ଧାମନଗରରେ ବିରୋଧୀଙ୍କ ଫାଟ ଜଳଜଳ, ବୈଜୟନ୍ତ ଓ ଅପରାଜିତାଙ୍କୁ ନୋ ଏଣ୍ଟ୍ରି
dhamnagra congres bjp

ଧାମନଗରକୁ ଗଲେ ନାହିଁ ଅନେକ ତାରକା ପ୍ରଚାରକ। ଧାମନଗରରେ ପ୍ରଚାର କନ୍ଦଳ । ବିଜେପି ଓ କଂଗ୍ରେସରେ ଧାମନଗର ଫାଟ । ପ୍ରଚାର କରିବାକୁ ଗଲେ ନାହିଁ ଅପରାଜିତା ବୈଜୟନ୍ତ । ପ୍ରଚାରରୁ ଦୂରେଇ ରହିଲେ ବହୁ କଂଗ୍ରେସ ନେତା । ଧାମନଗର ଉପନିର୍ବାଚନ ପାଇଁ ମଙ୍ଗଳବାର ପ୍ରଚାର ଶେଷ ହୋଇଛି । ଶେଷଦିନରେ ବିଜେପି ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କଂଗ୍ରେସ ପାଇଁ ପସିସି ସଭାପତି ଶରତ ପଟ୍ଟନାୟକ ନିଜ ଦଳର ପ୍ରାର୍ଥୀ ପାଇଁ ପ୍ରଚାରର ମଙ୍ଗ ଧରିଛନ୍ତି । 

ତେବେ ବିଜେପି ଓ କଂଗ୍ରେସର ପକ୍ଷରୁ ଷ୍ଟାର କ୍ୟାମ୍ପେନର ତାଲିକାରରେ ସ୍ଥାନ ପାଇଥିବା କିଛି ହେଭିୱେଟ ପ୍ରଚାର ପାଇଁ ନଆସିବା ଅନେକ କିଛି କାରଣକୁ ଦର୍ଶାଉଛି । ଦଲୀୟ ପ୍ରଚାରରେ ବିଜେପିର ଗୋଷ୍ଠୀ କନ୍ଦଳକୁ ଇଙ୍ଗିତ କରିଛି । ବୈଜୟନ୍ତ ଓ ଅପାରାଜିତା ଇଚ୍ଛାକୃତ ଭାବରେ ପ୍ରଚାର କରିବାକୁ ଯାଇ ନାହାନ୍ତି । ଅନ୍ୟପଟେ ରାଜ୍ୟ କଂଗ୍ରେସର ଦୁଇ ବଡ ମୁହଁ ତଥା ଦଳର ଦୁଇ ବରିଷ୍ଠ ବିଧାୟକ ନରସିଂହ ମିଶ୍ର ଏବଂ ତାରା ପ୍ରସାଦ ବାହୀନି ପତି ନିର୍ବାଚନ ପ୍ରଚାରରୁ ନିଜକୁ ସମ୍ପୁର୍ଣ୍ଣ ଭାବେ ଦୂରେଇ ରହିଛନ୍ତି । ଅନ୍ୟ କାର୍ଯ୍ୟକ୍ରମ ଗୁଡିକରେ ସେମାନେ ଅଂଶଗ୍ରହଣ କରୁଥିଲେ ହେଁ କଣ ପାଇଁ ଧାମନଗର ଆସିଲେ ନାହିଁ । ସେନେଇ ଦଳୀୟ ନେତାଙ୍କ ନିକଟରେ ଏନେଇ କୌଣସି ଉତ୍ତର ନାହିଁ । 

ଧାମନଗରରେ ଦଳ ନିଜର ହଜିଥିବା ଆତ୍ମସମ୍ମାନ ସନ୍ଧାନରେ ରହିଛି ତେବେ ନୂଆ ପସିସି ସଭାପତିଙ୍କ ନେତୃତ୍ୱରେ ଚଳିତ ଉପନିର୍ବାଚନରେ ଦଳ ସଂଘବଦ୍ଧ ବୋଇ ଲଢିବ ବୋଲି କ୍ରମୀ ମହଲରେ ଆଶା ପ୍ରକାଶ ପାଉଥିଲା । କିନ୍ତୁ ସେମାନେ ସହଜରେ ଏହାକୁ ଗ୍ରହଣ କରିପାରୁନାହାନ୍ତି । ୨୦୧୯ ନିର୍ବାଚନ ତୁଳନାରେ ଯଦି କଂଗ୍ରେସ ଚଳିତ ଉପନିର୍ବାଚନରେ ଖରାପ ପ୍ରଦର୍ଶନ କରେ ତାହାଲେ ଆଶ୍ଚର୍ଯ୍ୟ ହେବାର ନାହିଁ । ଆଉ ଏଥିପାଇଁ କେବଳ ଓଡିଶା ପିସିସି ଦାୟୀ ବୋଲି ଦଳର କେତେକ ପୁରୁଣା ସମର୍ଥକ କ୍ଷୋଭର ସହ ମତବ୍ୟକ୍ତ କରିଛନ୍ତି ।

Share this story