ଆମେ ପଛେ ନଜିତୁ କିନ୍ତୁ ଅନ୍ୟ ନେତା ହାରନ୍ତୁ ଫର୍ମୁଲା ରେ ଓଡିଶା କଂଗ୍ରେସ

congres team

ଦିଲ୍ଲୀରେ କଂଗ୍ରେସ ନେତା ମାନଙ୍କର ଯେଉଁଭଳି ସକ୍ରିୟତା ଦେଖିବାକୁ ମିଳୁଛି ତାହା ଦେଖିଲେ ଲାଗୁଛି ଫୁଲ ଜୋସରେ କଂଗ୍ରେସ । ଅନ୍ୟପଟେ ଭାରତ ଯୋଡ ଯାତ୍ରା ମଧ୍ୟରେ କଂଗ୍ରେସ ପ୍ରଶଂସା ସାଉଁଟୁଛି । ଖାଲି ଏତିକି ନୁହଁ ହିମାଚଳ ପ୍ରଦେଶରେ କଂଗ୍ରେସ ଏଥର ସରକାର ଗଠନ କରିଛି । ପ୍ରିୟଙ୍କା ଗାନ୍ଧୀଙ୍କର ସକ୍ରିୟତା ହିମାଚଳରେ କଂଗ୍ରେସ ବିଜୟ ପଛର ଅନେକ କାରଣ ମଧ୍ୟରୁ ଗୋଟିଏ କାରଣ ରହିଛି । ତେବେ ଏଭଳି ସକ୍ରିୟତା ଅନ୍ୟ ରାଜ୍ୟରେ ଦେଖିବାକୁ ମିଳୁଥିବା ବେଳେ ଓଡିଶାରେ କଂଗ୍ରେସର ଏଭଳି ସକ୍ରିୟତା ଦେଖିବାକୁ ମିଳିନାହିଁ । 

ବିଜୁବାବୁଙ୍କ ଭଳି ପ୍ରଭାବଶାଳୀ ଓ ଲୋକପ୍ରିୟ ନେତା ଥିଲେ ବି କଂଗ୍ରେସ ରାଜ୍ୟରେ ସରକାର ଗଢିବାରେ ସମର୍ଥ ହେଉଥିଲା । ହେଲେ କିନ୍ତୁ ଏବେ ସ୍ଥିତି ପଲଟବାର କରିଛି । ଦୀର୍ଘଦିନ ଧରି ରାଜ୍ୟ ଶାସନ କରିଥିବା କଂଗ୍ରେସ ଏବେ ତୃତୀୟ ସ୍ଥାନକୁ ଠେଲି ହୋଇଯାଇଛି । ବିଜେଡି ଓ ବିଜେପିର ଆକ୍ରମଣାତ୍ମକ ରଣନୀତିରେ ସ୍ୟାଣ୍ଡଉଇଜି ହୋଇଯାଇଛି କଂଗ୍ରେସ । ଧୀରେ ଧୀରେ ରାଜ୍ୟରେ କଂଗ୍ରେସର ଅସ୍ଥିତ୍ୱ କ୍ଷୀଣ ହୋଇ ଚାଲିଥିଲେ ବି କଂଗ୍ରେସ ନେତାମାନେ ଏବେ ମଧ୍ୟ ଗୋଷ୍ଠୀ କନ୍ଦଳ ରୋଗରେ ଆକ୍ରାନ୍ତ ଅଛନ୍ତି । ହେଲେ ଦିଲ୍ଲୀରେ ଲୋକ ଦେଖାଣିଆ ପାଇଁ କଂଗ୍ରେସ ନେତା ମାନେ ଏକାଠି ହେବାର ବାର୍ତା ଦେଉଛନ୍ତି ।

ନିକଟରେ ଦିଲ୍ଲୀରେ ପିସିସ ସଭାପତି ସାର୍ଟ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ତାରା ପ୍ରସାଦ ବାହିନୀପତି, ଜୟଦେବ ଜେନା ରାମ ଚନ୍ଦ୍ର ଖୁଣ୍ଟିଆଙ୍କ ଭଳି ବହୁନେତା ଏକାଠି ହୋଇ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ା ପଦଯାତ୍ରାରେ ସାମିଲ ହୋଇଥିଲେ । ଚେଲା କୁମାରଙ୍କ ସହ ଏକାଠି ଫୋଟୋ ପୋଜ ବି ଦେଇଥିଲେ । ହେଲେ ଦିଲ୍ଲୀରେ ଏକାଠି ଥିବା କଂଗ୍ରେସ ନେତାମାନେ ଭୁବନେଶ୍ୱର ଆସିଲେ କିନ୍ତୁ ଅଲଗା ଅଲଗା ରାସ୍ତା ଧରିବେ । 

ତେବେ ଓଡିଶାରେ ବ୍ରଜରାଜନଗର ଉପନିର୍ବାଚନରେ କଂଗ୍ରେସ ଦ୍ୱିତୀୟ ସ୍ଥାନରେ ଆସିବା ପରେ ଆକ୍ଟିଭ ହୋଇଥିଲା କଂଗ୍ରେସ । ଆଉ ଏହାପରେ ୯ରୁ ୯୦ ଆସନର ନାରା ଦେଇଥିଲେ ପିସିସି ସଭାପତି ଶରତ ପଟ୍ଟନାୟକ ଦେଇଥିଲେ । ଅନ୍ୟପଟେ ଏହି ନାରା ଧିରେ ଧିରେ ୯ରୁ ୯୦ ନହୋଇ ଶୂନ ଆଡକୁ ଗତି କରିଯିବ ତାହା ମଧ୍ୟ କିଛି ଆଶ୍ଚର୍ଯ୍ୟ ନୁହଁ ।

Share this story