ମାସ୍କ ନ ପିନ୍ଧିଲେ ଗଣିବେ ତଣ୍ଡ

ମାସ୍କ ନ ପିନ୍ଧିଲେ ଗଣିବେ ତଣ୍ଡ

ଭୁବନେଶ୍ୱର: କରୋନାକୁ ମୁକାବିଲା କରିବା ପାଇଁ କଠୋର ହେଲା କଟକଣା। ଏନେଇ ରାଜ୍ୟ ସରକାର ନୂଆ ଗାଇଡଲାଇନ ଜାରି କରିଛନ୍ତି। ଏଣିକି ବାହାରେ ଛେପ ପକାଇଲେ ଓ ମାସ୍କ ନ ପିନ୍ଧିଲେ ମୋଟା ଅଙ୍କର ଜରିମାନା ଦେବାକୁ ପଡ଼ିବ। ମାସ୍କ ନ ପିନ୍ଧି ପ୍ରଥମ ଥର ଧରା ପଡ଼ିଲେ ୫୦୦ଟଙ୍କା, ଦ୍ୱିତୀୟ ଥର ଧରାପଡ଼ିଲେ ସେହି ୫୦୦ ଟଙ୍କା ଓ ତୃତୀୟ ଥର ବିନା ମାସ୍କରେ ଧରାପଡ଼ିଲେ୧୦୦୦ ଟଙ୍କା ତଣ୍ଡ ଗଣିବାକୁ ପଡ଼ିବ। ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ  ପ୍ରଥମ ଦୁଇଥର ଲାଗି ୫୦୦ଟଙ୍କା ଏବଂ ତୃତୀୟ ଥରଠାରୁ ୧୦୦୦ଟଙ୍କା ଜୋରିମାନା ଦେବାକୁ ପଡ଼ିବ। ସେହିପରି ଦେଶରେ ଅନଲକ୍‌-୧ ଘୋଷଣା ପରେ ରାଜ୍ୟବାସୀଙ୍କ ମଧ୍ୟରେ ଖାମଖିଆଲ ମନୋଭାବ ବଢ଼ିଯାଇଛି। ସଂକ୍ରମଣ ବଢ଼ୁଥିବା ସତ୍ତ୍ୱେ ଲୋକେ ଚେତୁ ନାହାନ୍ତି। ଏହାକୁ ଦୃଷ୍ଟିରେ ରଖି କଟକଣାକୁ କଡ଼ାକଡ଼ି କରାଯିବ ବୋଲି ପୋଲିସ ଡିଜି ଅଭୟ କହିଛନ୍ତି।

Share this story