ସ୍ୱର୍ଗଦ୍ୱାରରୁ ହଟିଲା କଟକଣା: ଏଣିକି ବାହାର ଜିଲ୍ଲାବାସୀ ବି କରିପାରିବେ ଶବଦାହ

ସ୍ୱର୍ଗଦ୍ୱାରରୁ ହଟିଲା କଟକଣା: ଏଣିକି ବାହାର ଜିଲ୍ଲାବାସୀ ବି କରିପାରିବେ ଶବଦାହ

ପୁରୀ: ସ୍ୱର୍ଗଦ୍ୱାରରୁ ହଟିଛି ଶବଦାହ ଉପରେ ଲଗାଯାଇଥିବା କଟକଣା। ଜିଲ୍ଲା ପ୍ରଶାସନ ତରଫରୁ ସୋମବାରଠାରୁ ଏହି କଟକଣା ହଟାଇ ଦିଆଯାଇଛି। ଏବେ ଜିଲ୍ଲା ବାହାରର ଲୋକ ବି ସେମାନଙ୍କ ଆତ୍ମୀୟଙ୍କ ଶବଦାହ କରିପାରିବେ। ହେଲେ କରୋନାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପାଇଁ କଟକଣା ଜାରି ରହିବ। ଏନେଇ ଜିଲ୍ଲାପାଳ ବଳୱନ୍ତ ସିଂ ସୂଚନା ଦେଇଛନ୍ତି।

ସୂଚନା ମୁତାବକ, ପୁରୀ ଜିଲ୍ଲାରେ ସଂକ୍ରମଣ କମିଥିବାରୁ ଏହି କଟକଣା ହଟାଇ ଦିଆଯାଇଛି। ହେଲେ ଶବଦାହ ସମୟରେ ସମସ୍ତ କୋଭିଡ ଗାଇଡଲାଇନ ପାଳନ କରାଯିବ। ୨୦ରୁ ଊର୍ଦ୍ଧ୍ୱ ଲୋକ ସେଠାରେ ଉପସ୍ଥିତ ରହିପାରିବେ ନାହଁ। ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି। ପୂର୍ବରୁ କରୋନା ସଂକ୍ରମଣ ବଢୁଥିବାରୁ ସ୍ୱର୍ଗଦ୍ୱାରରେ ଶବଦାହ ବନ୍ଦ କରାଯାଇଥିଲା। ହେଲେ ଏବେ ପୁରୀରେ ସଂକ୍ରମଣ ହାର ଅନ୍ୟ ଜିଲ୍ଲା ତୁଳନାରେ କମ ଥିବାରୁ କଟକଣା ହଟାଯାଇଛି। କରୋନା ସଂକ୍ରମଣ ରୋକିବାକୁ ସ୍ବର୍ଗଦ୍ବାରରେ ବାହାର ଜିଲ୍ଲାବାସୀଙ୍କ ପ୍ରବେଶ ଉପରେ ମଧ୍ୟ କଟକଣା ଲଗାଯାଇଥିଲା।

Share this story