ଆପଣଙ୍କ ପାଦର ଆଙ୍ଗୁଠି ଏମିତି କି ତେବେ ଜଣାନ୍ତୁ କଣ ରହିଛି ଆପଣଙ୍କ ଭାଗ୍ୟ 
astrology foot thum

ଗୋଡ ଆଙ୍ଗୁଠି ରୁ ବି ଜାଣି ହୁଏ କେମିତି ରହିବ ଭବିଷ୍ୟତ l ଏନେଇ ପୁରାତନ କାଳର ପଣ୍ଡିତ ଓ ବିଦ୍ୱାନ ଦୃଢ଼କ୍ତି କରି ଆସିଛନ୍ତି l ତେବେ ହିନ୍ଦୁ ଧର୍ମରେ ଜ୍ୟୋତିଷ ଶାସ୍ତ୍ର, ହସ୍ତରେଖା ଶାସ୍ତ୍ର, ଅଙ୍କ ଶାସ୍ତ୍ର ପରି ସାମୁଦ୍ରିକ ଶାସ୍ତ୍ର ମଧ୍ୟ ରହିଛି । ଯାହା ମାଧ୍ୟମରେ ଜଣେ ବ୍ୟକ୍ତି ବିଷୟରେ ଅନେକ କଥା ଜଣା ପଡିଥାଏ । ଏହି ସାମୁଦ୍ରିକ ଶାସ୍ତ୍ରରେ ଜଣେ ବ୍ୟକ୍ତିର ଶାରିରୀକ ଗଢନ, ତିଳ ବା କଳାଜାଇ,ଆଦି ଚିହ୍ନ ବିଷୟରେ ବହୁତ କିଛି କଥା ରହିଥିବା ବେଳେ,ବ୍ୟକ୍ତିର ପାଦ ଆଙ୍ଗୁଠି ବଷୟରେ ମଧ୍ୟ ଅନେକ କଥା କୁହାଯାଇଛି । ଯାହାକି ଜଣେ ବ୍ୟକ୍ତିର ଜୀବନ ଉପରେ ଅନେକ ପ୍ରଭାବ ପକାଇଥାଏ ।

ବିଶାରଦମାନେ ଜଣେ ବ୍ୟକ୍ତିର ପାଦ ଆଙ୍ଗୁଠିର ଗଠନ ଦେଖି ତାର ଭାଗ୍ୟ ଭବିଷ୍ୟ ବିଷୟରେ କହିଥାନ୍ତି । ଯାହାଫଳରେ ଜଣେ ବ୍ୟକ୍ତିର ଜୀବନରେ କେତେ ମାତ୍ରାରେ ସୁଖ ଏବଂ ଦୁଖଃ ଅଛି ତାହା ଜଣା ପଡିଥାଏ । ବର୍ତ୍ତମାନ ଆସନ୍ତୁ ଜାଣିବା ପାଦର ଆଙ୍ଗୁଠି ବ୍ୟକ୍ତିର ଜୀବନ ଉପରେ କିପରି ଭାବରେ ପ୍ରଭାବ ପକାଇଥାଏ ।

ଭାଗ୍ୟଶାଳୀ ହୋଇଥାନ୍ତି ଏହି ବ୍ୟକ୍ତି: ସାସୁଦ୍ରିକ ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତିଙ୍କ ବୁଢା ଆଙ୍ଗୁଠି ଠାରୁ ତାର ନିକଟବର୍ତ୍ତି ଆଙ୍ଗୁଠି ସାସାନ୍ୟ ବଡ ଥାଏ ସେମାନେ ଖୁବ ଭାଗ୍ୟଶାଳୀ ହୋଇଥାନ୍ତି । ଏହିଭଳି ବ୍ୟକ୍ତିମାନଙ୍କ ବିବାହ କୌଣସି ବିଜନେସ୍ ମ୍ୟାନ୍ କିମ୍ବା ଭଲ ଚାକିରି କରୁଥିବା ଲୋକ ସହିତ ହୋଇଥାଏ । ଏଥିସହିତ ବୈବାହିକ ଜୀବନ ସୁଖମୟ ହେବା ସହ ପତି ପତ୍ନୀଙ୍କ ମଧ୍ୟରେ ଭଲ ତାଳମେଳ ରହିଥାଏ ।

ଏହି ବ୍ୟକ୍ତିଙ୍କର ରହିଥାଏ ଆର୍ଥିକ ସମସ୍ୟା: ବିଶାରଦମାନଙ୍କ କହିବା ଅନୁଯାୟୀ ଯେଉଁ ବ୍ୟକ୍ତିମାନଙ୍କ ପାଦ ଆଙ୍ଗୁଠି ଓ ନଖଗୁଡିକ ଚେପଟା ହୋଇଥାଏ ଏବଂ ଆଙ୍ଗୁଠିମାନଙ୍କ ମଧ୍ୟରେ ଅଧିକ ବ୍ୟବଧାନ ରହିଥାଏ, ସେହିଭଳି ବ୍ୟକ୍ତିମାନେ ଜୀବନରେ ସର୍ବଦା ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଏଥିସହିତ ଏହି ବ୍ୟକ୍ତିମାନେ ସର୍ବଦା କୌଣସି ନା କୌଣସି ଚିନ୍ତାରେ ରହିଥାନ୍ତି ।

ସର୍ବଦା ଖୁସିରେ ରହିଥାନ୍ତି ଏହି ବ୍ୟକ୍ତି: ଯେଉଁ ବ୍ୟକ୍ତିଙ୍କ ପାଦ ଆଙ୍ଗୁଠି ସମାନ ଭାବରେ ଡାହାଣକୁ ହୋଇଥାଏ ଏବଂ ଏଥିସହିତ କୋମଳ ଓ ପରସ୍ପର ସହ ଜୋଡି ହୋଇ ରହିଥଏ ସେହି ବ୍ୟକ୍ତିମାନେ ବହୁତ ସୌଭାଗ୍ୟଶାଳୀ ହୋଇଥାନ୍ତି । ଏତତ୍ ବ୍ୟତୀତ ଏହି ବ୍ୟକ୍ତିମାନେ ତାଙ୍କ ଜୀବନରେ ସର୍ବଦା ଖୁସିରେ ରହିଥାନ୍ତି । ସେମାନେ ତାଙ୍କ ଜୀବନରେ ଯାହା ଚାହାନ୍ତି ତାହା ସେମାନଙ୍କୁ ଅତି ସହଜରେ ମିଳିଯାଏ ।

Share this story