ସେଦିନ ପାଟକୁରାରୁ ମୁଖ୍ୟମନ୍ତ୍ରୀ କାହିଁକି ବୋଲେରୋରେ ଯାଇଥିଲେ ? ନବୀନଙ୍କ ସାମ୍ନାରେ ଅତନୁ କାନ୍ଦିଲେ କଣ ପାଇଁ ?

ପ୍ରକୃତରେ ନବୀନ ପଟ୍ଟନାୟକ କିଭଳି ଲୋକ ? ସାଧାରଣ ଲୋକଙ୍କ ପ୍ରତି ତାଙ୍କର କିଭଳି ଭଲ ପାଇବା ରହିଛି ? ଓଡ଼ିଆଙ୍କ ପାଇଁ ତାଙ୍କର କେତେ ଦରଦ ରହିଛି । ଏକଥା ଅନେକଙ୍କ ମନରେ ଅଧିକାଂଶ ସମୟରେ ଉଙ୍କି ମାରେ । ଯେହେତୁ ସେ ସରଳ ଜୀବନ ଯାପନ କରି ଅଧିକାଂଶ ସମୟ ନିଜ କାମରେ ଦିଅନ୍ତି, ତେଣୁ ତାଙ୍କୁ ପଢିବା ସଭିଙ୍କ ପାଇଁ ସହଜ ହୋଇନଥାଏ । ତେବେ ଆସନ୍ତୁ କେତୋଟି ଘଟଣାକ୍ରମକୁ ଯିବା ।
ଅତନୁ ସବ୍ୟସାଚୀ ନାୟକ ଯିଏ ସାମ୍ବାଦିକତାରୁ ନେତା ସାଜିଥିଲେ। ୨୦୦୨ ମସିହାରେ ଯେତେବେଳେ ଅତନୁ ବିଧାୟକ ନଥିଲେ, ସେ ସମୟରେ ଦିନେ ନୂଆବର୍ଷ ପରଦିନ ଅତନୁ ନବୀନ ପଟ୍ଟନାୟକଙ୍କୁ ପାଟକୁରାକୁ ଡାକିଥିଲେ । ଏକ ବିରାଟ ସଭାର ଆୟୋଜନ ମଧ୍ୟ ହୋଇଥିଲା । କାରଣ ମୁଖ୍ୟମନ୍ତ୍ରୀ ଆସିଲେ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଉତ୍ସାହ ବଢିବ। ମୁଖ୍ୟମନ୍ତ୍ରୀ ମଧ୍ୟ ଗୋଟିଏ ଥରରେ ହଁ ଭରିଥିଲେ। ଚିତ୍ରୋତ୍ପଳା ନଦୀ ନିକଟ ରଙ୍କାଳ ପଡିଆ ନିକଟରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱାଗତର ଆୟୋଜନ କରାଗଲା। ୪୦,୦୦୦ ଲୋକଙ୍କ ସମାଗମ ହୋଇଥାଏ। ହେଲିକପ୍ଟରରେ ଥାଆନ୍ତି ମୁଖ୍ୟମନ୍ତ୍ରୀ, ବିଧାୟକ ଦେବୀ ମିଶ୍ର, ଦେବାଶିଷ ନାୟକ ପ୍ରମୁଖ। ହେଲିକପ୍ଟର ନିର୍ଦ୍ଦିଷ୍ଟ ସ୍ଥାନରେ ନ ଓହ୍ଲାଇ ବିଜୁ ପଟ୍ଟନାୟକ ମହାବିଦ୍ୟାଳୟ ଅନ୍ତେଇ ଠାରେ ଓହ୍ଲାଇଲା। ଯେଉଁ ମହାବିଦ୍ୟାଳୟର ଦିନେ ବିଜୁବାବୁ ଟ୍ରଷ୍ଟି ଥିଲେ। ମାତ୍ର ସେହିଠାରୁ ହେଲିକ୍ୟାପ୍ଟରକୁ ତୁରନ୍ତ ସଭା ସ୍ଥଳକୁ ନିଆଗଲା । ଲୋକଙ୍କର ଉତ୍ସାହ କହିଲେ ନସରେ ।
କିନ୍ତୁ ହଠାତ ପାଇଲଟ କହିଲେ, ୧୦ ମିନିଟ ମଧ୍ୟରେ ସଭା ଛାଡି ଚାଲିଯିବାକୁ । କାରଣ ଅନ୍ଧାର ହେଲେ ହେଲିକପ୍ଟରରେ ଯିବାକୁ ଅସୁବିଧା ହେବ। ତେଣୁ ଏତେ ଆୟୋଜନ ହୋଇଛି ଯେତେବେଳେ, ନବୀନ ଆଉ କିଛି ସମୟ ରହିଲେ ଲୋକେ ଖୁସି ହେବେ ବୋଲି ନବୀନଙ୍କ ନିକଟରେ ଅନୁରୋଧ କରିଥିଲେ ଅତନୁ। ମାତ୍ର ଅନୁକୂଳ ରାସ୍ତାପଥ ନଥିବାରୁ ନବୀନ ଗନ୍ତବ୍ୟ ସ୍ଥଳରୁ ଅଫ ରୋଡ଼ରେ ଯାଇପାରିବେନି ବୋଲି କହିଲେ ପାଇଲଟ ଓ ଡ଼ିଆଇଜି। ଏହା ଶୁଣି ଅତନୁ ସବ୍ୟସାଚୀ କାନ୍ଦି ପକେଇଲେ କାରଣ ୪୦,୦୦୦ ଲୋକ ନବୀନଙ୍କ ମୁହଁରୁ ଦୁଇ ପଦ ଶୁଣିବା ପାଇଁ ଅଧର୍ଯ୍ୟ ହୋଇପଡିଥିଲେ । ନବୀନ ପଟ୍ଟନାୟକ ଅତନୁଙ୍କ ମୁହଁକୁ ଦେଖି ତାଙ୍କ ମନ ବୁଝିପାରିଲେ ଓ ବାଏ ରୋଡରେ ଯିବାପାଇଁ କହିଲେ। ଅତନୁଙ୍କ ବୋଲେରରେ ଶେଷରେ ସଭା ସାରି ଭୁବନେଶ୍ୱର ଅଭିମୁଖେ ଯାଇଥିଲେ ଓଡ଼ିଶାର ଏହି ପ୍ରିୟ ମୁଖ୍ୟମନ୍ତ୍ରୀ । ଯିବା ବେଳେ ସ୍ଥାନୀୟ ଲୋକଙ୍କ ସହ କିଛି ସମୟ କଥା ହୋଇଥିଲେ।
ଗମନାଗମନ ସମସ୍ୟା ଉପୁଜିବା କଥା ଶୁଣି ନବୀନ ବ୍ରିଜ କାମ ଆରମ୍ଭ କରିବାକୁ ପ୍ରତିଶୃତି ଦେଇଥିଲେ। ଯାହାର ଫଳ ସ୍ୱରୂପ ପରବର୍ତ୍ତୀ ସମୟରେ ୫ଟି ସେତୁ ନିର୍ମାଣ ମଧ୍ୟ କରାଇଥିଲେ ନବୀନ ପଟ୍ଟନାୟକ। ଅତନୁଙ୍କ ବୋଲେରୋ ରେ ଚଣ୍ଡିଖୋଲ ପର୍ଯ୍ୟନ୍ତ ଯିବା ପରେ ମୁଖ୍ୟମନ୍ତ୍ରୀ ଙ୍କ କାରକେଡ଼ ସେଠାରେ ପହଞ୍ଚିଥିଲା । ଏହି କଥା କୁ ମନେ ପକାଇ କିଛି ସମୟ ପାଇଁ ଭାବୁକ ହୋଇପଡିଥିଲେ ଅତନୁ । ଆଜି ଏଭଳି ଜଣେ ବିଚକ୍ଷଣ, ସୁଦକ୍ଷ ରାଜନେତାଙ୍କ ଜନ୍ମଦିନରେ 'କ୍ରାଇମ କ୍ୟାପିଟାଲ' ପରିବାର ପକ୍ଷରୁ ଅନେକ ଅନେକ ଅଭିନନ୍ଦନ।