କେଉଁ ମୁଖ୍ୟମନ୍ତ୍ରୀଙ୍କ କେତେ ଦରମା ? ବିଭିନ୍ନ ରାଜ୍ୟର ଦରମା ଅଲଗା କାହିଁକି ?

nabeen pattanaik

ବେଳେ ବେଳେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠେ ଯେ କେଉଁ ମୁଖ୍ୟମନ୍ତ୍ରୀଙ୍କୁ କେତେ ଦରମା ମିଳେ ? ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମାନଙ୍କ ଦରମା ସେଇ ରାଜ୍ୟର ବିଧାନସଭାରେ ନିର୍ଦ୍ଧାରିତ ହୋଇଥାଏ । ତେଣୁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଦରମା ସମାନ ନଥାଏ ।  ଯେମିତି କି ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଯେତେ ଦରମା ନିଅନ୍ତି ତାର ୫୦% ଦରମା ନିଅନ୍ତି ଗୋଆ ମୁଖ୍ୟମନ୍ତ୍ରୀ । ଆସନ୍ତୁ ଜାଣିବା କେଉଁ ମୁଖ୍ୟମନ୍ତ୍ରୀଙ୍କ କେତେ ଦରମା ? 

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ନିଅନ୍ତି ୪ ଲକ୍ଷ ୧୦ ହଜାର ତାଙ୍କ ଦରମା । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ନିଅନ୍ତୁ ୩ଲକ୍ଷ ୯୦ହଜାର ଟଙ୍କା ଦରମା । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ୩ଲକ୍ଷ ୬୫ହଜାର ଟଙ୍କା । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ୩ଲକ୍ଷ ୪୦ହଜାର, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ନିଅନ୍ତି ୧ଲକ୍ଷ ୨୫ ହଜାର ଟଙ୍କା ଦରମା। 

ସେହିପରି ଗୁଜୁରାଟ ମୁଖ୍ୟମନ୍ତ୍ରୀ ୩ଲକ୍ଷ ୨୧ ହଜାର ଟଙ୍କା ଦରମା ନିଅନ୍ତି । ହିମାଞ୍ଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ୩ ଲକ୍ଷ ୧୦ ହଜାର ଟଙ୍କା, ହରିୟାଣା ମୁଖ୍ୟମନ୍ତ୍ରୀ ୨ ଲକ୍ଷ ୮୮ ହଜାର ଟଙ୍କା ନିଅନ୍ତି । ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ୨ ଲକ୍ଷ ୭୨ ହଜାର ଟଙ୍କା, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ୨ ଲକ୍ଷ ୫୫ ହଜାର, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ୨ ଲକ୍ଷ ୩୦ହଜାର ଟଙ୍କା ନିଅନ୍ତି । 

ସେପଟେ ପଞ୍ଜାବ ମୁଖ୍ୟମନ୍ତ୍ରୀ ନିଅନ୍ତି ୨ ଲକ୍ଷ ୩୦ ହଜାରେ ଟଙ୍କା ଦରମା। ଗୋଆ ମୁଖ୍ୟମନ୍ତ୍ରୀ ୨ଲକ୍ଷ ୨୦ହଜାର ଟଙ୍କା, ବିହାର ମୁଖ୍ୟମନ୍ତ୍ରୀ ୨ଲକ୍ଷ ୧୫ ହଜାର, ତାମିଲନାଡୁ ମୁଖ୍ୟମନ୍ତ୍ରୀ ୨ ଲକ୍ଷ ୫ ହଜାର ଟଙ୍କା ଦରମା ନିଅନ୍ତି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୨ ଲକ୍ଷ ଟଙ୍କା, ସିକିମ ମୁଖ୍ୟମନ୍ତ୍ରୀ ୧ଲକ୍ଷ ୯୦ ହଜାର ଟଙ୍କା, କେରଳ ମୁଖ୍ୟମନ୍ତ୍ରୀ ୧ଲକ୍ଷ ୮୫ ହଜାର ଟଙ୍କା, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ୧ଲକ୍ଷ ୭୪ ହଜାର ଟଙ୍କା ଦରମା ନିଅନ୍ତି । ଠିକ ସେହିପରି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ୨ଲକ୍ଷ ୪ହଜାର ଟଙ୍କା ଦରମା ନିଅନ୍ତି । ଆସାମ ମୁଖ୍ୟମନ୍ତ୍ରୀ ୧ ଲକ୍ଷ ୬୦ ହଜାର ଟଙ୍କା ନେଉଥିବା ବେଳେ ଓଡିଶାର ମୁଖ୍ୟମନ୍ତ୍ରୀ ନିଅନ୍ତି ୧ ଲକ୍ଷ ୬୦ହଜାର ଟଙ୍କା । ସେହିପରି ମେଘାଳୟର ମୁଖ୍ୟମନ୍ତ୍ରୀ ୧ ଲକ୍ଷ ୫୦ ହଜାର ଟଙ୍କା, ଅରୁଣାଞ୍ଚଳପ୍ରଦେଶ ମୁଖ୍ୟମନ୍ତ୍ରୀ ୧ ଲକ୍ଷ ୩୩ ହଜାର ଟଙ୍କା ଦରମା ନିଅନ୍ତି । ମଣିପୁର ମୁଖ୍ୟମନ୍ତ୍ରୀ ୧ଲକ୍ଷ ୨୦ ହଜାର ଟଙ୍କା ଦରମା । ପଂଡୁଚେରୀ ମୁଖ୍ୟମନ୍ତ୍ରୀ ୧ଲକ୍ଷ ୨୦ହଜାର ଟଙ୍କା ନିଅନ୍ତି । ସେପଟେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ୧ ଲକ୍ଷ ୧୭ ହଜାର ଟଙ୍କା ଦରମା ନିଅନ୍ତି । ମିଜୋରାମ ମୁଖ୍ୟମନ୍ତ୍ରୀ ୧ ଲକ୍ଷ ୧୪ ହଜାର ଟଙ୍କା, ନାଗଲ୍ୟାଣ୍ଡ ମୁଖ୍ୟମନ୍ତ୍ରୀ ୧ଲକ୍ଷ ୧୦ହଜାର ଟଙ୍କା ଦରମା ନିଅନ୍ତି । ହେଲେ ତ୍ରିପୁରା ମୁଖ୍ୟମନ୍ତ୍ରୀ ସବୁଠାରୁ କମ ଦରମା ନିଅନ୍ତି । ସେ ମାସିକ ଦରମା ନିଅନ୍ତି ୧ଲକ୍ଷ ୫ହଜାର ଟଙ୍କା । ଏହା ବାଦ ଏମ.ଏଲ.ଏ ଯେତେ ଦରମା ନିଅନ୍ତି ସେହି ଦରମା ମଧ୍ୟ ମୁଖ୍ୟମନ୍ତ୍ରୀମାନେ ନେଇଥାନ୍ତି ।

Share this story