ରାଜନୀତି ମୈଦାନକୁ ଓହ୍ଲାଇବେ ମିସେସ ପ୍ରଧାନ

dharmendra pradhan

ରାଜନୀତିକୁ ଓଲ୍ହାଇବେ ମୁକୁଙ୍କ ପତ୍ନୀ । ବିଜେପି ରାଜନୀତିରେ ନୂଆ ପରମ୍ପରା ।  ଆରମ୍ଭ ହେବ କି ସ୍ୱାମୀ ସ୍ତ୍ରୀ ରାଜନୀତି ? ଓଡିଶା ମୁଖିଆ ଆସନରେ ପ୍ରଧାନଙ୍କ ଲକ୍ଷ । ଏହାକୁ ନେଇ ରାଜ୍ୟ ବିଜେପି ମହଲରେ ବେଶ ଚର୍ଚ୍ଚା । ଅନେକ ପୁରୁଖା କର୍ମୀଙ୍କ କହିବା କଥା - ବିଜେପିରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଦବଦବା କେନ୍ଦ୍ର ଠୁ ରାଜ୍ୟ ସବୁଠି ଅଛି । ଏବେ ତାଙ୍କ ପତ୍ନୀ କାଳେ ରାଜନୀତିକୁ ଆସିବେ । କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି ଖୋଦ ଧର୍ମେଦ୍ର ପ୍ରଧାନ । ବିଜେପି ଶିବିରରେ ଏବେ ଏହି ଚର୍ଚ୍ଚା ଚାଲିଛି । ଯଦିଓ ଏକଥାର କିଛି ସତ୍ୟତା ମିଳିନି ତଥାପି ଆମେ ଏହାକୁ ମିଛ ବି କହିପାରିବା ନାହିଁ । କାରଣ ଧର୍ମେନ୍ଦ୍ର ପ୍ରଧାନଙ୍କ ଗତ କିଛି ମାସର ଢେଙ୍କାନାଳ ଗସ୍ତକୁ ଦେଖିଲେ ଏଥିରେ ସତ୍ୟତା ଥାଇ ପାରେ ବୋଲି ଦଳୀୟ କର୍ମୀ କହୁଛନ୍ତି । 

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନଜର କାଳେ ଓଡିଶା ମୁଖିଆ ଆସନ ଉପରେ ଅଛି । ଅର୍ଥାତ ଓଡିଶା ମୁଖିଆ ଆସନ ପାଇଁ ତାଙ୍କୁ କେନ୍ଦ୍ରୀୟ ରାଜନୀତି ଛାଡିବାକୁ ପଡିବ । କେନ୍ଦ୍ରରେ ତାଙ୍କର ଯେଉଁ ଦବଦବା ରହିଛି ତାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ସେ କାଳେ ଏମିତି କିଛି ଯୋଜନା କରୁଛନ୍ତି । ଏବେ ତାଙ୍କର ପ୍ରତ୍ୟେକ ଓଡିଶା ଗସ୍ତ ସମୟରେ ସେ ଢେଙ୍କାନାଳ ଯାଇ ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି । ଅଭିଭକ୍ତ ଢେଙ୍କାନାଳ ହେଉଛି ତାଙ୍କ ନିଜସ୍ୱ ଜିଲ୍ଲା । ସେ ରାଜ୍ୟ ରାଜନୀତିକୁ ଆସିବା ପାଇଁ ଢେଙ୍କାନାଳରେ ତାଙ୍କ ସଙ୍ଗଠନକୁ ବଢ଼ାଇବାରେ ଲାଗିଛନ୍ତି । 

ବର୍ତ୍ତମାନ ହେଉଥିବା ଚର୍ଚ୍ଚା ଅନୁଯାୟୀ ଯଦି ଧର୍ମେନ୍ଦ୍ର ଓଡିଶା ରାଜନୀତି କୁ ଆସନ୍ତି ତେବେ କେନ୍ଦ୍ରୀୟ ରାଜନୀତିରେ ତାଙ୍କ ପତିଆରା ଜଗିବା ପାଇଁ ତାଙ୍କ ପତ୍ନୀ ହିଁ ଏକମାତ୍ର ଭରଷା । ସେଥିପାଇଁ ତାଙ୍କ ପତ୍ନୀକୁ ବିଜେପିରୁ ପ୍ରାର୍ଥୀ କରିବାକୁ ଆରମ୍ଭ କରିଛନ୍ତି । ଢେଙ୍କାନାଳର ରାଜନୈତିକ ସ୍ଥିତି କୁ ଯଦି ଦେଖିବା, ପ୍ରଥମେ ତାହା କଂଗ୍ରେସ ଗଡ଼ ଥିଲା ପରେ ଏହା ବିଜେଡି ଦଖଲ କୁ ଆସିଥିଲା । ଏବେ ବି ବିଜେଡି ହାତରେ ଅଛି । ଧର୍ମେନ୍ଦ୍ର ଢେଙ୍କାନାଳରେ ତାଙ୍କ ପତ୍ନୀକୁ ଛିଡା କରାଇଲେ ବିଜେଡି ତା ବାଟ ଓଗାଳିବ ଏଣୁ ସେଥିପାଇଁ ସେ ରାସ୍ତା କାଳେ ବି ପ୍ରସ୍ତୁତ କରୁଛନ୍ତି । 

ବର୍ତ୍ତମାନ ବିଜେଡି ସହିତ ବିଜେପିର ଥିବା ନିବିଡ ସମ୍ପର୍କକୁ ନେଇ ସେଠାରେ ବିଜେଡିର ଏକ ଦୁର୍ବଳ ପ୍ରାର୍ଥୀ ଦେଇ ଆସନ ହାତେଇବା ପାଇଁ ଉଦ୍ୟମ କରୁଥିବା ଚର୍ଚ୍ଚା ହେଉଛି । ମୋଟା ମୋଟି ଭାବେ ବିଜେପି ରାଜନୀତିରେ ତାଙ୍କ ପତ୍ନୀଙ୍କ ପ୍ରବେଶ ସେ ନିଶ୍ଚିନ୍ତ କରିବା ପାଇଁ ଲାଗିଥିବା ବିଜେପି  ମହଲରେ ଖୁବ ଚର୍ଚ୍ଚା ହେଉଛି । ତେବେ ଦେଖା ଯାଉ ଧର୍ମେନ୍ଦ୍ରଙ୍କ ପତ୍ନୀ ରାଜନୀତିରେ ପ୍ରବେଶ କରିବେ ନା ହେବ ଆଉ କିଛି ସମୀକରଣ ତାହା ସମୟ କରିବ।

Share this story