ରାଜ୍ୟରେ ଆଉ ୧୫୬୭ଟି ନୂଆ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବ

ରାଜ୍ୟରେ ଆଉ ୧୫୬୭ଟି ନୂଆ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବ

ଭୁବନେଶ୍ଵର: ରାଜ୍ୟରେ ଆଉ ୧୫୬୭ଟି ନୂଆ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବ। ଏନେଇ ଗୃହରେ ସୂଚନା ଦେଇଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ସୂଚନା ଦେଇଛନ୍ତି। ରାଜ୍ୟରେ ଏବେ ୬୨ ହଜାର ୧୭୧ଟି ଅଙ୍ଗନବାଡ଼ି କେନ୍ଦ୍ର ଅଛି ଏବଂ ୧୦ ହଜାର ୪୧୬ଟି ମିନି ଅଙ୍ଗନବାଡ଼ି କେନ୍ଦ୍ର ରହିଛି। ପୂର୍ବରୁ ୭୮୪୪ଟି ନୂଆ ଅଙ୍ଗନବାଡ଼ି ଖୋଲିବାକୁ କେନ୍ଦ୍ରକୁ ପ୍ରସ୍ତାବ ଦିଆ ଯାଇଥିବା ଗୃହରେ ସୂଚନା ଦେଇଛନ୍ତି ମନ୍ତ୍ରୀ।

ତେବେ ସେ ସବୁ ଆବେଦନକୁ ପୁନଃତର୍ଜମା କରି ପ୍ରସ୍ତାବ ଦେବାକୁ କେନ୍ଦ୍ର କହିଛି। ଜନଜାତି ଓ ଅପପୃଷ୍ଟି ଦେଖା ଯାଉଥିବା ଅଞ୍ଚଳରେ ଖୋଲିବ ଅଙ୍ଗନବାଡ଼ି କେଦ୍ର, ଏଥିପାଇଁ ସମ୍ପୃକ୍ତ ଜିଲ୍ଲା ମାନଙ୍କୁ ମଞ୍ଜୁରୀ ଦିଆଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗୋଟିଏ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବାକୁ ୭ଲକ୍ଷ ଟଙ୍କା ଅନୁଦାନ ଦିଆଯାଉଛି। ମନରେଗା ମାଧ୍ୟମରେ ୫ଲକ୍ଷ ଓ ରାଜ୍ୟ ସରକାର ୨ଲକ୍ଷ ଦେଉଛନ୍ତି। ଯେହେତୁ ସହରାଞ୍ଚଳରେ ଜମି ସମସ୍ୟା ଥିଲେ ଜାଗା ଚିହ୍ନଟ ପାଇଁ ଜିଲ୍ଲାପାଳଙ୍କୁ କୁହାଯାଇଛି।

Share this story