା ବଡ଼ କଥା ନଥିଲା। ହେଲେ ପଦ୍ମପୁରରେ ଏତେ ମଜଭୁତ କଂଗ୍ରେସ ଘର ଶଙ୍ଖ ଧ୍ବନିରେ ଏମିତି ଭାଙ୍ଗିରୁଜି ଚୁରମାର ହେଲା କେମିତି ? ସବୁ ଭୋଟ ପଳେଇଲ ହାତ ଦଳକୁ । ତେଣୁ ବିକା-କିଣା ତ ହେଇଚି। ଯଦି କେୟାର କରୁନାହାଁନ୍ତି । ରାଷ୍ଟ୍ରପତି ନିର୍ବାଚନ ଏକଥାଟା ସୁରଭାଇ କହିଦେଲେ ତ ଆକାଶ ଛିଡିପଡିବ କାହିଁକି ? ପରେ ଏମିତି ଗୋଟେ ନୋଟିସ ପାଇଥିଲେ। ତାକୁ ବି ପରବାୟ କରିନଥିଲେ। ଯିଏ ଦଳ ଛାଡିବାକୁ ପ୍ରସ୍ତୁତ ତାକୁ ଏ ନୋଟିସ କ’ଣ ବା ନୋଟି ସବୁ ମୋର୍ସ ମ ହେୟାରରେ ବି ଡରାଇବ ? କିନ୍ତୁ ନୋଟିସ ପାଇବା ପରେ ବୋଧେ ସୁରଭାଇ ହଡବଡେଇ ଯାଇଛନ୍ତି।

ସେଥିପାଇଁ ଚକ୍ରାନ୍ତକାରୀଙ୍କ କଥା ଉଠେଇଛନ୍ତି। ତେବେ କିଏ ଏହି ଚକ୍ରାନ୍ତକାରୀ ? ଶରତ,ହେମନ୍ତ, ବସନ୍ତ ନୁହଁନ୍ତି ତ ? ସୁରଭାଇ କଥାଟା ଫିଟେଇ କହିଥ୍ଲେ ଭଲ ହେଇଥାନ୍ତା । ତେବେ କହିଛନ୍ତି ଯେ, ସେ ଡାଇରେକ୍ଟ ମା- ପୁଅ ଏବଂ ଖଡଗେ ବାବୁଙ୍କୁ କହିବେ। ଯେହେତୁ ନେହେରୁଙ୍କ ଅମଳରୁ କଂଗ୍ରେସରେ ଅଛନ୍ତି,ସେହେତୁ ସିଏ କଦାପି ଦଳ ଛାଡିବେ ନାହିଁ । ଛାଡିବା କଥା ବି ନୁହେଁ । ଏହି ଦଳ ତାଙ୍କୁ ପରିଚୟ ଦେଇଚି । ତେବେ ତାଙ୍କ ପୁଅମାନେ ଯଦି ଶଙ୍ଖ ବି ପଦ୍ମ ଧରି ପକାନ୍ତି, ସୁରଭାଇ ସେମାନଙ୍କୁ ବାରଣ କରିବା କଥା ନୁହେଁ। ହାତ ଦଳରେ କିଏ କାହା ବିରୋଧରେ ଚକ୍ରାନ୍ତ କରୁନାହିଁ ଯେ ? ତେଣୁ ସୁରରାଇ ଚକ୍ରାନ୍ତକାରୀଙ୍କୁ ନେଇ ଜମାରୁ ଚିନ୍ତା କରିବା ଉଚିତ ନୁହେଁ । ବରଂ କହିଦବା କଥା ଯେ, ମାଡି ଚାଲ।

Share this story