ବିରୋଧୀଙ୍କ ବ୍ରେକଫାଷ୍ଟ ଡିପ୍ଲୋମାସି ରେ ଛାନିଆ ବିଜେପି

ପେଗାସସ୍ ମାମଲାରେ ବଢୁଛି ସରକାରଙ୍କ ଅଡୁଆ। ଗତକାଲି ସକାଳୁ ଦେଖିବାକୁ ମିଳିଥିଲା ବିରୋଧୀଙ୍କ ବ୍ରେକଫାଷ୍ଟରେ ଡିପ୍ଲୋମାଶୀ।ତେବେ ଚଳିତ ମୌସୁମୀ ଅଧିବେଶନକୁ ପୂରା ଧୋଇଦେଉଛି ପେଗାସସ୍ ଝଡ଼। ତୃଣମୂଳ କଂଗ୍ରେସର ପ୍ରସ୍ତାବରେ ଗତକାଲି ରାହୁଲ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଏକ ଚା ଜଳଖିଆ ଆପ୍ୟାୟିତରେ ଯୋଗ ଦେଇଥିଲେ ବିରୋଧୀ।
ଏହି ସଭାରେ ଯୋଗ ଦେଇଥିଲା ଶିବସେନା,ଜେଏମ୍ଏମ୍,ତୃଣମୂଳ କଂଗ୍ରେସ,ଏସ୍ପି ଦଳର ନେତା । ଅନ୍ୟପକ୍ଷରେ ଏଏପି ଓ ବିଏସ୍ପି ଏହି ବୈଠକରେ ଅନୁପସ୍ଥିତ ଥିଲେ । ସଂସଦ ଭବନ କ୍ୟାଣ୍ଟିନରେ ୯.୩୦ରେ ଏହି ସଭା ଆରମ୍ଭ ହୋଇଥିଲା।ଏହାପରେ ବିରୋଧୀଙ୍କ ସାଇକେଲ ଯାତ୍ରା ଆରମ୍ଭ ହୋଇଥିଲା। ଏହା ୫୦୦ ମିଟର ଦୂରକୁ ଯାଇ ସଂସଦରେ ପହଞ୍ଚିଥିଲା। ଜୁଲାଇ ୧୯ରୁ ଆରମ୍ଭ ହୋଇଥିବା ଏହି ମୌସୁମୀ ଅଧିବେଶନ ବିରୋଧୀଙ୍କ ଯୋଗୁଁ ସୂଚାରରୂପେ କାର୍ଯ୍ୟକାରୀ ହୋଇପାରୁନାହିଁ।
ପ୍ରଥମେ ମମତା ଅରବିନ୍ଦ କେଜରିୱାଲ,ରାହୁଲ ଗାନ୍ଧୀ ଆଦି ବିରୋଧୀ ଦଳ ନେତାଙ୍କୁ ଭେଟି ୨୦୨୪ ରଣନୀତି ପ୍ରସ୍ତୁତ କରିବାକୁ ଲାଗିଲେଣି। ତେବେ ପେଗାସସ୍ ଝଡ଼, କରୋନାରେ ଅନିୟମିତତା,କୃଷକ ଆନ୍ଦୋଳନ ଭଳି ପ୍ରସଙ୍ଗକୁ ନେଇ ସରକାରଙ୍କୁ କାଉଣ୍ଟର କରିବାକୁ ଯାଉଛନ୍ତି ବିରୋଧୀ। ଦେଖିବାକୁ ବାକି ରହିଲା ସରକାର କେମିତି ବିରୋଧୀଙ୍କ ପ୍ରଶ୍ନ ବାଣକୁ ସାମ୍ନା କରିବେ।