ଶଙ୍ଖ ସାଂସଦ ମହତାବଙ୍କ କାର୍ଯ୍ୟକ୍ରମରେ ଶାହା ଅତିଥି, କଥା ଟା ଟିକେ ଅଡ଼ୁଆ ଲାଗୁନି ?

ଦ୍ରୌପଦୀ ଖେଳ ଯେତିକି ଲାଭ ଦବା କଥା ଦେଇସାରିଚି ଶଙ୍ଖ ଦଳକୁ । ଏଥିପାଇଁ ମୁଖ୍ୟଙ୍କୁ ସାବାସୀ ଦବାକୁ ପଡିବ। ଏମିତି ଚଲେଇ ଦେଲେ ଯେ, ଓଡ଼ିଆ ଲୋକେ ଧରି ନେଇଚନ୍ତି ଯେ, ନମୋ ସିନା ନାଁ ଘୋଷଣା କଲେ କିନ୍ତୁ ନପା ହଉଚନ୍ତି ଚିଫ୍ ସିଲେକ୍ଟର । ଦ୍ରୌପଦୀଙ୍କୁ ଆଣି ଖାନା ଖୁଆଇ ଯେତିକି ମାଇଲେଜ ନବା କଥା ନେଇଗଲେ ମୁଖୁଆ । ୟା’ ଆଗକୁ ଆହୁରି ଗୋଟିଏ ବଡ଼ ଖେଳ ହବାକୁ ଯାଉଚି । ମୁଖ୍ୟ ମୋଦୀଙ୍କୁ ମ୍ୟାନେଜ କରିଦେଇଚନ୍ତି ବୋଲି ଦି’ଦଳ ଭିତରେ ଚର୍ଚ୍ଚା। କିନ୍ତୁ ଶାହାଙ୍କୁ କଳିବା ମୁସ୍କିଲ। ଏପର୍ଯ୍ୟନ୍ତ ତାଙ୍କୁ ପକେଟକୁ ଆଣିପାରି ନାହାନ୍ତି।
ନିକଟରେ ଅମିତ୍ ଶାହାଙ୍କ ଉପରେ ଲେଖାଯାଇଥ୍ବା ବହିର ଓଡ଼ିଆ ଅନୁବାଦ ଲୋକାର୍ପିତ ହେଲା । ଏକ ବର୍ଣ୍ଣାଢ୍ଯ ଲୋକାର୍ପଣ ଉତ୍ସବରେ ଉପସ୍ଥିତ ଥିଲେ କେନ୍ଦ୍ରମନ୍ତ୍ରୀ ବାବୁ ଧର୍ମେନ୍ଦ୍ର। ଶାହାଙ୍କର ଜୟଗାନ ହେଲା । ତାଙ୍କ ଫର୍ମୁଲାରେ ଓଡ଼ିଶାରେ ପଦ୍ମ ଦଳର ଜୟଯାତ୍ରା ହବ ବୋଲି ନେତାଏ ଆଶାବ୍ୟକ୍ତ କଲେ। ଏକଥା ସମସ୍ତେ ମାନିବେ ଯେ, ଶାହା ଆଧୁନିକ ଭାରତରେ ପଦ୍ମଦଳର କେବଳ ନୁହଁନ୍ତି, ସେ ହଉଚନ୍ତି ସମସ୍ତଙ୍କ ଆଖ୍ୟାରେ ନୂଆ ଚାଣକ୍ୟ । ଶଙ୍ଖ ଦଳିଆଙ୍କ ଡର ଯେ, ଏହି ଶାହା ବାବୁ ଯଦି ପ୍ରକୃତ ଗୋଟି ଚଳେଇ ଦିଅନ୍ତି, ତେବେ ଏତେବଡ ଟାଣୁଆ ସରକାର ଭୁଶୁଡି ପଡିବାକୁ ଦି’ମାସ ସମୟ ବି ଲାଗିବନି । ତେଣୁ ଡର ଶାହାଙ୍କୁ।
ଏବେ ଶାହା ଆସନ୍ତା ମାସ ୮ ତାରିଖରେ କଟକ ଇଣ୍ଡୋର ଷ୍ଟାଡିୟମକୁ ଆସୁଚନ୍ତି ଅତିଥି ହେଇ। ଶଙ୍ଖ ସାଂସଦ ଭର୍ତ୍ତୃହରି ମହତାବଙ୍କ ପ୍ରଜାତନ୍ତ୍ର ପ୍ରଚାର ସମିତି ପକ୍ଷରୁ ଆୟୋଜିତ ଅଗଷ୍ଟ କ୍ରାନ୍ତି ସମାବେଶରେ ହେବେ ଅତିଥି। ସମସ୍ତେ ଜାଣି ଚନ୍ତି ମୁଖ୍ୟ ଆଙ୍କ ସହ ମହତାବଙ୍କର ଭାରି ଅପଡ଼। ସତୀଚୌରା ବସଷ୍ଟାଣ୍ଡକୁ ନେଇ ମହତାବଙ୍କ ଆଟାକୁ ଶଙ୍ଖ ଦଳିଆଙ୍କୁ ଭାରି ବାଧ୍ୟ । ପୁଣି ସୌମ୍ୟଙ୍କୁ ଅତିଥି କରି ନେଇଥିଲେ ମହତାବ । ସିଏ ଯାହା କହିଥିଲେ ଅନେକଙ୍କ ଦିହରେ ଚେଙ୍କା ଲାଗିଯାଇଥିଲା। ମହତାବଙ୍କ ସହ ଶାହାଙ୍କ ଦୋସ୍ତି ବଢ଼ିବା ମୁଖ୍ୟ ଏଣ୍ଡ-କୋଙ୍କ ଦେହରେ ଆଦୌ ଭଲ ଯିବ ନାହିଁ । ଶଙ୍ଖ ସାଂସଦ ହୋଇ ଶାହାଙ୍କୁ ଅତିଥି କରିବେ ଏହା କ’ଣ ସହଜରେ ହଜମ ହବ କି ?
ତେଣୁ ଶାହାଙ୍କୁ ଅତିଥି କରି ଆଣିବା ପାଇଁ ଏକ ବଡ଼ ଯୋଜନା ଆରମ୍ଭ ହଉଥିବା ଆମ କାନରେ ବାଜିଛି। କଳିଙ୍ଗ ଷ୍ଟାଡିୟମରେ କେବଳ ବ୍ୟାଡମିଣ୍ଟନ ପାଇଁ କର୍କ ଆକୃତିରେ ଏକ ବିଶ୍ବସ୍ତରୀୟ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ ରାତିଦିନ ଧରି ଚାଲିଚି । ମାସ ଦୁଇଟାରେ କାମ ସରିଯିବ। ଏଣିକି ଏଇ ଷ୍ଟାଡିୟମରେ ଓଡ଼ିଶା ଓ ପନ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଖେଳାଯିବ । ଗୋପୀନାଥ ସହ ସରକାର ଚୁଲି କରିଚନ୍ତି । ତେବେ ଓଡ଼ିଶାରୁ ବାହାରି ବେ ଜାତୀୟ ଓ ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ ଖେଳାଳି । ଏଇ ନୂଆ ଷ୍ଟାଡିୟମ ଏକ ନୂଆ ଗେମ୍ କରିବାକୁ ଯାଉଛି । ଷ୍ଟାଡିୟମ ଉଦଘାଟନ ପାଇଁ କେମିତି ଶାହା ବାବୁଙ୍କୁ ଅଣାଯିବ ସେଥିଲାଗି ଚାଲିଚି ଉଦ୍ୟମ । ଭାରତୀୟ ବ୍ୟାଡମିଣ୍ଟନ ଆସୋସି ଏସନର ସଭାପତି ଅଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା। ସେ ନିହାତି ଆସିବେ। ତାଙ୍କ ବିନା ସମର୍ଥନରେ ଷ୍ଟାଡିୟମ ନିର୍ମାଣ ଓ ଓଡ଼ିଶା ଓପନ ହେଇପାରିବନି । ଏହି ହିମନ୍ତଙ୍କ ବାଟ ଦେଇ ଶାହାଙ୍କୁ ଆଣିବା ଲାଗି ରହିଚି ବିରାଟ ଯୋଜନା। ଏଥିରେ ଗୋଟିଏ ତୀରରେ ତିନିଟି ଶୀକାର କରିହବ। ଏକେ ତ ଶାହା ଆସିଲେ ପଦ୍ମ ବଲ୍ର ଫ୍ୟୁଜ୍ ଉଡିବା ଥୟ। ଆଉ କେବେ ପୋଡା ଟ୍ରାନ୍ସଫର୍ମର କଥା କହିପାରିବେନି ଶାହା। ମୂଖ୍ୟାଙ୍କ ଖାତିର ଆହୁରି ବଢିବ। ମହତାବ ଓ ପଣ୍ଡା ବାବୁଙ୍କୁ ଠିକଣା ଜବାବ ଦବା ପାଇଁ ଯେମିତି ହଉ ନୂଆ ବ୍ୟାଡ୍ମିଣ୍ଟନ ଇଣ୍ଡୋର ଷ୍ଟାଡିୟମ ଉଦ୍ଘାଟନ ପାଇଁ ଶାହାଙ୍କୁ ଆଣିବାକୁ ହିଁ ପଡ଼ିବ।