କେବଳ ତାରିଣୀ ବସ୍ତ୍ରାଳୟ ନୁହେଁ, ରାଜଧାନୀର ଏଇଠି ମିଳୁଛି ରଜ, ସାବିତ୍ରୀ ପାଇଁ ଶାଢ଼ୀ ଓ ଡ୍ରେସ

Covid

ରାଜ୍ୟରେ ଗତକାଲି ଠାରୁ ଆରମ୍ବ ହୋଇଛି ୩.୦ ଲାକଡାଉନ । ରାଜଧାନୀ ଭୁବନେଶ୍ୱରରେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ଅତ୍ୟାବଶକ୍ୟ ଦୋକାନ ଗୁଡିକ ଖୋଲିଛି ଯାହା ସକାଳ୬ ଟା ରୁ ୧୧ ଯାଏ ଖୋକିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି ।

କିନ୍ତୁ ରାଜଧାନୀରେ ଥିବା ସବୁଠାରୁ ବଡ଼ ମା' ତାରିଣୀ ଶାଢ଼ୀ ବସ୍ତ୍ରାଲୟ ଆଗ ପଟରୁ ତାଲା ଝୁଲୁଥିବା ବେଳେ ପଛ ପଟରୁ ବେଧଡକ ଭାବରେ ଚାଲିଥିଲା ରଜ, ସାବିତ୍ରୀର ଶାଢ଼ୀ କିଣା। ଏହିଖବର ମିଳିବା ପରେ ବିଏମସି ଚଢ଼ାଉ କରି ତାରିଣୀ ବସ୍ତ୍ରାଳୟ ସିଲ କରିଛି ।

ତାରିଣୀ ସିଲ ହେବା ପରେ ଆଉ ଏକ ସୋରୁମ ଖୋଲି ଜିନିଷ ବିକିବା ଆଳରେ କରୋନା ବାଣ୍ଟୁଥିବା ଜଣାପଡିଛି । ୟୁନିଟ ୩ ସୁବୁଦ୍ଧି ମେଡ଼ିସିନ ଉପରେ ଥିବା ମାର୍କେଟ କମ୍ପ୍ଲେକ୍ସ ରେ ଖୁଲାମଖୁଲା ଡ୍ରେସ ବେପାର ଚାଲିଛି । ନା ଅଛି ସୋସିଆଲ ଦିଷ୍ଟାଂଶ ନା ମାନୁଛନ୍ତି କୋଭିଡ କଟକଣା ।

ଖାରବେଳ ନଗର ଥାନା ଠାରୁ ମାତ୍ର କିଛି ମିଟର ଦୂରରେ ଏଭଳି ଧନ୍ଦା ଚାଲିଥିଲେ ମଧ୍ୟ ପୋଲିସ ଓ ବିଏମସି କେହି କିଭଳି ଜାଣିପାରୁନାହାନ୍ତି ତାହା ଏବେ ଚର୍ଚ୍ଚା ର ବିଷୟ ପାଲଟିଛି । ବିଏମସି ମୋଟା ଅଙ୍କର ଅର୍ଥ ନେଇ ସବୁ ଜାଣି ଅଜଣା ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। 

ଗୋଟିଏ ପଟେ କରୋନାକୁ ନେଇ ସମସ୍ତେ ଭୟଭୀତ ଚିନ୍ତିତ। ଦିନକୁ ଦିନ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଅନ୍ୟପଟେ ବେପାର ନାଁ ରେ ଲୋକଙ୍କ ଜୀବନ ସଂଗେ ଖେଳିବା ଘଟଣା ସଭିଙ୍କୁ ତାଜୁବ୍ କରିଛି ।

Share this story