ଗୁଜୁରାଟୀ ଦାଦାଙ୍କୁ ଦିଦି ଖୁଆଇଲେ ୫୬ ପ୍ରକାର ବ୍ୟଞ୍ଜନ : ମେନୁରେ କଣ କଣ ଥିଲା ଜାଣନ୍ତି କି ?

amitsaha west bengal

ରାଜନୈତିକ ସ୍ତରରେ ବିରୋଧୀ ମନୋଭାବ ଥିଲେ ମଧ୍ୟ ଗୃହମନ୍ତ୍ରୀ ଅମିତ ଶାହ କୋଲକାତା ପାଇଁ ଅତିଥି ହୋଇଥିବାରୁ ତାଙ୍କର ଭୋଜନ ପାଇଁ ବ୍ୟାପକ ଆୟୋଜନ କରିଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ବଙ୍ଗାଳୀ ଓ ଗୁଜୁରାଟି ଶୈଳୀରେ ୫୬ ପ୍ରକାର ବ୍ୟଞ୍ଜନ ତିଆରି କରାଯାଇଥିଲା। ଷ୍ଟାର୍ଟରରେ ଥିଲା ବାଦାମ ପେସ୍ତା ଚାର୍ଟ, ପାଳଙ୍ଗ କାଜୁ ପକଡ଼ା, ଖାଣ୍ଡଡ଼ି ଶର୍ଟ, କୁକୁଡେ ଚାର୍ଟ। ଏହା ଶେଷ ହେବା ପରେ ମଧ୍ୟାହ୍ନ ଭୋଜନରେ ଥିଲା ଏକଦମ୍ ବଙ୍ଗାଳୀ ମେନୁ। ସୋନାର ବାଂଲା, କଦଳୀ ଭଣ୍ଡା କଟ୍, ରାଧାବଲ୍ଲଭି, କପା ଆଳୁଦମ୍। ଏହା ବ୍ୟତୀତ ମିଠା ଚଣା ଡାଲି, ଧୋକାଲ ଡାଲମା, ଭେଜ ଫ୍ରାୟେଡ୍ ରାଇସ୍, ପ୍ଲାଷ୍ଟିକ ଚଟଣି, ଭେଜିଟେବୁଲ ସ୍ୟାଲଡ। 

ଏହିପରି ବଙ୍ଗାଳୀ ମେନୁ ସହ ଗୁଜୁରାଟି ଖାଦ୍ୟ ସାଇଡ୍‌ରେ ଥିଲା ମ୍ୟାଙ୍ଗୋ ଶ୍ରୀଖଣ୍ଡ ଖଟ୍ଟା, ଧୋକଲା, ଖାଣ୍ଡଭି, କାଜୁ କିସମିସ ପଲାଉ, ପନିର ଦୋ ପିଆଁଜା, ଚିନା ଷ୍ଟାଫଡ ପୋଟଳ, ଡଣ୍ଡିଆର ତରକାରୀ, କୁଡକୁଡେ ଡିଣ୍ଡି, ଆଦ୍ରାକି ଲାଛା ଗୋବି, ମଟର କଚୁଡ଼ି, ପୁରନ ପୁରି, ଫୁଲକା, ଧନିଆ ପତ୍ର ଚଟନି, ଖଜୁରି କିସମିସର ଚଟଣି। ଶେଷ ପତ୍ରରେ ମଲାଇ ପେସ୍ତା ରୋଲ, କେଶର ରସମଲାଇ, ନଳନ ଗୁଡ଼ ସନ୍ଦେଶ, କାଁଚା ଗୋଲା, କୋଲାଭେରିଡ଼ି, ମାଲପୁଆ, ରାବିଡ଼ି, ରେଡ୍ ଭେଲଭେଟ, କୁଲଫି ଫାଲୁଦା, ବାଦାମ କୁଲଫି ୟଥ୍ ମ୍ୟାଙ୍ଗୋ କ୍ରଶ। ଏତେ ପ୍ରକାର ଆୟୋଜନ ଥିଲେ ବି ଅମିତ ଶାହ ଅବଶ୍ୟ ସ୍ଵାଭାବିକ ଭାବେ ଏତେ କିଛି ଖାଇନାହାନ୍ତି। ସାମାନଞ କେତୋଟି ଖାଇବା ପରେ ସନ୍ଦେଶ ଟିକିଏ ଖାଇଛନ୍ତି। ଖାଲି ଖାଇବା ନୁହେଁ ଅମିତ ଶାହାଙ୍କ ପାଇ ନବାନ୍ନ ତରଫରୁ ଥିଲା ଉପହାର। ଡୋକରାର ଦୁର୍ଗାମୂର୍ତ୍ତି, ବାଙ୍କୁଡ଼ାର ଫୁଲ, ଦହି ମିଠା ଆଦି ଉପହାରମାନ ଥିଲା। 

ଘୋଡ଼ା, କାଥାଷ୍ଟିଜର ଉତ୍ତରୀୟ ସହିତ ଦାମି ଉଲ୍ଲେଖଯୋଗ୍ୟ, ପୂର୍ବାଞ୍ଚଳ ନିରାପତ୍ତା ପରିଷଦର ବୈଠକ କରିବାକୁ ଶନିବାର ଆସିଥ୍ଲେ କେନ୍ଦ୍ରଗୃହମନ୍ତ୍ରୀ କୋଲକାତା ଅମିତ ଶାହ । ନବାନ୍ନ ସଭା ଘରେ ୫ ରାଜ୍ୟର ମୁଖ୍ୟମନ୍ତ୍ରୀ, ପ୍ରତିନିଧ୍ଵ ଓ ପ୍ରଶାସନର ଶୀର୍ଷ ଅଧିକାରୀଙ୍କ ସହିତ ସୀମାନ୍ତ ସମସ୍ୟା ନେଇ ଆଲୋଚନା ପରେ ନବାନ୍ନରେ ଥିବା ନିଜ କକ୍ଷକୁ ଡାକି ନେଇ ଯାଆନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ୧୪ ମହଲାରେ ମମତାଙ୍କ ଘରେ ଦୁଇଜଣଙ୍କର ପ୍ରାୟ ୧୬ ମିନିଟ ଧରି ଏକାନ୍ତ ଆଲୋଚନା ହୋଇଥିଲା। ସୂତରୁ ଖବର ଦୁଇଜଣଙ୍କ ମଧ୍ୟରେ ବେଶ କେତୋଟି ବିଷୟରେ ଗୁରୁତ୍ଵପୂର୍ଣ୍ଣ ଆଲୋଚନା ହୋଇଛି । ଏହା ସହିତ ଅମିତ ଶାହଙ୍କୁ ପଞ୍ଜାବି ଓ ଶାଢ଼ି ଉପହାର ଦେଇଛନ୍ତି ମମତା। ଏହି ଏକାନ୍ତ ଆଲୋଚନା ନେଇ ରାଜନୈତିକ ମହଲରେ ବ୍ୟାପକ ଗୁଞ୍ଜନ ଦେଖାଦେଇଛି।

Share this story