ଆଉ ଚଳିବନି ବିହାରୀ ଷ୍ଟାଇଲ ରାଜନୀତି : ଆସୁ ଆସୁ ଅପରାଜିତାଙ୍କୁ ପ୍ରଭାରୀଙ୍କ ଚେତାବନୀ

aparajita with sunil;

ନିଜ ମନକୁ ମନ ରାଜନୀତି କରିବା ଏବେ ପଡିବ ମହଙ୍ଗା । ଏଥର ବାଜିବ ଅନୁଶାସନ ର  ଛାଟ । ରାଜ୍ୟ ବିଜେପି ପ୍ରଭାରୀ ବଦଳିବା ସହ ଏବେ ଦଳରେ କିଛି ଟା ପରିବର୍ତ୍ତନ ହେବ ବୋଲି ଅନୁମାନ କରାଯାଉଛି । ଲଗାମଛଡ଼ା ହେଲେ ନିଲମ୍ବିତ ହେବାକୁ ପଡିପାରେ ।

 ୨୦୨୪ ନିର୍ବାଚନକୁ ଆଖିଆଗରେ ରଖି ଭାରତୀୟ ଜନତା ପାର୍ଟି ଏବେ ଠୁ ସଂଗଠନ ସଜାଡ଼ିବା ଲାଗିପଡିଛି । ସେଥିପାଇଁ କିଛି ଦିନ ପୂର୍ବରୁ ଓଡିଶା ଗସ୍ତରେ ଆସି ଫେରିବା ପରେ ଅମିତ ଶାହ ରାଜ୍ୟ ବିଜେପି ପ୍ରଭାରୀଙ୍କୁ ମଧ୍ୟ ବଦଳାଇଛନ୍ତି । ପୂର୍ବରୁ ପ୍ରଭାରୀ ଥିବା ଡ଼ି ପୁରାନ୍ଦେଶ୍ୱରୀଙ୍କ ବଦଳରେ ସୁନୀଲ ବଂଶଲ ଏବେ ହୋଇଛନ୍ତି ବିଜେପି ରାଜ୍ୟ ପ୍ରଭାରୀ । ଏଥିରୁ ଗୋଟିଏ କଥା ବେଶ ସ୍ପଷ୍ଟ ହୋଇଛି । ଦଳୀୟ କନ୍ଦଳକୁ ହଟାନଗଲେ ଦଳ ଆଗେଇ ପାରିବ ନାହିଁ । କାରଣ ନିଜେ ଅମିତ ଶାହା ସେଦିନ ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଯେଉଁଭଳି ଅପରାଜିତା ଓ ଧର୍ମେନ୍ଦ୍ର ଗୋଷ୍ଠି ହାତହାତି ହେବା ଦୃଶ୍ୟ ଦେଖିଲେ ।

ତେବେ ଦଳ ଅଧିକ ମଜବୁତ ସଂଗଠନ ନିର୍ବାଚନରେ ଭଲ ପ୍ରଦର୍ଶନ ଏବଂ ଦଳରେ ଶୃଙ୍ଖଳା ରକ୍ଷା କରିବା ପାଇଁ ସୁନୀଲ ବଂଶଲଙ୍କୁ ପ୍ରଭାରୀ ଦାୟିତ୍ୱ ଦେଇଥିବା ବେଳେ ସୁନୀଲ ବଂଶଲ ମଧ୍ୟ ରାଜ୍ୟରେ ବିଜେପି ନ ଉଧେଇବାର କାରଣକୁ ସମୀକ୍ଷା କରିବାର ଅଣ୍ଟା ଭିଡିଛନ୍ତି । ଏହି କ୍ରମରେ ଏବେ ସାଂସଦ ମାଡାମଙ୍କ ଟେନସନ ହାଇ ହୋଇଯାଇଛି ବୋଲି କୁହାଯାଉଛି ।  କାରଣ ବିଜେପିର ଆଭ୍ୟନ୍ତରୀଣ କନ୍ଦଳ କାହାକୁ ବା ଅଛପା । ବିଜେପିର ଦୁଇ ହେବିୱେଟଙ୍କ ମଧ୍ୟରେ ଚାଲିଥିବା ପ୍ରତିଦ୍ୱନ୍ଦିତା । ଜଣକ ଛାଇ ପଡିଲେ ଆଉ ଜଣଙ୍କ ନାଇଁ ଡ଼େଉଁଛି । ଡେଇଁବା ବି ସ୍ୱାଭାବିକ । କାରଣ ଅପରାଜିତା ଙ୍କ ରାଜନୈତିକ ଷ୍ଟାଇଲ ଦେଖିଲେ ଯେ କେହିବି ନାକ ଟେକିବ । କାରଣ ଲୋକଙ୍କ ସେବା ଠାରୁ ଗୁଣ୍ଡାଗର୍ଦ୍ଦି ଓ ଭଣ୍ଡାମି ଅଧିକ ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅପରାଜିତାଙ୍କ ଶୀତଳ ଯୁଧ୍ୟ ବିଷୟରେ ସମସ୍ତେ ଅବଗତ । ଏହାଛଡା ମ୍ୟାଡ଼ାମ ବି ବେଳେ ବେଳେ ଦଳର ଶୃଙ୍ଖଳା ଭଙ୍ଗ କରିବା ନେଇ ଅଭିଯୋଗ ଆସେ । କିଛି ଦଳୀୟ ନେତା ଓ କର୍ମୀ ମଧ୍ୟ ଅପରାଜିତା ମ୍ୟାଡ଼ାମଙ୍କୁ ସମର୍ଥନ କରୁନଥିବା ନଜରରେ ରହିଛି । ସେଇଭଳି ଗତ ନିର୍ବାଚନରେ ଦଳର ଶୋଚନୀୟ ଅବସ୍ଥାକୁ ନେଇ ଦଳର ଦୁର୍ବଳ ନେତୃତ୍ୱକୁ ଦାୟୀ କରିଥିଲେ ସାଂସଦ ଅପରାଜିତା । ଦଳର ଦୁର୍ବଳ ନେତୃତ୍ୱ ମ୍ୟାଡ଼ାମଙ୍କୁ ଆଦୌ ପସନ୍ଦ ନୁହେଁ ବୋଲି କହୁଥିବା ବେଳେ ଦଳଠୁ ଅଲଗା ହୋଇ ବହୁବାର ନିଜସ୍ୱ ବୈଠକ ଏବଂ ନିଜସ୍ୱ ପ୍ରଚାର ପ୍ରସାରରେ ଲାଗିରହିଥାନ୍ତି । ଯେତେବେଳେ କି ଦଳକୁ ସୁସଙ୍ଗଠିତ କରିବା ମଧ୍ୟ ତାଙ୍କର ଦାୟିତ୍ୱ । ହେଲେ ଏବେ ସମୟ ବଦଳିବାକୁ ଯାଉଛି ଆଗକୁ କେବଳ ଦଳୀୟ ଇଙ୍ଗିତରେ କାମ କରିବାକୁ ପଡିପାରେ । କାରଣ ପ୍ରଭାରୀ ସୁନୀଲ ବଂଶଲ ଏବେ ନୂଆ ଉପାୟ ନେଇ ଦଳୀୟ ସଙ୍ଗଠନକୁ ସୁଧାରିବାକୁ ବସିଛନ୍ତି । 

ଅନ୍ୟପଟେ ଏବେ ଜାତୀୟ ରାଜନୀତିରେ ପ୍ରଭାବଶାଳୀ ଧର୍ମେନ୍ଦ୍ର ପ୍ରଧାନ ସୁନୀଲ ବଂଶଲଙ୍କ ସହ ନିଜ ସମ୍ପର୍କକୁ ତାଗଡା ରଖିଥିବା ବେଳେ ଏଥିରୁ ଦୁରେଇ ରହିଛନ୍ତି ଅପରାଜିତା । ତେବେ ଏ ସମସ୍ତ ଦିଗକୁ ଆଖିଆଗରେ ରଖିଲେ ଆଗକୁ ହୁଏତ ସାଂସଦ ମ୍ୟାଡ଼ାମଙ୍କୁ ଅନେକ ଚ୍ୟାଲେଞ୍ଜ ଆସିପାରେ ଏବଂ ବହୁ ସମସ୍ୟାର ସମ୍ମୁଖୀନ କରିବାକୁ ପଡିପାରେ ବୋଲି ଚର୍ଚ୍ଚା ହେଉଛି । ଏପରିକି ଯଦି ସେ ସୁଧୁରିବେନି ତେବେ ୨୦୨୪ ରେ ଟିକେଟ ବି କଟିପାରେ ବୋଲି କହିଛନ୍ତି ପାୱାର୍ କରିଡର ର ନିକଟତର କିଛି ଚେହେରା ।

Share this story