ବିଜେଡି ବିରୁଦ୍ଧରେ ଅପରାଜିତା ଅନୁପସ୍ଥିତ : କଥା କଣ ?
bjp

ହତ୍ୟା ଏବଂ ନାରୀ ସୁରକ୍ଷା ପ୍ରସଙ୍ଗରେ ବିଜେଡି ସରକାରଙ୍କୁ ଟାର୍ଗେଟ କରୁଛନ୍ତି କଂଗ୍ରେସ ଏବଂ ବିଜେପି । ପୁରୀ ଜିଲ୍ଲା ନିମାପଡା ନିର୍ବାଚନ ମଣ୍ଡଳୀର ଜିଲ୍ଲାପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ସନ୍ଦେହ ଜଣକ ମୃତ୍ୟୁ ମାମଲାରେ ଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ସମ୍ପୃତିକୁ ନେଇ ନବୀନ ନିବାସ ଘେରିଥିଲା ବିଜେପି । ପୂର୍ବରୁ ଛାତ୍ର କଂଗ୍ରେସ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ବାସ ଭବନ ଘେରାଉ କରିଛି । ଲାଗୁଛି ଚୁପ ବସିଥିବା ବିରୋଧୀ ଦଳ ଗୁଡିକ ନବୀନ ସରକାରଙ୍କୁ ଟାର୍ଗେଟ କଲେଣି । କିନ୍ତୁ ଚମକି ଦେଉଛି ବିଜେପିର ବିକ୍ଷୋଭ ରାଲିରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଢ଼ଙ୍ଗୀଙ୍କ ଦେଖା ନ ମିଳିବା । ଅବଶ୍ୟ ବିଜେପିର ବିରୋଧ ପ୍ରଦର୍ଶନରେ ଅପରାଜିତାଙ୍କୁ ସାମିଲ ନ ହେବା ଏହା ପ୍ରଥମ ଘଟଣା ନୁହେଁ । ନୟାଗଡର ପରୀ ହତ୍ୟା ପ୍ରସଙ୍ଗରେ ବିଜେପିର ବିରୋଧରୁ ନିଜକୁ ଦୁରେଇ ରଖିଥିଲେ ଭୁବନେଶ୍ୱର ସାଂସଦ । ପରୀ ହତ୍ୟା ମାମଲାରେ ୨୦୨୦ ଡିସେମ୍ବର ୨୦ ତାରିଖରେ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଠାରୁ ନୟାଗଡ଼ର ଯଦୁପୁର ପର୍ଯ୍ୟନ୍ତ ବିଜେପି ପଦଯାତ୍ରା କରିଥିଲା । କିନ୍ତୁ ପାଞ୍ଚ ଦିନିଆ ପଦ ଯାତ୍ରାରୁ ନିଜକୁ ଦୁରେଇ ରଖିଥିଲେ ମ୍ୟାଡ଼ାମ ଅପରାଜିତା । 

ଦଳୀୟ ବିକ୍ଷୋଭ କାର୍ଯ୍ୟକ୍ରମ ଠାରୁ ଦୁରେଇ ରହିବାକୁ ରିପିଟ କରିଛନ୍ତି ଅପରାଜିତା ଷଢଙ୍ଗୀ । ଭୁବନେଶ୍ୱରରେ ଥାଇ ସୁଦ୍ଧା ସେକ୍ସ କାରବାରର ମହାନାୟିକା ଅର୍ଚ୍ଚନା ନାଗ ଏବଂ ଧର୍ମେନ୍ଦ୍ର ସାହୁଙ୍କ ହତ୍ୟା ମାମଲାରେ ବିଜେପିର ବିରୋଧ ପ୍ରଦର୍ଶନରେ ଯୋଗ ଦେଲେନାହିଁ ଅପରାଜିତା । ପୂର୍ବରୁ ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନରେ ଭୋଟ ଦେଇନଥିଲେ ଅପରାଜିତା ଷଢଙ୍ଗୀ । ୨୪ ମାର୍ଚ୍ଚ ୨୦୨୨ରେ ସାଂସଦ ମାନେ ଲୋକସଭାରେ ଉପସ୍ଥିତ ରହିବାକୁ ବିଜେପି ପକ୍ଷରୁ ହୁଇପ ଜାରି ହୋଇଥିଲା । ସେଥିପାଇଁ ବିଏମସି ନିର୍ବାଚନରେ ଭୋଟ ଦେଇ ପାରିଲେ ନାହିଁ ବୋଲି କହିଥିଲେ ଅପରାଜିତା ଷଢଙ୍ଗୀ ।

ତେବେ ଏହି ଖର୍ଚ୍ଚ ବିଲ ପାରିତ ଲାଗି ଲୋକସଭାରେ ୨୭୨ ସାଂସଦଙ୍କର ସମର୍ଥନ  ଆବଶ୍ୟକ ଥିଲା । ବିଜେପି ନେତୃତ୍ୱାଧୀନ ଏନ୍ଡ଼ିଏର ଲୋକସଭା ସାଂସଦଙ୍କ ସଂଖ୍ୟା ୩୩୭ । ଯାହା ମଧ୍ୟରୁ କେବଳ ବିଜେପିର ସାଂସଦଙ୍କ ସଂଖ୍ୟା ୩୦୩ । ଲୋକସଭାରେ ଖର୍ଚ୍ଚ ବିଲ ପାରିତ ଲାଗି ଆବଶ୍ୟକ ସଂଖ୍ୟା ଠାରୁ ଯଥେଷ୍ଟ ଅଧିକ ସାଂସଦ ଅଛନ୍ତି ବିଜେପି ନିକଟରେ । ଅନୁମାନ  କରାଯାଉଥିଲା ଦଳୀୟ ନେତୃତ୍ୱଙ୍କଠୁ ଅନୁମତି ଆଣି ବିଏମସି ନିର୍ବାଚନରେ ଭୋଟ ଦେବକୁ ଆସିବେ ଭୁବନେଶ୍ୱର ସଂସଦ କିନ୍ତୁ ଅନୁମାନ ଭୁଲ ହେଲା । 
 
ଅପର ପକ୍ଷରେ ବିଜେଡିର ବଳିଷ୍ଠ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ସଂସଦୀୟ କାର୍ଯ୍ୟ ଅପେକ୍ଷା ମତଦାନକୁ ଅଧିକ  ଗୁରୁତ୍ୱ ଦେଇ ବରଗଡରେ ଭୋଟ ଦେଇଥିଲେ । ତେବେ ୨୦୧୯ ନିର୍ବାଚନରେ ସିପିଏମ ସହ  ମେଣ୍ଟ କରି ଭୁବନେଶ୍ୱର ଲୋକସଭା  ଆସନରେ କଂଗ୍ରେସ ପାର୍ଥି ଦେଇନଥିଲା । ସିପିଏମ ପାର୍ଥି ଜନାର୍ଦନ ପତିଙ୍କୁ ମାତ୍ର ୨୩୦୨୬ ଖଣ୍ଡଭୋଟ  ମିଳିଥିଲା ଆଉ କଂଗ୍ରେସ ପାର୍ଥି ନଦେବା ଏବଂ ଲଗାତାର ଜିତୁଥିବା ପ୍ରସନ୍ନ ପାଟଶାଣୀଙ୍କୁ ବିଜେଡି ପାର୍ଥି ନକରିବାରୁ ସୁବିଧାଜନକ ସ୍ତିଥିରେ ରହିଲା ବିଜେପି । ଫଳରେ ମାତ୍ର ୨୩୮୩୯ ଭୋଟ ବ୍ୟବଧାନରେ ଜିତିଗଲେ ଅପରାଜିତା । କିନ୍ତୁ ପ୍ରଥମଥରର ସାଂସଦ ଅପରାଜିତା ଷଢଙ୍ଗି ନିଜ ପାଇଁ ୨୦୧୯ ନିର୍ବାଚନରେ ଭୋଟ ଦେଇଥିଲେ ଅଥଚ ଯେଉଁ କର୍ପୋରେଟ ପାର୍ଥୀମାନଙ୍କ କଠିନ ପରିଶ୍ରମ ଯୋଗୁଁ ବିଜୟ ହୋଇଥିଲେ ସେଇ କର୍ପୋରେଟର ଏବଂ ମେୟର ପାର୍ଥୀଙ୍କୁ ଭୋଟ ଦେବାକୁ ଆସିଲେ ନାହିଁ ଭୁବନେଶ୍ୱର ସାଂସଦ । ଏବେ ଧାମନଗର ଉପନିର୍ବାଚନର ପ୍ରଚାର ଏବଂ ରାଜଧାନୀର ବିକ୍ଷ୍ୟୋଭ ଠାରୁ ଦୁରେଇ ରହିଲେ ଅପରାଜିତା ।

Share this story