ଫ୍ଲାଇଟରେ ଶିଶୁ ଅବସ୍ଥା ଗୁରୁତର : ଭୁବନେଶ୍ୱରରେ ଜରୁରୀ ଅବତରଣ

ଫ୍ଲାଇଟରେ ଶିଶୁ ଅବସ୍ଥା ଗୁରୁତର : ଭୁବନେଶ୍ୱରରେ ଜରୁରୀ ଅବତରଣ

ଭୁବନେଶ୍ୱର : ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଇଣ୍ଡିଗୋ ବିମାନର ଜରୁରୀ ଅବତରଣ । ଗୌହ୍ୱାଟୀରୁ ଚେନ୍ନାଇ ଅଭିମୁଖେ ଯାଉଥିବା ବିମାନ ୯୦୫ର ଜରୁରୀ ଅବତରଣ ଭୁବନେଶ୍ୱର ଠାରେ ହୋଇଛି । ବିମାନଟିକୁ ସୁରକ୍ଷିତ ଭାବେ ଅବତରଣ କରାଯାଇଛି ।  ଏକ ତିନିମାସର ଶିଶୁ ର ସ୍ୱାସ୍ଥବସ୍ଥା ଗୁରୁତର ହୋଇପଡିବାରୁ ବିମାନର ଜରୁରୀ ଅବତରଣ କରାଯାଇଥିବା ସୂଚନା ମିଳିଛି ।

ଗୌହାଟୀ ରୁ ଆସୁଥିବା ଦମ୍ପତି ନିଜର ୩ମାସର ଶିଶୁ ସହ ଯାତ୍ରା କରୁଥିଲେ । ତେବେ ବିମାନଟି ଉଡାଣ କରିବାର କିଛି ସମୟ ପରେ ଶିଶୁଟି ଅସୁସ୍ଥ ହୋଇପଡିଥିଲା । ବିମାନ ଭିତରେ ପ୍ରାଥମିକ ଚିକିତ୍ସା କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଏହାପରେ ତୁରନ୍ତ ବିମାନର ଜରୁରୀ ଅବତରଣ କରାଯାଇଥିଲା । ଡାକ୍ତରଙ୍କ ପରାମର୍ଶ କ୍ରମେ ଶିଶୁକୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ପରେ ଶିଶୁକୁ ଏକ ଘରୋଇ ମେଡିକାଲ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।

Share this story