ବୈତରଣୀରେ ଆସୁଛି ବଡ ବନ୍ୟା: ସତର୍କ ରୁହନ୍ତୁ…

ବୈତରଣୀରେ ଆସୁଛି ବଡ ବନ୍ୟା: ସତର୍କ ରୁହନ୍ତୁ…

ଯାଜପୁର: ଗତ ୨୪ ଘଣ୍ଟାରେ ବୈତରଣୀ ନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ହୋଇଛି। ଏହାକୁ ଦୃଷ୍ଟିରେ ରଖି ଏସଆରସି ବୈତରଣୀ ନଦୀରେ ଏକ ବଡ ବନ୍ୟା ଆଶଙ୍କା କରିଛନ୍ତି। ତେଣୁ ଯାଜପୁର ଜିଲ୍ଲାପାଳଙ୍କୁ ସତର୍କ ରହିବା ସହ ତୁରନ୍ତ ଆବଶ୍ୟକ ସୁରକ୍ଷା କାର୍ଯ୍ୟକ୍ରମ ହାତକୁ ନେବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ବନ୍ୟା ହେଲେ କୋରେଇ, ଯାଜପୁର, ଦଶରଥପୁର, ବିଞ୍ଝାରପୁର ଓ ବରୀ ବ୍ଲକର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହେବ। ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ନିରାପଦ ସ୍ଥାନକୁ ଚାଲିଯିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଲୋକଙ୍କ ରହିବା ପାଇଁ ବିଭିନ୍ନ ତଳିଆ ଅଞ୍ଚଳରେ ଥିବା ସ୍କୁଲଗଡ଼ିକୁ ଖୋଲା ରଖିବାକୁ ପ୍ରଧାନଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସ୍ଥାନୀୟ ଲୋକ ପ୍ରତିନିଧିଙ୍କୁ ଜନସାଧାରଣଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି। ଏଥିସହ ପ୍ରସୂତି, ଗର୍ଭବତୀ ଓ ଛୋଟପିଲାଙ୍କୁ କିପରି ସୁରକ୍ଷିତ ରଖାଯାଇପାରିବ ସେନେଇ ବ୍ୟବସ୍ଥା କରିବାକୁ ସିଡିପିଓ ଏବଂ ଅଙ୍ଗନୱାଡିକର୍ମୀଙ୍କୁ କୁହାଯାଇଛି।

Share this story