ସଚିନ ପାଇଲଟ ମୁଖ୍ୟମନ୍ତ୍ରୀ ନହେଲେ ଦଳ ଛାଡିବାକୁ ଧମକ ଦେଲେ ବିଧାୟକ

ସଚିନ ପାଇଲଟ ମୁଖ୍ୟମନ୍ତ୍ରୀ ନହେଲେ ଦଳ ଛାଡିବାକୁ ଧମକ ଦେଲେ ବିଧାୟକ

ରାଜସ୍ଥାନ : ରାଜସ୍ଥାନରେ କଂଗ୍ରେସ ସିନା ସଂଖ୍ୟା ଗରିଷ୍ଠତା ହାସଲ କରିଛି , ମୁଖ୍ୟମନ୍ତ୍ରୀ ଚୟନ କୁ ନେଇ ଆରମ୍ଭ ହୋଇଯାଇଛି ବିଷମ ସମସ୍ୟା । ଗାଦି ରେ ବସିବାକୁ ନେଇ ଅଶୋକ ଗେହଲଟ ଓ ସଚିନ ପାଇଲଟ ଙ୍କ ମଧ୍ୟରେ ଚାଲିଥିବା ଲଢେଇ ଉଗ୍ର ରୂପ ନେଇଛି ।

ସଚିନ ଙ୍କ ସପକ୍ଷରେ ୭୦ ରୁ ୮୦ ଜଣ ବିଧାୟକ ବାହାରିବା ସହ ସଚିନ ମୁଖ୍ୟମନ୍ତ୍ରୀ ନହେଲେ ଦଳ ଛାଡିବା ନେଇ ଧମକ ଦେଇଛନ୍ତି ।ରାଜସ୍ଥାନର ବିଧାୟକ ପି.ଆର ମୀନା ଏ ନେଇ ସୂଚନା ଦେଇଛନ୍ତି । ସଚିନ ପାଇଲଟ୍ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ନହେଲେ, ସେ ଦଳ ଛାଡିଦେବେ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜସ୍ଥାନରେ ୭୦ରୁ ୮୦ ଜଣ ବିଧାୟକ ସଚିନ ପାଇଲଟଙ୍କ ସାଙ୍ଗରେ ଅଛନ୍ତି । ସେମାନେ ମଧ୍ୟ ଚରମ ନିଷ୍ପତ୍ତି ନେବେ । ଏପରିକି ଏହି ବିଧାୟକ ଜଣକ ଅଶୋକ ଗେହଲଟଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ।

ତାଙ୍କ କହିବା ଅନୁଯାୟୀ ପୁରା ନିର୍ବାଚନରେ କଠିନ ପରିଶ୍ରମ କରିଛନ୍ତି ସଚିନ୍ ପାଇଲଟ୍ । ଚଳିତ ନିର୍ବାଚନରେ ଅଶୋକ ଗେହଲଟ୍ ରାଜସ୍ଥାନ ପାଇଁ କଣ କରିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ଅନ୍ୟପକ୍ଷରେ ସଚିନ ଙ୍କ ଆଉ କିଛି ସମର୍ଥକ ସଚିନ ଙ୍କୁ ମୁଖ୍ୟମନ୍ତ୍ରୀ କରିବା ଦାବିରେ ରାହୁଲ ଗାନ୍ଧୀଙ୍କ ବାସଭବନ ସମ୍ମୁଖରେ ନାରାବାଜି ଦେବା ସହ ହୋହଲ୍ଲା କରୁଥିବା ଘଟଣା ବେଶ ଚର୍ଚ୍ଚାର ବିଷୟ ପାଲଟିଛି ।

Share this story