୨୨ ବର୍ଷର ମୁଖ୍ୟମନ୍ତ୍ରୀ : ୫ଟି ସଚିବଙ୍କ ଭିଡିଓ ଭାଇରାଲ

 cm odisha

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୀର୍ଘ ୨୨ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ମୁଖ୍ୟମନ୍ତ୍ରୀ ଭାବରେ ନିଜ ଦାୟିତ୍ଵ ନିର୍ବାହ କରି ଆସୁଛନ୍ତି । ୧୯୯୭ରୁ ପ୍ରାୟ ୨୫ ବର୍ଷ ସାଧାରଣ ରାଜନୈତିକ ଜୀବନରେ ରହି ଆସିଛନ୍ତି। କୌଣସି ସରକାରୀ କାର୍ଯ୍ୟକ୍ରମ ହେଉ କି ସରକାରୀ ଅଫିସ୍‌କୁ ଯିବା କିମ୍ବା ଦଳୀୟ କାର୍ଯ୍ୟକ୍ରମରେ ଯୋଗଦାନ ପ୍ରତ୍ୟେକ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ବେଶ୍ ସମୟାନୁବର୍ତିତା ଅବଲମ୍ବନ କରିଥାଆନ୍ତି । ଧାର୍ଯ୍ୟ ସମୟରେ କାର୍ଯ୍ୟକ୍ରମରେ ପହଞ୍ଚିବାକୁ ମୁଖ୍ୟମନ୍ତ୍ରୀ ପସନ୍ଦ କରିଥାଆନ୍ତି। କ୍ଷମତାରେ ଦୀର୍ଘଦିନ ରହିବା ପରେ ମଧ୍ୟ କେବେ ବି ଏଥରୁ ବିଚ୍ୟୁତ ହୋଇ ନାହାନ୍ତି ମୁଖ୍ୟମନ୍ତ୍ରୀ।

ଗୁରୁବାର ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଅନୁଗୋଳରେ ଏକ ସରକାରୀ କାର୍ଯ୍ୟକ୍ରମରେ ଧାର୍ଯ୍ୟ ସମୟ ପୂର୍ବରୁ ପହଞ୍ଚିଥିଲେ। ଅନୁଗୁଳରେ ପହଞ୍ଚିବା ସମୟର ଏକ ଭିଡିଓ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଭିତରୁ ଉତ୍ତୋଳନ କରାଯାଇଛି। ଏହି ଭିଡିଓଟି ମୁଖ୍ୟମନ୍ତ୍ରୀଙ୍କ ସଚିବ ୫-ଟି ଭି.କେ ପାଣ୍ଡିଆନ୍‌ଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ସେୟାର କରାଯାଇଛି।

ମୁଖ୍ୟମନ୍ତ୍ରୀ ନିଜର ସମୟାନୁବରିତା ପାଇଁ ପରିଚିତ। ଏହା ସମସ୍ତଙ୍କ ପାଇଁ ଶିଖିବାର ବିଷୟ। ସରକାରୀ କାର୍ଯ୍ୟକ୍ରମ ହେଉ କି ସାଧାରଣ କାର୍ଯ୍ୟକ୍ରମ, ମୁଖ୍ୟମନ୍ତ୍ରୀ କୌଣସି ଟାଇମଲାଇନ୍ (ଧାର୍ଯ୍ୟ ସମୟ) ଟପନ୍ତି  ନାହିଁ ବୋଲି ୫-ଟି ସଚିବ ଶ୍ରୀ ପାଣ୍ଡିଆନ୍ ଭିଡିଓରେ କହୁଥିବା ଲକ୍ଷ୍ୟ କରାଯାଇଛି ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ ହୋଇଥିବା ଏହି ଭିଡ଼ିଓ ବହୁଳ ଭାବରେ ପ୍ରସାରିତ ହୋଇଛି।

Share this story