ବିଜେଡିର ମାଷ୍ଟରପ୍ଲାନ : ପଶ୍ଚିମ ଓଡ଼ିଶାରେ ଖଣ୍ଡବିଖଣ୍ଡିତ ହେବ ବିଜେପି

nabin pattnaik 2024

ବିଜେପି ଗଡ଼ରେ ଗର୍ଜିବ ବିଜେଡି । ପଶ୍ଚିମ ଓଡ଼ିଶାରେ ବିଜେପିର ଭୋଟ ବ୍ୟାଙ୍କକୁ ଖଣ୍ଡ ଖଣ୍ଡ କରି ନିଜର ପତିଆରା ଜାହିର କରିବ । ୨୦୨୪ ନିର୍ବାଚନ ପାଇଁ ନବୀନ ନିବାସରେ ଏଭଳି ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଛି । ୨୦୨୪ ପାଇଁ ନବୀନ ଖୁବଶୀଘ୍ର କାମ ଆରମ୍ଭ କରିବା ପାଇଁ ଯାଉଛନ୍ତି । କାରଣ ଆଗୁଆ ନିର୍ବାଚନ ହୋଇପାରେ । ନବୀନଙ୍କର ଅନୌପଚାରିକ କ୍ୟାମ୍ପେନ ସେ ପଦ୍ମପୁରରୁ ହିଁ ଆରମ୍ଭ କରିବେ ।

ଆଉ ସେଟା ହେଉଛି ପଦ୍ମପୁରବାସୀଙ୍କୁ ଧନ୍ୟବାଦ ଦେବା ଆଳରେ । ପଦ୍ମପୁର ଯିବେ ଓ ସେଠାରୁ ହିଁ ଅନୌପଚାରିକ କ୍ୟାମ୍ପେନ ସୃଷ୍ଟି କରିବେ । ପଦ୍ମପୁରରେ ଯେମିତି ବିଜେପି ର ଭୋଟ ବ୍ୟାଙ୍କକୁ ବିଜେଡି ଭାଙ୍ଗି ଦେଇଥିଲା । ବିଜେପିର ହାୱା ସତ୍ୱେ ଫଳାଫଳକୁ ବଦଳାଇ ଦେଇଥିଲା ସେହିପରି ବିଜେପି ଅଧୀନରେ ଥିବା ସବୁ ଲୋକସଭା ଓ ବିଧାନସଭା ଆସନକୁ ଟାର୍ଗେଟ କରିବ ବିଜେଡି ।

ଉପକୂଳ ଓଡ଼ିଶାରେ ବିଜେଡିର ସ୍ଥିତି ଭଲ ଅଛି । ଯାହାକୁ ନେଇ ବହୁବାର ସରକାର ଗୁଇନ୍ଦା ରିପୋର୍ଟ ବି କହିଛି । କିନ୍ତୁ ପଶ୍ଚିମ ଓଡିଶା ବିଜେପି କବ୍ଜାରେ ଅଛି ଆଉ ମୋଦିଙ୍କ ହାୱାବି ଜୋର ଅଛି । ତେଣୁ ଏହାକୁ କାଟିବା ପାଇଁ ନବୀନ ଏବେଠୁ ଲାଗିପଡ଼ିଲେଣି । ଯଦି ପଦ୍ମପୁର ଷ୍ଟାଇଲରେ ଏମାନେ ଭୋଟ ହାତେଇବା ପାଇଁ ପଦକ୍ଷେପ ନେବେ ତେବେ କିଛି କଥା ଏଠି ନଜର କୁ ଆସୁଛି । ପଦ୍ମପୁର ଉପନିର୍ବାଚନରେ ଭୋଟ କିଣା ବିକା ହୋଇଥିଲା ବୋଲି ଅଭିଯୋଗ ଜୋର ରହିଛି ।

ଅପର୍ଯ୍ୟାପ୍ତ ପରିମାଣରେ କୋଟି କୋଟି ଟଙ୍କା କୁଆଡେ ଭୋଟରଙ୍କୁ ଲାଞ୍ଚ ଦିଆଯାଇଥିଲା । ବିଜେପି ଖର୍ଚ୍ଚରେ ସବୁଠୁ ଆଗରେ ଥିଲା ।ଯଦି ପଦ୍ମପୁର ଷ୍ଟାଇଲରେ ବିଜେଡି ନିର୍ବାଚନ ଲଢ଼ିବାକୁ ନିଷ୍ପତି ନେବ ତାହାଲେ ବିଜେଡି ର ପ୍ରଥମ ଟାର୍ଗେଟ ହେବ କଂଗ୍ରେସର ଭୋଟ କିଣା । ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ଆସୁଥିବା ଅଭିଯୋଗର ଯଦି ସତ୍ୟତା ଥାଏ ତାହାଲେ ସେଇ ଅନୁସାରେ ଚାଲିବ ବିଜେଡି । ନବୀନଙ୍କର ପଶ୍ଚିମ ଓଡିଶା ବା ବିଜେପି ଦିଗକୁ ଆଟାକର ମାଷ୍ଟର ପ୍ଲାନ ଟା ବିଜେଡି ଆଉ ବିଜେପି ମଧ୍ୟରେ ମୂଲଚାଲ ପାଇଁ ବାଟ ଖୋଲିଦେବ । କାରଣ ବିଜେପିକୁ ଦରକାର ସାଂସଦ ଆସନ । 

ବିଜେପି ରାଜ୍ୟରେ କ୍ଷମତା ଦଖଲ କରିବାକୁ ଚାଁହୁନି । ଯାହାର ଯଥେଷ୍ଟ ପ୍ରମାଣ ୨୦୧୯ ନିର୍ବାଚନରେ ମିଳିସାରିଛି । ଏଥର ବି ତାହା ହିଁ ହେବ । ନବୀନ ଯଦି ବିଜେପି ଗଡରେ ନିଜର ଦବଦବା ତିଆରି କରନ୍ତି ତାହାଲେ ବିଜେପି ବୁଝାମଣା କରିବ ଲୋକସଭା ଆସନ ପାଇଁ । ବିଧାନସଭା ଆସନ ବିଜେପି ବିଜେଡି କୁ ଛାଡିବ ଓ ଲୋକସଭା ଆସନ ବିଜେଡ଼ି ବିଜେପି କୁ ଛାଡିବ । ଏ ମୂଲ ଚାଲ ପାଇଁ ବି ରାସ୍ତା ତିଆରି ହେଉଛି । ଏହି ଏଜେଣ୍ଡା କୁ ନେଇ ବିଜେଡି ଏବେ ତାର ପଶ୍ଚିମ ଓଡିଶା ଅଭିଯାନ ଆରମ୍ଭ କରିଛି । 

Share this story