ବିଜେଡିରୁ ନିଲମ୍ବିତ ହେଲେ ବରୀ ବ୍ଲକ ସଭାପତି
Tue, 14 May 2019

ବରୀ ବ୍ଲକ ବିଜେଡ଼ି ସଭାପତି ଶେଖ ସଫିଉଦ୍ଧିନଙ୍କୁ ବିଜେଡିରୁ ନିଲମ୍ବିତ । ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ ନିଲମ୍ବିତ କରିଛନ୍ତି । ଶେଖ ସଫିଉଦ୍ଧିନ ଓରଫ ଟାଲି ଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବିତ କରାଯାଇଛି । ବରୀ ନିର୍ବାଚନମଣ୍ଡଳୀରେ ଟାଲି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଦେବାଶିଷ ନାୟକଙ୍କର ସେ ଖାସ ଅନୁଗତ ଭାବେ ଜଣାଶୁଣା । ତେବେ ଗତ ନିର୍ବାଚନ ବେଳେ ଦେବାଶିଷ ନାୟକଙ୍କୁ ଟିକେଟ ମିଳିନଥିଲା । ଅପରପକ୍ଷରେ ବିଜେପିରୁ ଆସିଥିବା ଜଣେ ନବାଗତଙ୍କୁ ଦଳୀୟ ଟିକେଟ ଦିଆଯାଇଥିଲା । ଯାହାକୁ ନେଇ ବିଜେଡ଼ିରେ ବେଶ ଅସନ୍ତୋଷ ପରିଲକ୍ଷିତ ହୋଇଥିଲା । ଏମିତିକି ଦଳର ଅନେକ ନେତା ଓ କର୍ମୀ ଦଳ ବିରୋଧୀ କାର୍ଯ୍ୟ କରିଥିବା ଅଭିଯୋଗ ହୋଇଥିଲା ।