ଦିନକ ପୂର୍ବରୁ ଶେଷ ହେଲା ବିଧାନସଭା ମୌସୁମୀ ଅଧିବେଶନ

ଦିନକ ପୂର୍ବରୁ ଶେଷ ହେଲା ବିଧାନସଭା ମୌସୁମୀ ଅଧିବେଶନ

ଭୁବନେଶ୍ବର: ଶେଷ ହୋଇଛି ବିଧାନସଭା ମୌସୁମୀ ଅଧିବେଶନ। ବିଧାନସଭାକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ଗୋଟିଏ ଦିନ ପୂର୍ବରୁ ବିଧାନସଭା ମୌସୁମୀ ଅଧିବେଶନକୁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି।

ତେବେ ଆଜି ବିଧାନସଭାରେ ୫ଟି ବିଲ୍ ପାରିତ ହୋଇଛି। ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ ସମେତ ମୋଟ୍ ୫ଟି ବିଲ୍ ପାରିତ ହୋଇଛି। ଓଡ଼ିଶା ଅଧିବକ୍ତା କଲ୍ୟାଣ ପାଣ୍ଠି ବିଲ୍, ଓଡ଼ିଶା ଦ୍ରବ୍ୟ ଓ ସେବାକର ସଂଶୋଧନ ବିଲ୍, ପୌର ବିଧି ସଂଶୋଧନ ବିଲ୍, ଶିଳ୍ପ ବିବାଦ ଓଡ଼ିଶା ସଂଶୋଧନ ବିଲ୍ ଆଜି ବିଧାନସଭାରେ ପାରିତ ହୋଇଛି।

Share this story