କେନ୍ଦ୍ରମନ୍ତ୍ରୀଙ୍କ ଘନ ଘନ ଓଡିଶା ଗସ୍ତ, ଫଳ କିନ୍ତୁ ଶୂନ

bjp bjd

ବିଜେପି କେନ୍ଦ୍ରମନ୍ତ୍ରୀଙ୍କ ଜରିଆରେ ରାଜ୍ୟ ଦଖଲ କରିବା ନେଇ ସ୍ୱପ୍ନ ଦେଖୁଛି । କିନ୍ତୁ କେନ୍ଦ୍ରମନ୍ତ୍ରୀ ଫର୍ମୁଲା ବିଗତ ନିର୍ବାଚନମାନଙ୍କରେ କାମ ଦେଇନାହିଁ । ବିଜେପି ଦିନକୁ ଦିନ ନିଜର ରାଜନୈତିକ ଆଭିମୁଖ୍ୟକୁ ପ୍ରଚାର କରିବାକୁ ଚାହୁଁଛି । ବିଜେପି ରାଜ୍ୟ ସରକାରଙ୍କ ବିରୋଧରେ କୌଣସି ବିରୋଧ କରିବାକୁ ଚେଷ୍ଟା କରୁନାହିଁ । ରାଜ୍ୟରେ ଆଇନି ଶୃଙ୍ଖଳା ଭୁଷୁଡ଼ି ପଡୁଥିବା ବେଳେ ବିଜେପି ସତ୍ୟାଗ୍ରହ କରୁଛି । ଜେଲରେ ଅଭିଯୁକ୍ତଙ୍କ ମୃତ୍ୟୁ, ନାରୀ ନିର୍ଯାତନା ଓ ରାଜନୀତିରେ ଅପାରାଧୀକରଣ ବିରୋଧରେ ଡିସେମ୍ବର ୨୬ ତାରିଖରେ ରାଜ୍ୟରେ ସତ୍ୟାଗ୍ରହ କରିଥିଲା ବିଜେପି । କିନ୍ତୁ ଏହି ହାଇଡ୍ରାମା ସରକାରଙ୍କୁ କେତେ କ୍ଷତିରେ ପକାଇଲା ତାହା ସମସ୍ତେ ଜାଣିଛନ୍ତି । ଆଉ ଏବେ ମଣ୍ଡିଚାଲ ଅଭିଯାନ ଆରମ୍ଭ କରିଛି ବିଜେପି ।

ପଦ୍ମପୁରରେ କୃଷକ ଭୋଟବ୍ୟାଙ୍କ ଥିବା ବେଳେ ବିଜେପି ହାତେଇପାରିଲା ନାହିଁ । କୃଷି ସମସ୍ୟାକୁ ନେଇ ବିଜେପି ବର୍ତ୍ତମାନ ପର୍ଯ୍ୟନ୍ତ ଆଖିଦୃଶିଆ ସରକାରଙ୍କୁ ବିରୋଧ କରିପାରି ନାହିଁ ତେବେ ସତ୍ୟାଗ୍ରହ ଭଳି ମଣ୍ଡିଚାଲ ଅଭିଯାନ ଫ୍ଲଫ୍ ହୋଇପାରେ । ଅନ୍ୟପଟେ ବିଜେପି କେନ୍ଦ୍ରମନ୍ତ୍ରୀ ଫର୍ମୁଲା ଆପଣାଇବା ସମସ୍ତଙ୍କୁ ଆର୍ଶ୍ଚର୍ଯ୍ୟ ଚକିତ କରିଛି । ଯେଉଁ କେନ୍ଦ୍ରମନ୍ତ୍ରୀ ଫର୍ମୁଲା ଅନେକ ଦିନରୁ ଫେଲ ମାରୁଛି ତାହାକୁ ପୁଣି ଥରେ ଆପଣାଇବା ବିଜେପିକୁ ଅନେକ ପ୍ରଶ୍ନ ଉଠାଉଛି । ରାଜ୍ୟର ତୃଣମୂଳ ସ୍ତରରେ ବିଜେପି ପହଞ୍ଚିପାରୁନାହିଁ । ସାଧାରଣ ଭୋଟର ରାଜ୍ୟ ବିଜେପିର ବରିଷ୍ଠ ନେତା ମାନଙ୍କୁ ଭରଷାକୁ ନେଇପାରୁନାହାନ୍ତି ।

ତେବେ ଏଠାରେ ପ୍ରଶ୍ନଉଠୁଛି ଯେତେବେଳେ ରାଜ୍ୟ ବିଜେପି ନେତା ମାନଙ୍କୁ ସାଧାରଣ କର୍ମୀ ବା ଭୋଟରଙ୍କୁ ଗ୍ରହଣ କରିପାରୁନାହାନ୍ତି ବାହାରୁ ଆସିଥିବା କେନ୍ଦ୍ରମନ୍ତ୍ରୀ ମାନଙ୍କୁ କାହାିଁକି ଭରଷା କରିବେ । କେନ୍ଦ୍ରମନ୍ତ୍ରୀ ମାନେ ଆସି ଦୁଇ ରୁ ତିନି ଦିନ ପରେ ଫେରିଯିବେ ହେଲେ ରାଜ୍ୟ ନେତା ମାନେ ରାଜ୍ୟରେ ରହି ନିଜର ପ୍ରଦର୍ଶନ ଦେଖାଇବେ । କିନ୍ତୁ ରାଜ୍ୟ ବିଜେପିର ବରିଷ୍ଠ ନେତା ମାନେ ଚୁପ ରହିଛନ୍ତି । କେବଳ ପ୍ରଚାର ରାଜନୀତି ଉପରେ ଭରଷା କରୁଛନ୍ତି । ପଂଚାୟତ ଓ ପୌର ନିର୍ବାଚନ ପରଠାରୁ ରାଜ୍ୟକୁ ଘନଘନ ଗସ୍ତ କରୁଛନ୍ତି କେନ୍ଦ୍ରମନ୍ତ୍ରୀ । କିନ୍ତୁ ରାଜ୍ୟରେ ଭୋଟବ୍ୟାଙ୍କ ବୃଦ୍ଧି କରିବା ଦିଗରେ କୌଣସି ସାହାଯ୍ୟ କରିନାହିଁ । ତେବେ କଣ ପାଇଁ ଏଭଳି ଆଭିମୁଖ୍ୟକୁ ବିଜେପି ଆପଣାଇଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

Share this story