ଦାମଙ୍କୁ କଣ ସତରେ ରାଜନିତୀକୁ ଆଣିଥିଲେ ବାମ ?

ରାଜନୀତିରେ ପରିବାରବାଦ,ଭାଇ-ଭାଇ ମଧ୍ୟରେ ବିବାଦ ଭଳି ଘଟଣା ଘଟିବା କିଛି ନୂଆ କଥା ନୁହେଁ। ମାତ୍ର ଏହି ଘଟଣା ଯେତେବେଳେ ରାଜ୍ୟ ରାଜନୀତିକୁ ସରଗରମ କରାଏ ସେତେବେଳେ ଏହା ଗଣମାଧ୍ୟମର ପ୍ରମୁଖ ବିଷୟ ହୋଇଯାଏ। ଓଡ଼ିଶାରେ ଏହାର ଏକ ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳେ ଯାହା ଦାମ-ବାମ ବିବାଦ। ପୂର୍ବତନ ମନ୍ତ୍ରୀଙ୍କ କନିଷ୍ଠ ଭାଇ ହେଉଛନ୍ତି ଡ଼.ବାମଦେବ ରାଉତ । ନିଜର ଛାତ୍ର ଜୀବନରୁ ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ,
ଆର୍.ଏନ.ସିଂଦେଓ ଓ ନବୀନ ପଟ୍ଟନାୟକ ଖୁବ୍ ଘନିଷ୍ଠ ଥିଲେ। ତେବେ ୨୦୧୨ରେ ନିଜ ଭାଇ ଦାମଙ୍କ ଷଡଯନ୍ତ୍ରରେ ଫସି ଦଳରୁ ସସ୍ପେଣ୍ଡ୍ ହୋଇଥିଲେ ଡ଼.ବାମଦେବ।
ସୂଚନାଯୋଗ୍ୟ ଯେ ୨୦୦୪ ମସିହାରେ ଜଗତସିଂହପୁର ଜିଲ୍ଲାର ସାଂସଦ ଭାବେ ଟିକେଟ୍ ଆଣିବାକୁ ବିଜେଡି ଦଳୀୟ କାର୍ଯ୍ୟାଳୟକୁ ଯିବା ସମୟରେ ତାଙ୍କ ସହ ଘଟିଥିଲା ଏକ ଅପ୍ରୀତିକର ଘଟଣା। ସେହି ଦିନ ବାମଦେବ ଭୁବନେଶ୍ବରସ୍ଥିତ ନିଜ ଝିଆରୀଙ୍କ ଘରେ ରହିଥିଲେ ଏବଂ ପରେ ଟିକେଟ୍ ନେବାକୁ କାର୍ଯ୍ୟାଳୟକୁ ଯିବା ସମୟରେ ଦାମବାବୁ ଦଳୀୟ କାର୍ଯ୍ୟଳୟରେ ଥାଆନ୍ତି। ତେବେ ନିଜର ଭାଇ ଦାମଙ୍କ ପାରିବାରିକ ରାଜନୀତିକୁ ପ୍ରଶ୍ରୟ ନଦେବା ନୀତି ଓ ସାନ ଭାଇର ଚାକିରୀ ସାରିନଥିବାର କାରଣରୁ ବାମଦେବ ଟିକେଟ୍ ରୁ ବଞ୍ଚିତ ହେଲେ। ଏହାପରେ ୨୦୦୯ ମସିହାରେ ଘଟିଲା ରୋଚକ ଘଟଣା।
ସେ ସମୟରେ ପ୍ୟାରି ଓ ନବୀନ ପ୍ରତି ଦାମଙ୍କ ମନରେ ଥାଏ ଅହି ନକୁଳ ସମ୍ପର୍କ ଥାଏ।।ତେବେ ଟିକେଟ୍ ବଣ୍ଟନରେ ଦାମଦୋର ସନ୍ତୁଷ୍ଟ ନ ହେଲେ ସ୍ୱାଧୀନ ଭାବେ ଛିଡା ହେବାର ନିଷ୍ପତ୍ତି ନେଲେ।ତେବେ ଏହି ଘଟଣାକୁ ଦେଖି ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପ୍ୟାରୀମୋହନ ମହାପାତ୍ର ବାମଙ୍କୁ ଡାକିଲେ ଏବଂ ଏରସମା ବାଲିକୁଦା ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିବାକୁ ନିର୍ଦେଶ ଦେଲେ। ତେବେ ଅନ୍ୟ ଏକ ଅର୍ଥରେ ଏହା ମଧ୍ୟ କୁହାଯାଇପାରେ ଯେ ବାମଙ୍କୁ ୩ ମାସ ମଧ୍ୟରେ ନିଜର ଭାବମୂର୍ତି ସଜାଡିବାର ଏକ ମୌକା ମିଳିଥିଲା। ତେବେ ସେ ସମୟରେ ଅସନ୍ତୋଷ ନେତା ଦେବାଶିଷ ସାମନ୍ତରାୟଙ୍କୁ ବାରବାଟୀ କଟକ ଓ ଦାମବାବୁଙ୍କୁ ପାରାଦ୍ୱୀପ ବିଧାନସଭାର ଟିକେଟ୍ ଦେଇ ସନ୍ତୁଷ୍ଟ କରାଗଲା। ତେବେ ତତ୍କାଳୀନ ପ୍ରଭାରୀ ଅନଙ୍ଗ ଉଦୟ ସିଂହଦେଓ ଏରସମା ଆସନ ପାଇଁ କାହାକୁ ଟିକେଟ୍ ଦିଆଯିବାର ପ୍ରଶ୍ନ କରାଯିବାରୁ ଦାମ କହିଲେ ମୋ ଲୋକଙ୍କୁ ଦେବି! ତେବେ ଏଠାରେ ମୋ ଲୋକର ଅର୍ଥ ତାଙ୍କ ସାନ ଭାଇ ବାମଦେବ ବୋଲି ସମସ୍ତ ଭାବିଥିଲେ କାରଣ ସେ ନିର୍ବାଚନ ମଣ୍ଡଳୀରେ ବାମଙ୍କ ଏକ ପରିଚୟ ଥିଲା। ତେବେ ଦାମୋଦର ରାଉତ ନିଜ ଭାଇ ସହ ଶବ୍ଦ ଜାଲର ଛଳନା କରି ସେ ଟିକେଟ୍ ଦେଲେ ପ୍ରଶାନ୍ତ ମୁଦୁଲିଙ୍କୁ।
ଯାହାଦେଖି ଦଳୀୟ କର୍ମୀ ତାଯୁବ୍। ତେବେ ପ୍ରତିଥର ନିଜର ଭାଇଙ୍କ ପ୍ରତି ଅନ୍ୟାୟ କଲେ ମନ୍ତ୍ରୀ ରାଉତ। ସେ ଦିନେ ଯେଉଁ ପରିବାର ଆଦର୍ଶରେ ଅନୁପ୍ରାଣିତ ନ ହେବାକୁ ନିଜ ସାନ ଭାଇ ଆଗେ କହିଥିଲେ ଆଜି ତାଙ୍କ କନ୍ୟା ଓ ପୁତ୍ର ଏହି ନୀତିରେ ଅଂଶଗ୍ରହଣ କେମିତି କଲେ ? ରାଜନୀତି ଯେ କେତେବେଳେ "ନିଜ ଥାଳରେ ଛେଦ" ନୀତି ଆପଣାଏ ତାହା କହିବା ମୁସ୍କିଲ୍। ନିଜ ସ୍ଵାର୍ଥ ପାଇଁ ନିଜ ଭାଇକୁ ମୋହରା କରିଥିଲେ ଦାମ ୨୦୧୨ ପଂଚାୟତ ନିର୍ବାଚନରେ। ନିଜର ପ୍ରତିଦ୍ୱନ୍ଦୀ ପ୍ରଶାନ୍ତ ମୁଦୁଲିଙ୍କ ଗୋଷ୍ଠୀକୁ ଭାଙ୍ଗିବା ପାଇଁ। ମାତ୍ର ତାଙ୍କ ସାନ ଭାଇ ଏଥିରେ ଅମଙ୍ଗ ହେବାରୁ ଅସନ୍ତୁଷ୍ଟ ହୋଇଥିଲେ ଦାମ।