ଆଇଆଇଟି ଶ୍ରେଣୀଗୃହରେ କଣ କରୁଛି ଗାଈ ? ଚତୁର ଉତ୍ତର ଦେଇ ବିଚାରକଙ୍କ ଦିଲ ଜିତିଲେ ସର୍ବକନିଷ୍ଠ ଆଇଏଏସ

ଭାରତରେ ଯେଉଁ କେତୋଟି କଠିନ ପରୀକ୍ଷା ରହିଛି ତନ୍ମଧ୍ୟରୁ ଭାରତୀୟ ପ୍ରଶାସନିକ ସେବା ଅନ୍ୟତମ। ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ହେଲେ କଠିନରୁ କଠିନ ପ୍ରଶ୍ନର ସମ୍ମୁଖୀନ ହେବାକୁ ପଡିଥାଏ। ମାତ୍ର ଏକ ପ୍ରଶ୍ନକୁ ଜଣେ ପରୀକ୍ଷାର୍ଥୀ ଏମିତି ଢଙ୍ଗରେ ଉତ୍ତର ଦେଲେ ଯେ ବିଚାରକ ଉତ୍ତର ଶୁଣି ହସିଉଠି ପଡ଼ିଥିଲେ। ସେହି ପରୀକ୍ଷାର୍ଥୀ ହେଉଛନ୍ତି ସର୍ବକନିଷ୍ଠ ଆଇଏଏସ ଅଧିକାରୀ ସିମି କରଣ। ସିମି ଆଇଆଇଟି ମୁମ୍ବାଇରୁ ଇଂଜିନିୟରିଂରେ ସ୍ନାତକ କରିଥିବା ବେଳେ ୨୦୧୯ରେ ସେ ୟୁପିଏସ୍ସି ପରୀକ୍ଷା ଦେଇଥିଲେ।
ଯେଉଁଥିରେ ସେ ୩୧ତମ ସ୍ଥାନ ଅଧିକାର କରି ସଫଳ ହୋଇଥିଲେ। ତେବେ ଆଶ୍ଚର୍ଯ୍ୟର କଥା ଏହା ଯେ ଏହି ପରୀକ୍ଷାରେ ତାଙ୍କୁ ଏମିତି ଏକ ପ୍ରଶ୍ନ ପଚାରାଯାଇଥିଲା ଯାହା ଶୁଣି ସିମି ଚକିତ ହୋଇ ଯାଇଥିଲେ।ସାକ୍ଷାତ୍କାରରେ ତାଙ୍କୁ ଜଣେ ବିଚାରକ ପଚାରିଥିଲେ "ଯେ ଆଇଆଇଟି ମୁମ୍ବାଇରେ ଅନେକ ସମୟରେ ଶ୍ରେଣୀଗୃହ ଓ ହତାରେ ଗାଈ ପଶି ଯାଇଥାଏ। ଯାହା ପାଠ ପଢିବା ପାଇଁ ଉତ୍ତମ ବାତାବରଣରେ ବ୍ୟାଘାତ ସୃଷ୍ଟି ହୁଏ।"ଏହାକୁ ନେଇ ଆପଣ କଣ କହିବେ?
ସିମି ଏହି ପ୍ରଶ୍ନର ଉତ୍ତରରେ ଚତୁରତା ସହ ଏହା କହିଲେ ଯେ "ଆମେ ଆଇଆଇଟି ମୁମ୍ବାଇରେ ପଢିବା ପାଇଁ ଅକ୍ଲାନ୍ତ ପରିଶ୍ରମ କରିଥାଉ,କିନ୍ତୁ ଗାଈର ଏତେ ଭଲ ଭାଗ୍ୟ ଯେ ସେ ଏହି କ୍ୟାମ୍ପସକୁ ଅନାୟାସରେ ଆସି ପାରୁଛି"। ଏହି ପ୍ରଶ୍ନର ଉତ୍ତର ଶୁଣି ବିଚାରକ ହସିଥିଲେ। ସୂଚନାଯୋଗ୍ୟ ଯେ ସିମି ବାଲେଶ୍ଵର ଜିଲ୍ଲାର ଜଳେଶ୍ବର ଅନ୍ତର୍ଗତ ସନ୍ତୋଷପୁର ଗ୍ରାମର ଅଟନ୍ତି। ନିଜର ସ୍କୁଲଜୀବନ ସିମି ଛତିଶଗଡ଼ରେ ସମାପ୍ତ କରିଥିବା ବେଳେ ସ୍ନାତକ ଡିଗ୍ରୀ ପରେ ୟୁପିଏସ୍ସି ପରୀକ୍ଷା ପାଇଁ ସେ ଏକ ବର୍ଷ ପ୍ରସ୍ତୁତ ହେଉଥିଲେ।