ବର୍ଷାଙ୍କ ବିରୋଧରେ ଛାଡପତ୍ର ପିଟିସନ ଦାଖଲ କଲେ ଅନୁଭବ: ଆଣିଲେ ଏମିତି ଅଭିଯୋଗ

ବର୍ଷାଙ୍କ ବିରୋଧରେ ଛାଡପତ୍ର ପିଟିସନ ଦାଖଲ କଲେ ଅନୁଭବ: ଆଣିଲେ ଏମିତି ଅଭିଯୋଗ

ଭୁବନେଶ୍ୱର: ଓଡ଼ିଆ ସିନେ ଇଣ୍ଡଷ୍ଟ୍ରିର ସୁପର ଷ୍ଟାର ତଥା କେନ୍ଦ୍ରାପଡ଼ା ସାଂସଦ ଆନୁଭବ ମହାନ୍ତିଙ୍କ ଦାମ୍ପତ୍ୟ ଜୀବନରେ ଝଡ଼ ସୃଷ୍ଟି ହୋଇଛି। ଅନୁଭବଙ୍କ ନାଁ’ରେ ପତ୍ନୀ ବର୍ଷା ପ୍ରିୟଦର୍ଶନୀ ଭରଣପୋଷଣ ମାମଲା ରୁଜୁ କରିଥିବାବେଳେ ରବିବାର ବର୍ଷାଙ୍କ ବିରୋଧରେ ଅନୁଭବ ଛାଡପତ୍ର ପିଟିସନ ଦାଖଲ କରିଛନ୍ତି।

ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ଅନୁଭବ ଏହି ପିଟିସନ ଦାଖଲ କରିଥିବା ସୂଚନା ମିଳିଛି। ୪୭ ପୃଷ୍ଠାର ପିଟିସନରେ ସେ ପତ୍ନୀ ବର୍ଷାଙ୍କ ବିରୋଧରେ ବହୁ ଅଭିଯୋଗ ଆଣିଛନ୍ତି। ନିଜ ବ୍ୟକ୍ତିଗତ ଓ ବୈବାହିକ ଜୀବନର ଅନେକ ଗୋପନ କଥା ଅନୁଭବ ଏହି ପିଟିସନରେ ଉଲ୍ଲେଖ କରିଛନ୍ତି।

ଅନୁଭବଙ୍କ ଅଭିଯୋଗ ଅନୁଯାୟୀ, ବର୍ଷା ପିୟଦଶର୍ନୀ ତାଙ୍କ ସହ ସମ୍ପର୍କ ରଖୁନଥିଲେ, ଯାହା ତାଙ୍କୁ ଅସହଜ ଓ ଅସୁଖୀ କରିଥିଲା। ପ୍ରଥମ ରାତିରେ ସମ୍ପର୍କ ରଖିବାକୁ ବର୍ଷା ମନା କରିଥିଲେ। ସେ ବର୍ଷାଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇଥିଲେ। ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ସମ୍ପର୍କରେ ସୁଧାର ଆଣିବାକୁ ଚେଷ୍ଟା କରିଥିଲେ ହେଁ ସମ୍ପର୍କ ରଖିବାକୁ ଅସହଜ ମନେ କରୁଥିଲେ ବର୍ଷା। ପତ୍ନୀଙ୍କ ଏଭଳି ଆଚରଣ ମର୍ମାହତ କରିଥିବା ପିଟିସନରେ ଉଲ୍ଲେଖ ରହିଛି। ଜନ୍ମଦିନରେ ସବୁ ସ୍ୱାଭାବିକ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଜନ୍ମଦିନ ପାଇଁ ବ୍ୟାପକ ପ୍ରସ୍ତୁତି କରିଥିଲେ ଅନୁଭବ। ଏହା ସତ୍ତ୍ୱେ ବର୍ଷାଙ୍କ କଠିନ ହୃଦୟ ତରଳି ନ ଥିବା ପିଟିସନରେ ଉଲ୍ଲେଖ କରିଛନ୍ତି ଅନୁଭବ।

ସୂଚନାଯୋଗ୍ୟ, ଶାରୀରିକ ଓ ମାନସିକ ନିର୍ଯାତନା ଦେବା ସହ ଅନ୍ୟ ନାରୀଙ୍କ ସହ ସମ୍ପର୍କ ରଖିଥିବା ଭଳି ସାଂଘାତିକ ଅଭିଯୋଗ ଆଣିଥିଲେ ବର୍ଷା। ପରେ ଏନେଇ କଟକ ଏସଡ଼ିଜେଏମ୍ ଅଦାଲତରେ ଏକ ମାମଲା ରୁଜୁ ହୋଇଛି। ସୋମବାର ଏହାର ଶୁଶାଣି ପାଇଁ ତାରିଖ ଧାର୍ଯ୍ୟ ହୋଇଛି।

Share this story