ରାହୁ ଓ କେତୁଙ୍କ ପ୍ରଭାବ ଫଳରେ ବଦଳିବ ଭାଗ୍ୟ; ଜାଣନ୍ତୁ ଆପଣଙ୍କ ରାଶି ବିଷୟରେ..
rahu ketu marraige lugn

ଆପଣଙ୍କ ଆଜିର ଦିନଟି ମଙ୍ଗଳମୟ ହେଉ । ଚାଲନ୍ତୁ ଜାଣିବା ଏହି ୪ଟି ରାଶି ଥିବା ବ୍ୟକ୍ତି ବିଶେଷଙ୍କ ଅଟକି ରହିଥିବା ବିବାହ ସମ୍ପନ ହେବ କି ନାହିଁ ଏବଂ ଏହା ଉପରେ ଆପଣଙ୍କ ଭାଗ୍ୟ କଣ ରହିଛି ।

ଆଗକୁ ବିବାହ ଋତୁ ଆସୁଥିବା ବେଳେ ଆଜି ହିଁ ଆପଣଙ୍କ ରାଶି ବିଷୟରେ ଅବଗତ ରୁହନ୍ତୁ ।

୨୦୨୨ ମସିହାରେ ରାହୁ ଓ କେତୁ ଗ୍ରହ ଶାନ୍ତ ହୋଇ ଯାଇଛନ୍ତି । ଏହାର ପ୍ରଭାବରେ କିଛି ରାଶି ଉପରେ କୃପା ଦୃଷ୍ଟି ପଡିବ । ଆଜି ସେହି ରାଶି ମାନଙ୍କ ବିଷୟରେ ଆଲୋଚନା କରିବାକୁ ଯାଉଛୁ:

୧ - ମେଷ : ଆଗାମୀ ୨୦୨୩ ମସିହାରେ ଏହି ରାଶି ଉପରେ ଭଗବାନଙ୍କ କୃପା ଦୃଷ୍ଟି ପଡ଼ିବ ଏବଂ ଯେଉଁମାନେ ଚାକିରୀ କରୁଛନ୍ତି ସେମାନଙ୍କର ଚାକିରୀ କ୍ଷେତ୍ରରେ ଉନ୍ନତି ହେବ ଏବଂ ଆପଣଙ୍କ ଭାଗ୍ୟ ମଧ୍ୟ ଆପଣଙ୍କୁ ପୁର୍ଣ୍ଣ ସମର୍ଥନ କରିବ । ଆଗାମୀ ସମୟରେ ଆପଣ ବହୁତ ଖୁସି ପାଇପାରିବେ ଓ ଆପଣଙ୍କ ଜୀବନରେ ଏକ ନୂତନ ମୋଡ ଆସିବ ଯାହା ଦ୍ଵାରା ଆପଣ ନିଜ ଜୀବନରେ ବହୁତ ଶୁଭଫଳ ପ୍ରାପ୍ତି କରିବେ ।

୨ - ମିଥୁନ : ଏହି ରାଶିର ବ୍ୟକ୍ତିଙ୍କ ଉପରେ ମଧ୍ୟ ଆଗାମୀ ୨୦୨୩ ମସିହାରେ ରାହୁ, କେତୁ ଙ୍କ ଶୁଭ ଦୃଷ୍ଟି ପଡ଼ିବାକୁ ଯାଉଛି ଓ ଆପଣ ନିଜ ପରିବାର ସହିତ ଖୁସିରେ ରହିବେ ଏବଂ ଅଧିକ ସମୟ ଅତିବାହିତ କରିବେ । ଆପଣ ପ୍ରଚୁର ଧନ ଉପାର୍ଜନ କରିବା ସୌଭାଗ୍ୟ ପାଇବେ ।

୩ - କନ୍ୟା : ଏହି ରାଶିର ବ୍ୟକ୍ତିଙ୍କ ଉପରେ ରାହୁ ଓ କେତୁ ଶାନ୍ତ ରହିବା କାରଣରୁ ଆତ୍ମବିଶ୍ୱାସରେ ବୃଦ୍ଧି ହେବ ଓ ନିଜର ପ୍ରତିଭା କାରଣରୁ ଅଧିକ ପରିଚିତ ହେବେ । ଧନ ଉପାର୍ଜନ କରିବା ସଂଯୋଗ ମଧ୍ୟ ରହିଛି ।

୪ - କୁମ୍ଭ : ଏହି ରାଶି ମାନଙ୍କ ଉପରେ ଶୁଭଦୃଷ୍ଟି ପଡିବାରୁ ଏମାନଙ୍କ ଅଟକି ରହିଥିବା ବିବାହ ଏହି ବର୍ଷ ସମ୍ପର୍ଣ ହୋଇପାରେ । ଏହା ସହିତ ଆଗାମୀ ସମୟରେ ମଧ୍ୟ ଶୁଭ ଫଳ ପାଇବେ ।

Share this story