ବନ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ୩୦୦ କୋଟିର ପ୍ୟାକେଜ୍ ଘୋଷଣା କଲେ ରାଜ୍ୟ ସରକାର

ବନ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ୩୦୦ କୋଟିର ପ୍ୟାକେଜ୍ ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବନ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ୩ ଶହ କୋଟିର ପ୍ୟାକେଜ୍ ଘୋଷଣା ଘୋଷଣା କରିଛନ୍ତି। ଏହି ପ୍ୟାକେଜ୍‌ରେ ଜଳସେଚିତ ଜମି ଏବଂ ଚାଷ ଜମିରେ ଫସଲ ନଷ୍ଟ ପାଇଁ ଆର୍ଥିକ ସହାୟତା ଘୋଷଣା କରାଯାଇଛି। ମାଛଚାଷୀଙ୍କ ପାଇଁ ମଧ୍ୟ ଏଥିରେ ବ୍ୟବସ୍ଥା ରହିଥିବାବେଳେ ବଳଦ ମରିଗଲେ ମାଲିକଙ୍କୁ କ୍ଷତିପୂରଣ ଦିଆଯିବାର ବ୍ୟବସ୍ଥା ରହିଛି।

ପ୍ୟାକେଜ ଅନୁଯାୟୀ ୩୩%ରୁ ଅଧିକ ଫସଲ ନଷ୍ଟ ହୋଇଥିଲେ ହେକ୍ଟର ପିଛା ୬,୮୦୦ ଟଙ୍କା ଏବଂ ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୧୩, ୫୦୦ ଟଙ୍କା ମିଳିବ। ସେହିପରି  ସବୁଦିନିଆ ଫସଲ ଜମି ପାଇଁ ହେକ୍ଟର ପିଛା ୧୮ ହଜାର ମିଳିବ। ସବୁଦିନିଆ ଫସଲ ପାଇଁ ୨ ହଜାର ଟଙ୍କାର ଇନ୍‌ପୁଟ୍ ସବସିଡିର ବ୍ୟବସ୍ଥା ମଧ୍ୟ ରହିଛି।

ମାଛ ଚାଷୀଙ୍କୁ ହେକ୍ଟର ପିଛା ୮ ହଜାର ୨ ଶହ ଟଙ୍କା ଇନପୁଟ୍ ସବସିଡି ମିଳିବ। ଏଥିସହ ୧୨ ହଜାର ୨ ଶହ ଟଙ୍କା କ୍ଷତିପୂରଣ ସହାୟତା ମଧ୍ୟ ଯୋଗାଇ ଦିଆଯିବ। ଚାଷୀଙ୍କୁ ୨୦ ହଜାର ଟଙ୍କାର ଡାଲି ଜାତୀୟ ବିହନ କିଟ୍ ଯୋଗାଇ ଦିଆଯିବ। ୫୦% ସବ୍‌ସିଡିରେ ୨ ହଜାର ପମ୍ପସେଟ୍ ଦିଆଯିବ। ବନ୍ୟାରେ ଗାଈ, ମଇଁଷି ମରିଥିଲେ ୩୦ ହଜାର ଏବଂ ବଳଦ ମରିଥିଲେ ୨୫ ହଜାର ଟଙ୍କା ମିଳିବ। ସେହିପରି ବାଛୁରି ମରିଥିଲେ ୧୬ ହଜାର, ଛେଳି ମରିଥିଲେ ୩ ହଜାର ଏବଂ କୁକୁଡ଼ା ମରିଥିଲେ କୁକୁଡ଼ା ପିଛା ୫୦ ଟଙ୍କା ମିଳିବ।

Share this story