ରାଜ୍ୟ ରାଜନୀତିରେ କମ୍ପନ : ନବୀନଙ୍କ ପରେ ଓଡିଶା ସମ୍ଭାଳିବେ ଅରୁଣ 

arun

କିଏ ହେବ ନବୀନଙ୍କ ରାଜନୈତିକ ଉତ୍ତରଦାୟାଦ?  ଯୁବ ଚେହେରା ଭାବେ ନବୀନଙ୍କ ପୁତୁରା ଅରୁଣ ମଇଦାନକୁ ଓହ୍ଲାଇବେ କି ?  ୨୦୨୪ ରେ ପରୋକ୍ଷ ନିର୍ବାଚନରେ ଏଣ୍ଟ୍ରି ମାରିବେ କି ଅରୁଣ ? ଠିକ ଏହି ପ୍ରକାର କଳ୍ପନା ୨୦୧୯ ବିଧାନସଭା ନିର୍ବାଚନରେ ଆଶା କରାଯାଉଥିଲା ମାତ୍ର ତାହା ସତ ହେଲା ନାହିଁ । କିନ୍ତୁ ଭବିଷ୍ୟତରେ ଅରୁଣ ଗାଦି ସମ୍ଭାଳିପାରନ୍ତି ତାହାକୁ ଏଡାଇ ଦିଆଯାଇନପାରେ। ଇଣ୍ଡୋନେସିଆ ମୁକ୍ତି ସଂଗ୍ରାମର ୭୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଇଣ୍ଡୋନେସିଆ ଦୂତାବାସ ପକ୍ଷରୁ ନୂଆଦିଲ୍ଲୀ ଠାରେ ବିଜୁବାବୁ ଓ ଇଣ୍ଡୋନେସିଆକୁ ନେଇ ଏକ ବିରଳ ଫଟୋ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଜୁ ପଟ୍ଟନାୟକଙ୍କ ପୁତ୍ର ପ୍ରେମ ପଟ୍ଟନାୟକ ଓ ନାତି ଅରୁଣ ପଟ୍ଟନାୟକ ଯୋଗ ଦେଇଥିଲେ। ଜଣେ ସାମ୍ବାଦିକଙ୍କ ପ୍ରଶ୍ନରେ ଅରୁଣ କହିଥିଲେ ଯେ  " ମୁଁ ମୋ ଜେଜେଙ୍କ କୃତିକୁ ନେଇ ଗର୍ବିତ। ଇଣ୍ଡୋନେସିଆ ମୁକ୍ତିରେ ତାଙ୍କର ଯୋଗଦାନ ଓ ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ ବିଜୁବାବୁ ଯେଉଁ ସମ୍ପର୍କର ସେତୁ ଗଢିଛନ୍ତି ତାହା ସମସ୍ତଙ୍କ ପାଇଁ ଚିର ସ୍ମରଣୀୟ।"

 ସୂଚନାଯୋଗ୍ୟ ଯେ ବିଜୁବାବୁ ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ "ଭୂମିପୁତ୍ର" ମଧ୍ୟ ପାଇଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ସଂକୋଚ ପ୍ରକାଶ କରି ଯଦିଓ ରାଜନୀତିରେ ଯୋଗ ଦେବାର ପ୍ରଶ୍ନକୁ ଅରୁଣ ଏଡାଇ ଦେଇଥିଲେ ମାତ୍ର ଭବିଷ୍ୟରେ ରାଜନୀତିରେ ରୁଚି ରଖିପାରନ୍ତି ଅରୁଣ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ। କିଛି ବର୍ଷତଳେ କଟକସ୍ଥିତ ବିଜୁଙ୍କ ବାସଭବନ ଆନନ୍ଦଭବନକୁ ରାଜ୍ୟବାସୀଙ୍କୁ ସମର୍ପଣ କରିବା ସମୟରେ ସପରିବାର ସହିତ ଉକ୍ତ ଉତ୍ସବରେ ଥିଲେ ଅରୁଣ। ଇତିହାସକୁ ଦେଖିଲେ ବିଜୁଙ୍କ ଶାସନ କାଳରେ ନବୀନଙ୍କୁ ଦେଖିବାକୁ ମିଳିନଥିଲା କିନ୍ତୁ ପିତାଙ୍କ ମୃତ୍ୟୁ ପରେ ରାଜନୀତିରେ ଉଭା ହୋଇଥିଲେ ନବୀନ।

ଯଦିଓ ପାୱାର୍ କରିଡରରେ ଏଭଳି ଚର୍ଚ୍ଚା ଏବେ ଆସିନାହିଁ ତେବେ ୨୦୨୩ ଶେଷକୁ ଏପରି ନିଷ୍ପତ୍ତି ନେଇପାରନ୍ତି । କାରଣ ବିଜୁଙ୍କ ଦାୟାଦ ହିଁ ଓଡ଼ିଆଙ୍କ ବିଶ୍ବାସଭାଜନ ହୋଇପାରିବେ । ଦୀର୍ଘ ବର୍ଷ ଧରି ଏହି ପରିବାର ନିଃସ୍ୱାର୍ଥପର ଭାବେ ଓଡ଼ିଶାର ଉନ୍ନତ୍ତି ପାଇଁ ଅନେକ କିଛି କରିଆସିଛି । ଏଣୁ ଏଭଳି ସ୍ଥିତିରେ ଅରୁଣ ହିଁ ନବୀନଙ୍କ ବିକଳ୍ପ ଭାବେ ଉଭା ହୋଇପାରନ୍ତି । 
 

Share this story