୨୨ରୁ ପ୍ରାକ୍ଟିକାଲ, ୨୯ରୁ ଥିଓରି

୨୨ରୁ ପ୍ରାକ୍ଟିକାଲ, ୨୯ରୁ ଥିଓରି

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ ଅଧୀନ ସମସ୍ତ ଯୁକ୍ତ ତିନି କଲେଜର ଶେଷ ସେମିଷ୍ଟର ଛାତ୍ରଛାତ୍ରୀଙ୍କ ଥିଓରି ପରୀକ୍ଷା ଆସନ୍ତା ସେପ୍ଟେମ୍ବର ୨୯ରୁ ଆରମ୍ଭ ହେବ। ଏହା ପୂର୍ବରୁ ସେ‌ପ୍ଟେମ୍ବର ୨୨ରୁ ୨୬ ତାରିଖ ମଧ୍ୟରେ ପ୍ରାକ୍ଟିକାଲ ପରୀକ୍ଷା କରାଯିବ। ଏନେଇ ବିଶ୍ବବିଦ୍ୟାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ପରୀକ୍ଷା ପରିଚଳନା ପାଇଁ ଗାଇଡ୍‌ଲାଇନ୍‌ ଜାରି ହୋଇଛି।

ଓଏମ୍‌ଆର ସିଟ୍‌ରେ ପରୀକ୍ଷା ଅନୁଷ୍ଠିତ ହେଉଥିବାରୁ ପରୀକ୍ଷାର୍ଥୀ ଯେପରି ଉତ୍ତର ଖାତାକୁ ସଠିକ୍‌ ଭାବେ ପୂରଣ କରିଥିବେ ସେନେଇ ପରୀକ୍ଷା କେନ୍ଦ୍ର ସୁପରିଣ୍ଟେଣ୍ଡେଣ୍ଟ ଓ ଇନ୍‌ଭିଜିଲେଟର ସୁନିଶ୍ଚିତ କରିବେ। ଅନ୍‌ଲାଇନ୍‌ ମୋଡ୍‌ରେ ଖାତା ମୂଲ୍ୟାୟନ ହେବ। ତେଣୁ ଓଏମ୍‌ଆର ସିଟ୍‌କୁ ମୋଡ଼ିବେ ନାହିଁ। ଓଏମ୍‌ଆର ସିଟ୍‌ ପ୍ୟାକ୍‌ କରିବା ସମୟରେ ତାରିଖ ଅନୁଯାୟୀ, ସିଟିଂ ଅନୁଯାୟୀ ଓ ପେପର ଅନୁଯାୟୀ ଅଲଗା ଅଲଗା କରି ପ୍ୟାକ୍‌ କରି ନୋଡାଲ ସେଣ୍ଟରକୁ ପଠାଇବା ଜରୁରୀ। ନିର୍ଦ୍ଧାରିତ ସମୟ ସୁଦ୍ଧା ଓଏମ୍‌ଆର ସିଟ୍‌ ନୋଡାଲ ସେଣ୍ଟରରେ ନ ପହଞ୍ଚିଲେ ଏଥିପାଇଁ ସମ୍ପୃକ୍ତ କଲେଜ ଅଧ୍ୟକ୍ଷ ଦାୟୀ ରହିବେ। ପରୀକ୍ଷା ସରିବାର ୭ରୁ ୧୦ ଦିନ ମଧ୍ୟରେ ଫଳ ପ୍ରକାଶ କରାଯିବ ବୋଲି ବିଶ୍ବବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ଶରତ ଚନ୍ଦ୍ର ମାଝି କହିଛନ୍ତି।

Share this story