ଯବାନଙ୍କୁ ଉଡେଇବା ଥିଲା ଯୋଜନା: ୫ କିଲୋ ଓଜନର ଲ୍ୟାଣ୍ଡମାଇନ ଲଗାଇଥିଲେ ନକ୍ସଲ, ତା’ ପରେ…
Sep 16, 2020, 09:24 IST

ମାଲକାନଗିରି: ସୁରକ୍ଷାକର୍ମୀଙ୍କୁ ଉଡ଼ାଇବାକୁ ଟାର୍ଗେଟ କରିଥିଲେ ନକ୍ସଲ। ଏଥିପାଇଁ ଲଗାଇଥିଲେ ୫ କିଲୋ ଓଜନର ଲ୍ୟାଣ୍ଡମାଇନ। ହେଲେ ଏହାକୁ ନିଷ୍କ୍ରିୟ କରିଛନ୍ତି ସିଆରପିଏଫ୍ ଯବାନ।
ସୂଚନା ଅନୁଯାୟୀ, ମାଲକାନଗିରି-ଛତିଶଗଡ଼ ସୀମାନ୍ତ ସୁକମା ଜିଲ୍ଲା ମୁରଲିଗୁଡ଼ା ପ୍ରାଥମିକ ବିଦ୍ୟାଳୟ ନିକଟରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍ କରି ନକ୍ସଲ ଲଗାଇଥିଲେ ଲ୍ୟାଣ୍ଡମାଇନ। ଏହାକୁ ଠାବ କରିବା ସହ ନିଷ୍କ୍ରିୟ କରିଛନ୍ତି ମାଓ ଅପରେସନରେ ନିୟୋଜିତ ସିଆରପିଏଫ୍ ଯବାନମାନେ। ୫ କିଲୋ ଓଜନର ଏହି ଲ୍ୟାଣ୍ଡମାଇନକୁ ନଷ୍ଟ କରିଦିଆଯାଇଛି। ଉଚିତ ସମୟରେ ଏହାକୁ ଠାବ କରାଯାଇନଥିଲେ, ଏହା ସାଧାରଣ ଲୋକ କିମ୍ବା ସୁରକ୍ଷାକର୍ମୀଙ୍କ ଜୀବନ ପ୍ରତି ନିଶ୍ଚିତ ବିପଦ ସୃଷ୍ଟି କରିଥାନ୍ତା।