ପାଠ ଆଗରେ ହାର ମାନିଲା ଦାରିଦ୍ୟ

himansu

ନୂଆଦିଲ୍ଲୀ : କୁହନ୍ତି ପଥ ଯେତେବି କଠିନ ହେଉନା କାହିଁକି ନିଜ ଭିତରେ ଥିବା ଇଚ୍ଛା ଶକ୍ତି ବଳରେ ଆମେ ଗଭୀରରୁ ଗଭୀର ପରିସ୍ଥିତିର ମୁକାବିଲା କରିପାରିବ l ଏମିତି କରିଦେଖାଇଛନ୍ତି ଜଣେ ଚା ଦୋକାନୀ l ପାଠ ପଢିବାକୁ ପାଖରେ ପଇସା ନଥିବା ବେଳେ ସେ ନିଜର ଚା ଦୋକାନ ଖୋଲି ପରିବାର ଚଳାଇବା ସହ ଲକ୍ଷ ହାସଲ କରିଛନ୍ତି lବିନା କୋଚିଙ୍ଗରେ ଆଇ. ଏ.ଏସ  ଦିନେ ସେ ଚା ବିକୁଥିଲେ ଏବେ କଲେକ୍ଟର ହେବେ l ଆଇ.ଏ.ଏସ ହଵା ପାଇଁ କେତେ ଯେ ସଙ୍ଘର୍ଷ କରିବାକୁ ପଡେ ତାହା ସମସ୍ତଙ୍କୁ ଉଣା ଅଧିକ ଜଣା l ରାତିଦିନ ପରିଶ୍ରମ କରିବା ପରେ ଏହି ଚାକିରୀ ଟିକକ ମିଳେ ।ଆଜିକାଲି ଏହି ଚାକିରୀ ପାଇଁ କେତେ  ଯେ କୋଚିଂ ସେଣ୍ଟର ଖୋଲିଚି ତାହା ଗଣିବା ବୋଧ ହୁଏ ସମ୍ଭବ ନୁହେ କିନ୍ତୁ ବିନା କୋଚିଂ ରେ ଆଇ.ଏ.ଏସ ହେବା ସମ୍ଭବ l ହୁଏତ ଏଇ କଥା ଆପଣଙ୍କୁ ବିସ୍ଵାଶ ହୋଇନପାରେ ହେଲେ ଏହା ସତ l

himansu
 ଅନେକ ସମୟରେ ଦେଖାଯାଏ ପିଲା ପରିସ୍ଥିତିରେ ପଡ଼ି ଚାକିରୀ କରିପାରନ୍ତି ନାହିଁ l ହେଲେ ଉତ୍ତରପ୍ରଦେଶର ବରୀଲରେ ରହୁଥିବା ହିମାଂଶୁ ଗୁପ୍ତା ଏକ ଏମିତି କାମ କରି ଦେଖାଇଛନ୍ତି ଯାହା କୁ ନେଇ ସାରା ଦେଶ ଏବେ ତାଙ୍କୁ ପ୍ରସଂଶା କରୁଛି l ପାଠ ପାଇଁ ଅର୍ଥ ବାଧକ ସାଜିଥିଲା ସତ ହେଲେ ସେ ହାର ମାନିନଥିଲେ l ଆଇ.ଏ.ଏସ ଅଫିସର ହେବା ପାଇଁ କୋଚିଂର ଆବଶ୍ୟକତା ଥିବା ବେଳେ ସେ ଘରର ଆର୍ଥିକ ପରିସ୍ଥିତି ଭଲନଥିବାରୁ ସେ କୋଚିଂ ନେଇପାରିନଥିଲେ l ଆଉ ନିଜର ସ୍ବପ୍ନ ପୂରଣ କରିବାକୁ ସେ ଚା ଦୋକାନୀ ହେବାକୁ ତିଳେମାତ୍ର ଲାଜ଼ କରିନଥିଲେ l ପାଖ ବଜାରରେ ସେ ସବୁଦିନ ଚା ବିକ୍ରି କରି ପରିବାର ଚଳାନ୍ତି ଆଉ ସେହିଥିରୁ ସମୟ ପାଇଲେ ପାଠ ବି ପଢ଼ନ୍ତି l ତାଙ୍କ ପାଇଁ ଆଇ.ଏ. ଏସ ପାଇବାରେ ଗୁରୁତ୍ୱପୂର୍ଣ ଥିଲା ଖବରକାଗଜ l ବଡ ପଦବୀ ପାଇଁ ତାଙ୍କୁ ଦରକାର ନଥିଲା ବଡ ସହର l ହିମାଂଶୁଙ୍କ କହିବା ଅନୁସାରେ ପ୍ରତେକ ଦିନ ପାହାନ୍ତା 4ଟାରୁ ସେ ଦୋକାନ କରନ୍ତି ଓ ରାତି ୧୧ଟା ପର୍ଯ୍ୟନ୍ତ l ଆଉ ସେହି ସମୟରେ ସେ ନୀତିଦିନ ଖବରକାଗଜ ପଢିବାକୁ କିନ୍ତୁ ଭୁଲନ୍ତି ନାହିଁ l ତାଙ୍କ ଆଇ. ଏ. ଏସ ହବ ପଛରେ ଏକ ବଡ ଭୂମିକା ଥିବା ସେ ନିଜେ ଉଲ୍ଲେଖ କରିଛନ୍ତି l ହିମାଂଶୁ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ହିନ୍ଦୁ କଲେଜରୁ ସ୍ନାତକ ହାସଲ କରିବାପରେ ଆଇ. ଏ. ଏସ ଅଫିସର ହବା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ ଏହା ପରେ ପରିବାର ଚଳିବା ପାଇଁ ସେ ଏକ ସରକାରୀ କଲେଜରେ ରିସର୍ଚ୍ଚ ସ୍କଲାର ଭାବରେ ଯୋଗ ଦେଇଥିଲେ l ଏଥିରେ ତାଙ୍କୁ ଷ୍ଟାଇପେଣ୍ଡ ମିଳିବା ସହ ଆଇ. ଏ. ଏସ ପରୀକ୍ଷା ପାଇଁ ସେ ନିଜକୁ ପ୍ରସ୍ତୁତ କରିପାରିଥିଲେ l କୋଚିଂ ନେଉନଥିବାରୁ ସେ ଦୁଇଥର ପରୀକ୍ଷାରେ ଉତୀର୍ଣ୍ଣ ହୋଇନଥିଲେ ହେଲେ ସେ ହାର ମାନିନଥିଲେ l ତୃତୀୟ ଚେଷ୍ଟାରେ ସେ ଆଇ. ଏ. ଏସ ହୋଇଗଲେ l କେବଳ ଏତିକି ନୁହେଁ ବରଂ ସେ ଆହୁରି ମଧ୍ୟ କହିଛନ୍ତି ଆମେ ସମସ୍ତେ ଭାବୁକି ଛୋଟ ଗାଁ କିମ୍ବା ବିନା କୋଚିଂରେ ଆଇ.ଏ.ଏସ ହେବା ସମ୍ଭବ ନୁହେଁ କିନ୍ତୁ ଏହା ପୁରା ଭୁଲ ଧାରଣା ଇଚ୍ଛା ଶକ୍ତି ଥିଲେ ଆମେ ସଫଳତାର ଶୀର୍ଷରେ ପଂହଁଚିବା ବୋଲି ସେ କହିଛନ୍ତି l

Share this story