ହେଲୋ, ଶରଦ ପାୱାର ସ୍ପିକିଂ...

ମହାରାଷ୍ଟ୍ର ସରକାରଙ୍କ ମୁମ୍ବାଇ ସ୍ଥିତ ଗୃହ ମନ୍ତ୍ରାଳୟକୁ ଜଣେ ବ୍ୟକ୍ତି ନିଜକୁ ଏନସିପି ମୁଖ୍ୟ ଶରଦ ପାଓ୍ବାର ବୋଲି କହି ଫୋନ୍ କରିଥିଲା । ନିଜକୁ ଶରଦ ପାଓ୍ବାର ବୋଲି କହିବା ସହ ସେଠାକାର ଜଣେ ଅଧିକାରୀଙ୍କୁ କୌଣସି ବ୍ୟକ୍ତିଙ୍କ ବଦଳି ପାଇଁ କହିଥିଲା । ଫୋନ୍ ଧରିଥିବା ଅଧିକାରୀଙ୍କ ସନ୍ଦେହ ହେବାରୁ ମାମଲା ଥାନାରେ ପହଞ୍ଚିଥିଲା ।
ପୋଲିସର ତଦନ୍ତ ପରେ ଅଭିଯୁକ୍ତ ଧରାପଡ଼ିଛି । ଏହି ମାମଲାରେ ଅଭିଯୁକ୍ତକୁ ମୁମ୍ବାଇ ପୋଲିସ ପୁଣେରୁ ଗିରଫ କରିଛି । ଗିରଫ ବ୍ୟକ୍ତି ଅନ୍ୟ ଦୁଇ ଜଣଙ୍କ ସହ ମିଶି ଗୃହ ମନ୍ତ୍ରାଳୟର ଅଧିକାରୀଙ୍କୁ କଲ କରିଥିଲା । ସେ ଶରଦ ପାଓ୍ବାରଙ୍କ କଣ୍ଠ ସ୍ବରରେ କଥା ହେବାକୁ ଚେଷ୍ଟା କରିବାରୁ ଅଧିକାରୀଙ୍କୁ ସନ୍ଦେହ ହୋଇଥିଲା । ଏନେଇ ଅଧିକାରୀ ପୋଲିସକୁ ଖବର ଦେଇଥିଲେ ।
ତେବେ ଏହି ମାମଲାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ଏବଂ ଅନ୍ୟ ଦୁଇ ସହଯୋଗୀଙ୍କୁ ଗିରଫ କରିଛି । ସେମାନଙ୍କ ପରିଚୟ ଦିଆଯାଇ ନାହିଁ । ଫୋନ୍ କରିବା ପାଇଁ ଥିବା ଆପରୁ କଲ୍ କରିଥିଲା ଅଭିଯୁକ୍ତ । ମହାରାଷ୍ଟ୍ରରେ ଚାଲିଥିବା ମେଣ୍ଟ ସରକାରରେ ଏନସିପି ଭାଗିଦାରୀ ରହିଛି । ଏହା ସହ ରାଜ୍ୟ ଗୃହ ମନ୍ତ୍ରୀ ଦିଲ୍ଲୀପ ବାଲସେ ପାଟିଲ ଏନସିପି ନେତା ।