ରାଜ୍ୟରେ ମନ୍ଦିର ଖୋଲିବାକୁ ମିଳିଲା ଗ୍ରୀନ୍ ସିଗନାଲ୍

ରାଜ୍ୟରେ ମନ୍ଦିର ଖୋଲିବାକୁ ମିଳିଲା ଗ୍ରୀନ୍ ସିଗନାଲ୍

ଭୁବନେଶ୍ବର: ମହାମାରୀ କରୋନା ଭାଇରସ୍‌ ପାଇଁ ମାସ ମାସ ଧରି ମଠ ମନ୍ଦିର ବନ୍ଦ ରହିଛି। ମାତ୍ର ଏବେ ମନ୍ଦିର ଖୋଲିବାକୁ ନେଇ ଗ୍ରୀନ୍ ସିଗନାଲ୍ ଦେଇଛନ୍ତି ରାଜ୍ୟ ସରକାର। କିପରି କୋଭିଡ ନିୟମ ପାଳନ କରାଯାଇ ମନ୍ଦିର ଖୋଲା ଯାଇପାରିବ ସେନେଇ ପୁରୀ ଶ୍ରୀମନ୍ଦିର ପ୍ରଶାସନକୁ ରାଜ୍ୟ ସରକାର ଜଣାଇବାକୁ ଚିଠିରେ କହିଛନ୍ତି।

ଅନ୍ୟ ପ୍ରମୁଖ ମନ୍ଦିର ପ୍ରଶାସନଙ୍କୁ ମଧ୍ୟ ସରକାରଙ୍କ ପକ୍ଷରୁ ଚିଠି ଜାରି‌ ହୋଇଛି। ମୁଖ୍ୟ ଶାସନ ସଚିବ ଟ୍ବିଟ୍‌ କରି ଏ ବାବଦରେ ସୂଚନା ଦେଇଛନ୍ତି। ଆସନ୍ତା ୧୦ ଦିନ ମଧ୍ୟରେ ଜିଲ୍ଲାପାଳମାନଙ୍କୁ ରିପୋର୍ଟ ଦାଖଲ କରିବ‌ାକୁ କୁହାଯାଇଛି।

ଅନ୍ୟପକ୍ଷରେ ମନ୍ଦିର ଖୋଲିବା ଉପରେ ଦେବୋତ୍ତର କମିଶନର ଚିତ୍ତରଞ୍ଜନ ମହାପାତ୍ର ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ‘କୋଭିଡ୍ କଟକଣା ଭିତରେ ମନ୍ଦିର ଖୋଲାଯାଇ ପାରିବ। ସରକାର ଯେଉଁ ଗାଇଡଲାଇନ କରିବେ ଆମେ କାର୍ଯ୍ୟକାରୀ କରିବୁ। ଜିଲ୍ଲାପାଳମାନେ ରିପୋର୍ଟ ଦେଲାପରେ ଏ ସମ୍ପର୍କରେ ବିଚାର କରାଯିବ। ଆମ ଅଧୀନରେ ୧୮ହଜାର ମନ୍ଦିର ରହିଛି।’

Share this story