ଜୁନ ୧ ତାରିଖ ଯାଏଁ ରାଜ୍ୟରେ ଲକଡାଉନ, କଟକଣା ଆହୁରି ଜୋରଦାର

ସରକାରଙ୍କ ବଡ଼ ଘୋଷଣା । ଲକଡାଉନ ବୃଦ୍ଧି ନେଇ ଆସିଲା ନିଷ୍ପତ୍ତି । କରୋନା ସଂକ୍ରମଣ ଦୃଷ୍ଟିରୁ ଜୁନ ୧ ପର୍ଯ୍ୟନ୍ତ ଲକଡାଉନ ଅବଧି ବୃଦ୍ଧି କରାଯାଇଛି । ଏ ନେଇ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି । ସେହିପରି ସୋମବାର ଠାରୁ ଶୁକ୍ରବାର ଯାଏଁ ପୂର୍ବରୁ ଯେଭଳି ୧୨ ଟା ଯାଏଁ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ଅନୁମତି ମିଳିଥିଲା, ସେଥିରେ ପରିବର୍ତ୍ତନ ଆସିଛି । ଦିନ ୭ଟାରୁ ୧୧ ଟା ଯାଏଁ ଦୋକାନ ଖୋଲା ରହିବ । କିନ୍ତୁ କରୋନା କଟକଣା ମାନି ବାହାରକୁ ବାହାରିବା ପାଇଁ କୁହାଯାଇଛି ।
ସେହିପରି ବାହାଘର ଓ ବ୍ରତଘର ଆଦି କ୍ଷେତ୍ରରେ ୫୦ ଜଣ ପରିବର୍ତ୍ତେ ୨୫ ଜଣ ଙ୍କୁ ଅନୁମତି ଦିଆଯାଇଛି । ଭୋଜି କୁ କଠୋର ଭାବେ ବାରଣ କରାଯାଇଛି । ନିର୍ମାଣ କାର୍ଯ୍ୟ, କୃଷି, ଟେଷ୍ଟିଂ, ଭ୍ୟାକ୍ସିନ ଆଦି କ୍ଷେତ୍ରରେ କାମ ହୋଇପାରିବେ । ଯେହେତୁ କରୋନା ଗ୍ରାମାଞ୍ଚଳ ରେ ଅଧିକ ବ୍ୟାପୁଛି, ତାହାକୁ ଦୃଷ୍ଟିରେ ରଖି ପଂଚାୟତ ମାନକୁ ଅଧିକ ଦାୟିତ୍ୱ ଦିଆଯାଇଛି । ୩ ମାସ ଧରି ଅଙ୍ଗନବାଡି କର୍ମୀ ଓ ଆଶା କର୍ମୀ ଭାବେ ଘରକୁ ଘର ବୁଲି କରୋନା ଟେଷ୍ଟ କରିବେ ।
ସୂଚନାଯୋଗ୍ୟ ରାଜ୍ୟର ସଂକ୍ରମଣ ସ୍ଥିତି ଏବେ ବି ଚିନ୍ତାଜନକ ରହିଛି । ପରିସ୍ଥିତି ଅଣାୟତ ହୋଇପଡିଛି । ଏଣୁ ଲକଡାଉନ ହେବା ସହ ଅନ୍ୟ ନିୟମାବଳି ରେ ପରିବର୍ତ୍ତନ ହୋଇଛି । ତଥାପି ଗତ ୫ ଦିନ ଧରି ସୁସ୍ଥତା ହାର ବଢିବା ଆସ୍ୱସ୍ତି ଆଣିଛି । ଉଭୟ ରାଜ୍ୟ ଓ ରାଜଧାନୀ ଭୁବନେଶ୍ବର ରେ ସୁସ୍ଥତା ବଢିଛି ।