ଜଟଣୀରେ ସିରିଜ୍ ବୋମାମାଡ଼
Oct 18, 2020, 20:01 IST

ଖୋର୍ଦ୍ଧା: ଜଟଣୀରେ ରବିବାର ସିରିଜ୍ ବୋମାମାଡ଼ ହୋଇଛି। ବାଲିଛକ ମୁଣ୍ଡିଆ ସାହିରେ ୬ଟି ବୋମାମାଡ଼ ହୋଇଥିବା ସୂଚନା ମିଳିଛି। ଏଥିରେ ଜଣେ ଆହତ ହୋଇଥିବା ଜଣାପଡ଼ିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏଭଳି ଘଟଣା ଘଟିଥିବା ସନ୍ଦେହ କରାଯାଉଛି। ବୋମା ପକାଇ ୨ଜଣ ଦୁର୍ବୃତ୍ତ ବାଇକ୍ରେ ଫେରାର ହୋଇଯାଇଛନ୍ତି। ଘଟଣା ସ୍ଥଳରେ ଜଟଣୀ ପୋଲିସ ତଦନ୍ତ ଆରମ୍ଭ କରିଛି।