ବିଜୁ ପଟ୍ଟନାୟକଙ୍କ ସମ୍ପର୍କରେ ଗୁଇନ୍ଦା ବିଭାଗରୁ ମିଳିଥିଲା ଚାଂଚଲ୍ୟକର ତଥ୍ୟ, ପଦାକୁ ଆଣିଲେ ପ୍ରଧାନମନ୍ତ୍ରୀ ମୋଦି

Biju babu

ସେ ଥିଲେ ଦକ୍ଷ ଓ ପରାକ୍ରମୀ ପାଇଲଟ୍ ଏବଂ ବ୍ରିଟିଶ ସରକାରଙ୍କ ନିଦ ହଜାଇ ଦେଇଥିଲେ। ତତ୍କାଳୀନ ଗୁଇନ୍ଦା ବ୍ୟୁରୋ ଫାଇଲରୁ ମିଳିଛି ବିଜୁ ପଟ୍ଟନାୟକଙ୍କ ସମ୍ବନ୍ଧରେ ରୋଚକ ତଥ୍ୟ। ୧୯୪୫ ମସିହାର ଗୁଇନ୍ଦା ବ୍ୟୁରୋ ଦସ୍ତାବିଜର ଏକ ତଥ୍ୟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଟ୍ୱିଟର ପେଜ୍ ରେ ଅପଲୋଡ଼ କରିଥିଲେ। ଏଥିସହିତ ଜଣେ ଦକ୍ଷ ପାଇଲଟ ଓ ଜନନେତା ହିସାବରେ ବିଜୁ ପଟ୍ଟନାୟକ ସର୍ବଦା ସ୍ମରଣୀୟ ବୋଲି ମୋଦି ଉଲ୍ଲେଖ କରିଥିଲେ। ଏହି ଦସ୍ତାବିଜରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ କାର୍ଯ୍ୟକଳାପକୁ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରହିଥିଲା। ସୂଚନାଯୋଗ୍ୟ ଯେ ଦେଶର ସ୍ୱାଧୀନତା ପୂର୍ବରୁ ବିଜୁବାବୁ ଇଣ୍ଡିଆନ ନ୍ୟାସନାଲ୍ ଏୟାରୱେଜ୍ ରେ ପାଇଲଟ ଥିଲେ।

ତେବେ ସେ ସମୟରେ ପାଇଲଟ ବିଜୁ ପଟ୍ଟନାୟକ ନିଜ ପଦର ଅପବ୍ୟବହାର କରି ବିଶିଷ୍ଟ ସମାଜସେବୀ ରାମ ମନୋହର ଲୋହିଆଙ୍କୁ ବିମାନ ଯୋଗେ ଦିଲ୍ଲୀରୁ କଲିକତା ଆଣିଥିଲେ। ବ୍ରିଟିଶ ସରକାର ସେ ସମୟରେ ସମାଜସେବୀ ଲୋହିଆଙ୍କୁ ଖୋଜୁଥିଲେ। ଆଇଏନଏ ପାଇଲଟ ଭାବେ ନିଜ ପଦର ଅପବ୍ୟବହାର କରିବା ସହିତ ଭାରତର ପୂର୍ବ ସୀମାବର୍ତୀ ରାଜ୍ୟରେ ବ୍ରିଟିଶ ସରକାର ପାଇଁ ବିପଦ ସୃଷ୍ଟି କରିପାରନ୍ତି ବିଜୁ ଏବଂ ଏଭଳି ସ୍ଥିତିରେ ନ୍ୟାସନାଲ୍ ଏୟାରୱେଜ୍ କୁ ପ୍ରବର୍ତ୍ତାଇ ବିଜୁଙ୍କ ପାଇଲଟ ଦାୟିତ୍ୱରୁ ହଟାଯିବା ଦରକାର ବୋଲି ଉକ୍ତ ଗୁଇନ୍ଦା ଦସ୍ତାବିଜରେ ତଥ୍ୟ ରହିଛି।

ସେହି ଦସ୍ତାବିଜରେ ଆହୁରି ମଧ୍ୟ ସୂଚନା ଥିଲା କି ବିଜୁ ପଟ୍ଟନାୟକ ଜଣେ ଦକ୍ଷ ପାଇଲଟ ହୋଇଥିବା ହେତୁ ତାଙ୍କୁ ଟାଟାରେ ମଧ୍ୟ ନିଯୁକ୍ତି ମିଳିଯାଇପରେ। ବିଜୁ ବାବୁ ଭାରତର ପ୍ରଗତି ଓ ଓଡ଼ିଶାର ବିକାଶ ଦିଗରେ ନିରନ୍ତର ପ୍ରୟାସ କରି ଆସିଛନ୍ତି । ଏଣୁ ଏଭଳି ଜଣେ ଦିଗଜଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ଭାରତ ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Share this story