ସ୍ବର୍ଗଦ୍ବାରରେ ଶବଦାହ ମନା, ମହୋଦଧିରେ ଚିତାଭସ୍ମ ବିସର୍ଜନ ଉପରେ କଟକଣା ବଳବତ୍ତର

ସ୍ବର୍ଗଦ୍ବାରରେ ଶବଦାହ ମନା, ମହୋଦଧିରେ ଚିତାଭସ୍ମ ବିସର୍ଜନ ଉପରେ କଟକଣା ବଳବତ୍ତର

ପୁରୀ: ସ୍ବର୍ଗଦ୍ବାରରେ ଶବସତ୍କାର ଏବଂ ମହୋଦଧିରେ ଚିତାଭସ୍ମ ବିସର୍ଜନ ଉପରେ ଲଗା ଯାଇଥିବା କଟକଣା ଆଉ ଏକ ମାସ ଲାଗି ବୃଦ୍ଧି କରାଯାଇଛି। ଫଳରେ ସେପଟେମ୍ବର ଶେଷ ପର୍ଯ୍ୟନ୍ତ ବାହାର ଜିଲ୍ଲାର ଲୋକେ ସ୍ୱର୍ଗଦ୍ବାରରେ ଶବଦାହ କରିପାରିବେ ନାହିଁ। ମାତ୍ର ପୁରୀ ଜିଲ୍ଲାର ଲୋକେ ପୂର୍ବପରି ସ୍ବର୍ଗଦ୍ବାରରେ ଶବଦାହ କରିପାରିବେ ବୋଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ନିର୍ଦ୍ଦେଶନାମା‌ରେ କୁହାଯାଇଛି। ଏଥିସହ ଜିଲ୍ଲାର ଲୋକେ ମହୋଦଧିରେ ଚିତାଭସ୍ମ ବିସର୍ଜନ କରିପାରିବେ ବୋଲି ଜଣାପଡ଼ିଛି।

ସେପ୍ଟେମ୍ବର ପହିଲାରେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇ କଟକଣା ଅବଧିକୁ ୩୦ ସେପଟେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଜିଲ୍ଲା ବାହାରୁ ଯେଉଁ ଆତ୍ମୀୟସ୍ବଜନ ମୃତକଙ୍କୁ ନେଇ ସ୍ବର୍ଗଦ୍ବାର ଆସୁଥିଲେ, ସେମାନଙ୍କୁ ପୂର୍ବ ଭଳି ଜିଲ୍ଲା ଭିତରେ ପ୍ରବେଶ ପାଇଁ ଅନୁମତି ମିଳିବନି। କରୋନା ସଂକ୍ରମଣ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ଏହି କଠୋର ନିଷ୍ପତ୍ତିକୁ ପୁଣି ସେପ୍ଟେମ୍ବର ଲାଗି ବଳବତ୍ତର ରଖିଛି। ଜୁଲାଇ ୭ ତାରିଖରେ ଏହି କଟକଣା ଜାରି କରି ପରବର୍ତ୍ତୀ ଘୋଷଣା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି ଜିଲ୍ଲାପାଳ ବଲୱନ୍ତ ସିଂ କହିଥିଲେ।

Share this story